Google : ଗୁଗଲକୁ ଝଟକା, ଏତିକି କୋଟିର ଜରିମାନା ଲଗାଇଲା ସିସିଆଇ
Advertisement
Article Detail0/zeeodisha/odisha1404851

Google : ଗୁଗଲକୁ ଝଟକା, ଏତିକି କୋଟିର ଜରିମାନା ଲଗାଇଲା ସିସିଆଇ

Google : ଗୁଗଲକୁ ବଡ ଝଟକା । ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗଲ (Google) ଉପରେ ଜରିମାନା ଲଗାଇଲା ଭାରତ ପ୍ରତିଯୋଗିତା ଆୟୋଗ (Competition Commission of India) । ଏହା ପୂର୍ବରୁ ସିସିଆଇ ଗୁଗଲ ଉପରେ ୧୩୫.୮୬ କୋଟି ଟଙ୍କାର ଜରିମାନା ଲାଗୁ କରିଥିଲା। 

 

ସୌଜନ୍ୟ : ସୋସିଆଲ ମିଡିଆ

Google : ଗୁଗଲକୁ ବଡ ଝଟକା । ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗଲ (Google) ଉପରେ ଜରିମାନା ଲଗାଇଲା ଭାରତ ପ୍ରତିଯୋଗିତା ଆୟୋଗ (Competition Commission of India) । ଭାରତ ପ୍ରତିଯୋଗିତା ଆୟୋଗ ଗୁଗଲ ଉପରେ ୧,୩୩୭.୭୬ କୋଟି ଟଙ୍କାର ଜରିମାନା ଲାଗୁ କରିଛି । ଇଣ୍ଟରନେଣ୍ଟ ସର୍ଚ୍ଚ କମ୍ପାନୀକୁ ଅନୁଚିତ ବ୍ୟବସାୟୀକ ଗତିବିଧିକୁ ବନ୍ଦ କରିବାକୁ ସିସିଆଇ ନିର୍ଦ୍ଦେଶ ଦେଇଛି । ସୂଚନା ଅନୁସାୟୀ, ଗୁଗଲ ଆନରଏଡ ଓଏସର ପରିଚାଳନା କରିଥାଏ । ଏଥିପାଇଁ ଅନ୍ୟ କମ୍ପାନୀ ଗୁଡିକୁ ମଧ୍ୟ ଲାଇସେନ୍ସ ଜାରି କରାଯାଇଥାଏ । ଗୁଗଲର ଓଏସ ଏବଂ ଆପର ବ୍ୟବହାର ଓଇଏମଏସ ଅର୍ଥାତ ଅରିଜିନାଲ ଇକ୍ୱିପମେଣ୍ଟ ମ୍ୟାନୁଫେକର ନିଜ ମୋବାଇଲ ଡିଭାଇସ ପାଇଁ କରିଥାଏ । 

ଓଏସ ଏବଂ ଆପର ବ୍ୟବହାରକୁ ନେଇ ଅନେକ ପ୍ରକାର ଚୁକ୍ତି ହୋଇଥାଏ, ଏହାକୁ ମୋବାଇଲ ଆପ୍ଲିକେସନ ଡିଷ୍ଟ୍ରିବ୍ୟୁସନ ଏଗ୍ରୀମେଣ୍ଟ କୁହାଯାଏ। ଏହା ପୂର୍ବରୁ ସିସିଆଇ ନିର୍ଦ୍ଦେଶ ଅନୁସାରେ, ୨୦୧୮ ଫେବ୍ରୁଆରୀ ୮ରେ ମଧ୍ୟ ଗୁଗଲ ଉପରେ ୧୩୫.୮୬ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଥିଲା। ଏହି ସମୟରେ ଗୁଗଲ ଅନଲାଇନ ସର୍ଚ୍ଚ ଏବଂ ବିଜ୍ଞାପନ ବଜାରରେ ନିଜ ମଜଭୁତ ସ୍ଥିତିର ଦୁରୁପଯୋଗ କରିଥିବା ସିସିଆଇ ଅଭିଯୋଗ ଆଣିଥିଲା ।  ଗୁଗଲ ହେଉଛି ଇଣ୍ଟରନେଟରେ ସର୍ବବୃହତ ସର୍ଚ୍ଚ ଇଞ୍ଜିନ । ଏହା ସର୍ଚ୍ଚ ଇଞ୍ଜିନ ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍‌ ପରି ସର୍ଚ୍ଚ ଇଞ୍ଜିନ ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି । ଗୁଗଲରେ ଲୋକେ ଛବି, ସମ୍ବାଦ ସନ୍ଧାନ କରିବା ସହିତ କିଣାକିଣି ମଧ୍ୟ କରିପାରିବେ । ଜୁନ ୨୦୦୪ ସୁଦ୍ଧା, ଗୁଗଲରେ ୪.୨୮ ଅର୍ବୁଦ ୱେବ୍‌ ପୃଷ୍ଠା, ୮୮ କୋଟି ଛବି, ୮୪.୫ କୋଟି ସନ୍ଦେଶ, ଅର୍ଥାତ ମୋଟ ୬ ଅର୍ବୁଦ ବସ୍ତୁ ଥିଲା ।ଗୁଗଲକରିବା ଏକ କ୍ରିୟାକୁ ବୁଝାଏ ଯାହାର ଅର୍ଥ ଗୁଗଲରେ ସର୍ଚ୍ଚ କରିବା । ଗୁଗଲର ପ୍ରସିଦ୍ଧି ଯୋଗୁ, ଗୁଗଲ କରିବା ଅର୍ଥ ୱେବ୍‌ ଖୋଜାକୁ ମଧ୍ୟ ବୁଝାଇଥାଏ । କମ୍ପାନୀର ବାଣିଜ୍ୟସଂକେତ ହୋଇଥିବାରୁ ଗୁଗଲ ଏହା ପସନ୍ଦ କରେ ନାହିଁ । ଲୋକେ ଅତ୍ୟଧିକ ବ୍ୟବହାର କଲେ ଗୁଗଲ ବାଣିଜ୍ୟସଂକେତ ହରେଇପାରେ ।

ଏହାବି ପଢନ୍ତୁ : Tamil Nadu: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ଼

୧୯୯୬ରେ ଷ୍ଟାନ୍‌ଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲାରୀ ପେଜ୍‌ ଓ ସର୍ଜି ବ୍ରିନ୍‌ଙ୍କଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫର୍ନିଆର ମେନ୍‌ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ ଫେବ୍ରୁୟାରୀରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ 'ଗୁଗଲ୍‌ପ୍ଲେକ୍ସ' ନାମକ ସ୍ଥାନକୁ ଏହା ଅଣାଗଲା ।ସେପ୍ଟେମ୍ବର ୨୦୦୧ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଏହାର ଉଦ୍ଭାବକ ଥିଲେ ଲାରୀ ପେଜ୍‌ । ଅଗଷ୍ଟ ୧୦, ୨୦୧୫ରେ ସୁନ୍ଦର ପିଚାଇ ଗୁଗଲର ସିଇଓ ଭାବେ ସ୍ଥାନ ଗ୍ରହଣ କରିଥିଲେ ।