Arvind Kejriwal News: ସିଏମ୍ କେଜ୍ରିୱାଲ କହିଛନ୍ତି, ଆମେ ସେହି ଯୁବକମାନଙ୍କ ପାଇଁ 'ସ୍ପୋକେନ୍ ଇଂଲିଶ' ପୋଗ୍ରାମ କରୁଛୁ, ଯାହା ପାଖରେ କମ୍ୟୁନିକେସନ ସ୍କିଲ୍ କମ୍ ରହିଛି । ଦିଲ୍ଲୀ ଦକ୍ଷତା ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ଏହି ପାଠ୍ୟକ୍ରମ ପରିଚାଳନା କରିବ ।'
Trending Photos
Arvind Kejriwal News: ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi Chief Minister) ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଯୁବବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଯୋଗାଯୋଗ ଦକ୍ଷତାରେ ଦୁର୍ବଳ ଥିବା ଯୁବକମାନଙ୍କୁ କେଜ୍ରିୱାଲ ସରକାର ମାଗଣାରେ ଇଂରାଜୀ ଭାଷା ପାଠ୍ୟକ୍ରମ ପ୍ରଦାନ କରିବେ । ଦିଲ୍ଲୀର ଦକ୍ଷତା ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ (Skill and Entrepreneurship University of Delhi) ଏହି ପାଠ୍ୟକ୍ରମ ପରିଚାଳନା କରିବ ।
ସିଏମ୍ କେଜ୍ରିୱାଲ କହିଛନ୍ତି, 'ଆମେ ସେହି ଯୁବକମାନଙ୍କ ପାଇଁ 'ସ୍ପୋକେନ୍ ଇଂଲିଶ' ପୋଗ୍ରାମ କରୁଛୁ, ଯାହା ପାଖରେ କମ୍ୟୁନିକେସନ ସ୍କିଲ୍ କମ୍ ରହିଛି । ଦିଲ୍ଲୀ ଦକ୍ଷତା ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ଏହି ପାଠ୍ୟକ୍ରମ ପରିଚାଳନା କରିବ । ଏହି ବ୍ୟକ୍ତିତ୍ୱର ବିକାଶରେ ସାହାଯ୍ୟ କରିବ ଓ ଛାତ୍ରଛାତ୍ରୀମାନଙ୍କ ଚାକିରି ଆଶାକୁ ମଧ୍ୟ ମଜୁବୁତ କରିବ ।'
We are announcing a 'Spoken English' programme for youngsters who lack communication skills. The Delhi Skill & Entrepreneurship University would be running this course. It would help develop one's personality, and also improve the student's job prospects: Delhi CM Arvind Kejriwal pic.twitter.com/pbQ0drqJsZ
— ANI (@ANI) July 23, 2022
କେଜ୍ରିୱାଲ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଆମେ ଦିଲ୍ଲୀର ୫୦ ଟି କେନ୍ଦ୍ରରେ ବର୍ଷକୁ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବୁ । ଏହା ପରେ ଏହାକୁ ବିସ୍ତାର କରାଯିବ । ୩-୪ ମାସର ଏହି ପାଠ୍ୟକ୍ରମରେ, ୧୮ ରୁ ୩୫ ବର୍ଷର ଯୁବକମାନେ ଆଡମିଶନ ନେଇପାରିବେ । କେଜ୍ରିୱାଲ କହିଛନ୍ତି ଯେ ପାଠ୍ୟକ୍ରମର ସମୟ ଫ୍ଲେକ୍ସିବିଲ ହେବ ଓ ଏହି ତାଲିମ ସମ୍ପୂର୍ଣ୍ଣ ମାଗଣା ହେବ । ଯଦିଓ ଏଥିପାଇଁ ୯୫୦ ଟଙ୍କା ସୁରକ୍ଷା ଜମା ରୂପେ ନିଆଯିବ, ଯାହା ପାଠ୍ୟକ୍ରମ ଶେଷ ହେବା ପରେ ଫେରସ୍ତ ହେବ ।
ଏହା ବି ପଢ଼ନ୍ତୁ: କେବେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋଡ୍ ଆକ୍ଟ? ସଂସଦରେ ଏହି ଜବାବ ଦେଲେ ମୋଦି ସରକାର
ଏହା ବି ପଢ଼ନ୍ତୁ: ତିହାର ଜେଲରେ ଭୋକ ଉପାସରେ ବସିଛନ୍ତି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ, କରୁଛନ୍ତି ଏହି ଦାବି