BJP:ବିଦେଶରେ ପହଞ୍ଚିବ ଦଳୀୟ ନାରା; ଏପରି କାର୍ଯ୍ୟକ୍ରମ କରୁଛି ଦଳ
Advertisement
Article Detail0/zeeodisha/odisha1218649

BJP:ବିଦେଶରେ ପହଞ୍ଚିବ ଦଳୀୟ ନାରା; ଏପରି କାର୍ଯ୍ୟକ୍ରମ କରୁଛି ଦଳ

"ବିଜେପିକୁ ଜାଣ" କାର୍ଯ୍ୟକ୍ରମ ଅଧିନରେ ଦଳ ଏହାର ଦଳୀୟ ନାରା ଏବଂ ଆଦର୍ଶକୁ ବିଦେଶରେ  ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

BJP:ବିଦେଶରେ ପହଞ୍ଚିବ ଦଳୀୟ ନାରା; ଏପରି କାର୍ଯ୍ୟକ୍ରମ କରୁଛି ଦଳ

BJP overseas Mission:ଶନିବାର ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟ ଠାରେ ସ୍ପେନ, ବ୍ରିଟେନ, ନେପାଳ, ଅଷ୍ଟ୍ରିଆ, କ୍ରୋଏସିଆ, ଚେକ ରିପବ୍ଲିକ, ଏଷ୍ଟୋନିଆ, ଫିନଲ୍ୟାଣ୍ଡ, ଲିଥୁଆନିଆ, ସର୍ବିଆ, ଜମାଇକା, ମରିସସ୍, ଥାଇଲ୍ୟାଣ୍ଡ ପ୍ରଭୃତି ୧୩ ଦେଶର ମିଶନ ପ୍ରମୁଖଙ୍କୁ (Head of Missions)ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଦେଶରେ ଦଳୀୟ ନାରା ପହଞ୍ଚାଇବା ପାଇଁ "ବିଜେପିକୁ ଜାଣ" (Know BJP) ନାମରେ ଏକ କାର୍ଯ୍ୟକ୍ରମ କରୁଛି ଦଳ।

"ବିଜେପିକୁ ଜାଣ" କାର୍ଯ୍ୟକ୍ରମ ଅଧିନରେ ଦଳ ଏହାର ଦଳୀୟ ନାରା ଏବଂ ଆଦର୍ଶକୁ ବିଦେଶରେ  ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଦେଶୀ ରାଷ୍ଟ୍ରଦୂତଙ୍କ ସହ ଭେଟି ଦଳୀୟ ନୀତି ଆଦର୍ଶ ବାବଦରେ ଅବଗତ କରାଉଛନ୍ତି।    

ଚଳିତ ବର୍ଷ ଅପ୍ରେଲ ୬ ତାରିଖରେ ଦଳର ୪୨ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ବିଜେପି। ଗତ ୧୬ ମେ ଏବଂ ୨ ଜୁନରେ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଚତୁର୍ଥ ପର୍ଯ୍ୟାୟ ଆୟୋଜିତ ହୋଇଥିଲା। "ବିଜେପିକୁ ଜାଣ" ଅଭିଯାନ ଅଧୀନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶ୍ୱର ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟୁଛନ୍ତି। ଶନିବାର ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମକୁ ମିଶାଇ ଏ ପର୍ଯ୍ୟନ୍ତ ସେ ୟୁରୋପୀୟ ସଂଘ ସମେତ ବିଶ୍ୱର ୪୭ ଦେଶର କୂଟନୀତିଜ୍ଞଙ୍କ ସହ ଯୋଗାଯୋଗ କରିଛନ୍ତି।

ଶନିବାର ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟ ଠାରେ ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇଥିବା ବିଦେଶୀ ରାଷ୍ଟ୍ରଦୂତଙ୍କୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଆମ ଦଳ ବିଭିନ୍ନ ଦେଶର ସରକାର ଏବଂ ରାଜନୈତିକ ସଙ୍ଗଠନ ସହ ଉନ୍ନତ ଯୋଗାଯୋଗରେ ବିଶ୍ୱାସ କରେ। ଯାହା ଦ୍ୱାରା ସେମାନେ ପରସ୍ପରର ଦୃଷ୍ଟିକୋଣ ବାବଦରେ ବୁଝିପାରିବେ। ସୁସ୍ଥ ଗଣତନ୍ତ୍ର ଉପରେ ବିଜେପି ଦୃଢ ଭାବେ ବିଶ୍ୱାସ କରେ ଏବଂ ସାଂସ୍କୃତିକ ସମ୍ପର୍କ ବାଣ୍ଟିଥାଏ। 

ବିଜେପି ଏହାର ଆଦର୍ଶକୁ ବିଶ୍ୱ ସମୁଦାୟକୁ କହିବାକୁ ଚାହୁଁଛି ଏବଂ ଏନେଇ ଦଳ କଠିନ ପରିଶ୍ରମ କରୁଛି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଏହି ବୈଠକରେ ଅଧିକାଂଶ କୂଟନୀତିଜ୍ଞ ଜନସମ୍ପର୍କ, ସାଂସ୍କୃତିକ ସମ୍ପର୍କ ଏବଂ ନିଜ ନିଜ ଦେଶର ରାଜନୈତିକ ଦଳ ମଧ୍ୟରେ ଭାବ ବିନିମୟ ବାବଦରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ଏହି ସମୟରେ ବିଜେପି ବିଦେଶ ବିଭାଗ ପ୍ରଭାରୀ ବିଜୟ ଚୌଥାଇୱାଲେ ଏବଂ ଦଳର ଜାତୀୟ ମୁଖପାତ୍ର ରାଜବର୍ଦ୍ଧନ ସିଂହ ରାଠୋର ଏବଂ ଗୁରୁ ପ୍ରକାଶ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ଦେଶରେ ଏହାର ଦୂରଦୃଷ୍ଟି, ଅଭିଯାନ ଏବଂ କାର୍ଯ୍ୟ ସଂସ୍କୃତିର ପ୍ରଦର୍ଶିତ କରିବା ପାଇଁ 'ବିଜେପିକୁ ଜାଣ' ଅଭିଯାନ ନାମରେ ଏକ କାର୍ଯ୍ୟକ୍ରମ କରୁଛି ଦଳ। 

"ବିଜେପିକୁ ଜାଣ" ଅଭିଯାନ ବିଶ୍ୱର ବିଭିନ୍ନ ଦେଶକୁ ଦଳ ସହିତ ପରିଚିତ କରାଉଛି। ବିଜେପି ନେତାଙ୍କ କହିବା ଅନୁସାରେ ଦଳ ଚାହୁଁଛି ଯେ ବିଭିନ୍ନ ଦେଶର ରାଜନୈତିକ ବ୍ୟବସ୍ଥା ଏବଂ ରାଜନୈତିକ ଦଳ ମଧ୍ୟରେ ଭଲ ଯୋଗାଯୋଗ ରହିବା ଆବଶ୍ୟକ। ଯାହାଦ୍ୱାରା ଆମେ ପରସ୍ପରକୁ ବୁଝିପାରିବା ଏବଂ ସେମାନଙ୍କ ରାଜନୈତିକ ଦର୍ଶନ ବାବଦରେ ଜାଣିପାରିବା। ଏକ ସୁସ୍ଥ ଗଣତନ୍ତ୍ର ଏବଂ ସାଂସ୍କୃତିକ ସମ୍ପର୍କ ବାଣ୍ଟିବାକୁ ବିଜେପି ଦୃଢ ଭାବେ ବିଶ୍ୱାସ କରେ। ବିଜେପି ବିଶ୍ୱାସ କରେ ଯେ ଦଳର ଆଦର୍ଶକୁ ନେଇ ବିଦେଶରେ ଅନେକ ସନ୍ଦେହ ରହିଛି। ଦଳର ଏକ କଟ୍ଟର ଛବି ମଧ୍ୟ ରହିଯାଇଛି। ଏହାକୁ ନଜରରେ ଦଳ ଧୀରେ ଧୀରେ ଏହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ଦଳୀୟ କାର୍ଯ୍ୟାଳୟରେ ଦଳର ସଭାପତି କେବଳ ଦଳୀୟ ସଙ୍ଗଠନ ବାବଦରେ ନୁହେଁ ବରଂ ଦଳର ଆଦର୍ଶ ଏବଂ ଦଳ କିପରି କାର୍ଯ୍ୟ କରେ ସେ ବାବଦରେ ବିଦେଶୀ ରାଷ୍ଟ୍ରଦୂତଙ୍କୁ ଅବଗତ କରାଉଛନ୍ତି। ଯାହା ଫଳରେ ସମଗ୍ର ବିଶ୍ୱ ସମୁଦାୟରେ ଦଳର ଏକ ନିର୍ମଳ ପ୍ରତିଛବି ସୃଷ୍ଟି ହୋଇପାରିବ।

Also Read: Know about BJP: ୧୫୦ ଦେଶରେ ପହଞ୍ଚିବ ବିଜେପି ନାରା