Road Accident: କାଳ ହେଲା ବାହାଘର ଭୋଜି, ଫେରିବା ବାଟରେ ଜେଜେ ମା’-ନାତି ସହ ୪ ମୃତ
Advertisement
Article Detail0/zeeodisha/odisha1753075

Road Accident: କାଳ ହେଲା ବାହାଘର ଭୋଜି, ଫେରିବା ବାଟରେ ଜେଜେ ମା’-ନାତି ସହ ୪ ମୃତ

Road Accident: ବଦାୟୁର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ମୁରାଦାବାଦ - ଫାରୁଖବାଦ ରାଜପଥ ନିକଟସ୍ଥ ଦେହେମି ଗାଁ ନିକଟରେ ଏକ ଟ୍ରଲି ଓ କାର ମୁହାଁମୁହିଁ ଧକ୍କା (Accident) ହୋଇଥିଲା। ଫଳରେ କାରରେ ଥିବା ଜେଜେମା ଓ ନାତିଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁଙ୍କ ସମେତ ଚାରି ଜଣ ଆହତ ହୋଇଥିଲେ। ଆହତଙ୍କୁ ଗୁରୁତର ଅବସ୍ଥାରେ ଉଚ୍ଚ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୌ(ସୋସିଆଲ ମିଡିଆ)

Road Accident: ଶନିବାର ବିଳମ୍ବିତ ରାତିରେ ବଦାୟୁରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ମୁରାଦାବାଦ-ଫାରୁଖବାଦ ରାଜପଥରେ (Moradabad Farrukhabad Highway) ଥିବା ଦେହେମି ଗାଁ ନିକଟରେ ଟ୍ରଲି ସହ ଏକ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ବଦାୟୁର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ମୁରାଦାବାଦ - ଫାରୁଖବାଦ ରାଜପଥ ନିକଟସ୍ଥ ଦେହେମି ଗାଁ ନିକଟରେ ଏକ ଟ୍ରଲି ଓ କାର ମୁହାଁମୁହିଁ ଧକ୍କା (Accident) ହୋଇଥିଲା। ଫଳରେ କାରରେ ଥିବା ଜେଜେମା ଓ ନାତିଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁଙ୍କ ସମେତ ଚାରି ଜଣ ଆହତ ହୋଇଥିଲେ। ଆହତଙ୍କୁ ଗୁରୁତର ଅବସ୍ଥାରେ ଉଚ୍ଚ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, କୁମ୍ଭାରଗାଓଁ ଥାନା ଅଞ୍ଚଳର ଆର୍ସିସ୍ ବର୍କିନ୍ ନିବାସୀ ପିତାମ୍ବରଙ୍କ ସମ୍ପର୍କୀୟ ଭାଇର ବିବାହରେ ଯୋଗ ଦେବା ଲାଗି ପରିବାର ସଦସ୍ୟଙ୍କ ସହିତ ସମ୍ପର୍କୀୟ ମାନେ ଯାଇଥିଲେ । ଶନିବାର ରାତି ପ୍ରାୟ ୧୦ଟାରେ ଭୋଜି ଖାଇ ପିତାମ୍ବର ଓ ପରିବାର ସଦସ୍ୟ ମାନେ ଅଲଗା ଅଲଗା ଗାଡିରେ ଫେରୁଥିଲେ। ପିତାମ୍ବର ଓ ତାଙ୍କ ସମ୍ପର୍କୀୟମାନେ ଗୋଟିଏ କାରରେ ଥିବାବେଳେ ଅନ୍ୟ ଏକ ଗାଡ଼ିରେ ପିତାମ୍ବରଙ୍କ ମାଆ ସୁରଜବତୀ (୫୫), ସ୍ତ୍ରୀ ମିତ୍ତଲ ଯାଦବ, ପୁଅ ଅର୍ଣ୍ଣବ (୫), ସମ୍ପର୍କୀୟ ଭାଇଙ୍କ ପୁଅ ହର୍ଷ (୭), ଭାଇ ଜିତେନ୍ଦ୍ର ଯାଦବଙ୍କ ପତ୍ନୀ ଶଶି (୨୬), ତିନି ବର୍ଷର ଝିଅ ଶିବନୟା, ଭାଇଙ୍କ ଦୁଇ ବର୍ଷିୟା ଝିଅ ଅନଭି ଥିଲେ । ଦେହେମି ଗାଁ ନିକଟରେ ଟ୍ରଲି ସହ କାରଟି ମୁହାଁମୁହିଁ ଧକ୍କା ହୋଇଥିଲା, ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଶିଶୁ ଗୁରୁତର ହୋଇଥିଲା । ଏନେଇ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ଶବଦାହ କରି ଫେରୁଥିବା ସମୟରେ କଟକ ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରାଜକନିକା ଥାନା କୋଇଲିପୁର ଗ୍ରାମର ନିରକାର ବେହେରାଙ୍କ ପତ୍ନୀ ଜୟନ୍ତୀ ବେହେରାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ପୁରୀ ସ୍ବର୍ଗଦ୍ବାରରେ (Swargadwar puri) ଅନ୍ତିମ ସତ୍କାର କରି ଫେରିବା ସମୟରେ ଭୁଇଁପୁର ଛକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଆଇଚର ଗାଡ଼ିକୁ ପଛ ପଟୁ ଅଲଟୋ କାରଟି ଧକ୍କା ଦେଇଥିଲା । ଫଳରେ ଗାଡ଼ିରେ ଥିବା ୫ ଜଣ ଗୁରୁତର ହୋଇଥିଲେ । ଗୁରୁତର ମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆହତଙ୍କ ଅବସ୍ଥା ଗୁତୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Also Read-Retirement ପରେ ମିଳିଥିବା ଟଙ୍କାରେ ଜୀବନକୁ ଉପଭୋଗ କଲେ ବ୍ୟକ୍ତି: କହିଲେ ପିଲାଙ୍କୁ ଟଙ୍କେ ବି ଦେବିନି, ନିଜେ ରୋଜଗାର କର

ସେହିପରି ଶନିବାର ଦିନ ଝାରସୁଗୁଡ଼ା ଜିଲ୍ଲା କୁମ୍ଭାରବନ୍ଧ ଭଟ୍ଟାରିକା ମନ୍ଦିର ନିକଟରେ ଗଛକୁ ଧକ୍କା ଦେଇ ଏକ କାର ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ମୃତକ ଜଣଙ୍କ ବ୍ରଜରାଦନଗର ଠାକୁରପଡ଼ାର ପ୍ରମୋଦ ପ୍ରଧାନ ବୋଲି ଜଣାପଡ଼ିଛି । ଆହତ ଗୁମୋଡ଼େରେ ମାଲିପଡ଼ାର ଦହନା ବାଦୀ (୨୯), ପୁଷ୍କାଞ୍ଜଳୀ ବାଦୀ (୨୭), ଚିତ୍ରା ବାଦୀ ( ୮) ଓ ଲିପିକା ବାଦୀ (୬) ବୋଲି ଜଣାପଡ଼ିଛି । ସମସ୍ତ ଆହତ ମାନଙ୍କୁ ବୁର୍ଲା ଡ଼ାକ୍ତରଖାନକୁ ପଠାଯାଇଛି ।