Gyanvapi Row: ଜ୍ଞାନବାପି ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କୁ ମିଳିଲା ଧମକ
Advertisement
Article Detail0/zeeodisha/odisha1211911

Gyanvapi Row: ଜ୍ଞାନବାପି ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କୁ ମିଳିଲା ଧମକ

Gyanvapi Masjid Case: ଜ୍ଞାନବାପି ମସଜିଦ୍ ପରିସରର ଭିଡିଓଗ୍ରାଫି ନିର୍ଦ୍ଦେଶ ଦେଇଥିବା ଜଜ୍ ରବି କୁମାର ଦିୱାକରଙ୍କୁ ଧମକ ମିଳିଛି । ମଙ୍ଗଳବାର ଦିନ ସେ ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ଏକ ଚିଠି ପାଇଛନ୍ତି ।

ସାଙ୍କେତିକ ଫଟୋ

Gyanvapi Masjid Row: ଜ୍ଞାନବାପି ପରିସରରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିବା ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ରବି କୁମାର ଦିୱାକରଙ୍କୁ *Ravi Kumar Diwakar) ମଙ୍ଗଳବାର ଦିନ ଏକ ଧମକପୂର୍ଣ୍ଣ ଚିଠି (Threatening Letter) ମିଳିଛି । ବାରାଣାସୀ ପୋଲିସ କମିଶନର (Varanasi Police Commissioner) କହିଛନ୍ତି ଯେ ବିଚାରପତିଙ୍କ ସୁରକ୍ଷା ପାଇଁ ୯ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ମାମଲାର ତଦନ୍ତ କରାଯାଉଛି ।

ବାରାଣସୀ ସିଭିଲ୍ ଜଜ୍ ଦିୱାକର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ), ପୋଲିସ୍ ମହାନିର୍ଦ୍ଦେଶକ ତଥା ପୋଲିସ୍ କମିଶନର ବାରାଣାସୀଙ୍କୁ ଏହି ବିଷୟରେ ଏକ ଚିଠି ଲେଖି ଏହି ଧମକ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ନିକଟକୁ ପଠାଯାଇଥିବା ଏକ ଚିଠିରେ ଦିୱାକର ଲେଖିଛନ୍ତି ଯେ ଏହି ଚିଠି ତାଙ୍କୁ 'ଇସଲାମିକ ଆଗାଜ ମୁଭମେଣ୍ଟ' ତରଫରୁ କାଶିଫ ଅହମ୍ମଦ ସିଦ୍ଦିକି ପଠାଇଛନ୍ତି ।

ଏହି ପରିପ୍ରେକ୍ଷୀରେ ବାରାଣାସୀ ପୋଲିସ କମିଶନର ଏ ସତୀଶ ଗଣେଶ କହିଛନ୍ତି ଯେ ବିଚାରପତି ଦିୱାକରଙ୍କୁ ପଞ୍ଜିକୃତ ପୋଷ୍ଟ ଦ୍ୱାରା ଏକ ଚିଠି ମିଳିଛି, ଯେଉଁଥିରେ କିଛି କାଗଜପତ୍ର ସଂଲଗ୍ନ ହୋଇଛି, ତାଙ୍କ ତରଫରୁ ସୂଚନା ଦିଆଯାଇଛି । ସେ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ବାରାଣାସୀ ଡେପୁଟି କମିଶନର ବରୁଣାଙ୍କୁ ଦାୟିତ୍ବ ଦିଆଯାଇଛି । ବିଚାରପତିଙ୍କ ସୁରକ୍ଷା ପାଇଁ ସମୁଦାୟ ୯ ଜଣ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ସମୟ ସମୟରେ ତାଙ୍କର ସୁରକ୍ଷା ସମୀକ୍ଷା କରାଯାଉଛି ।

ବିଚାରପତିଙ୍କ ନିକଟକୁ ପଠାଯାଇଥିବା ଚିଠି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି । ଚିଠିରେ ଲେଖାଅଛି, "ବର୍ତ୍ତମାନ ବିଚାରପତିମାନେ ମଧ୍ୟ ଭାଗୱାରେ ରଙ୍ଗରେ ରଙ୍ଗେଈ ସାରିଛନ୍ତି । ଉଗ୍ରବାଦୀ ହିନ୍ଦୁ ତଥା ସେମାନଙ୍କର ସମସ୍ତ ସଂଗଠନକୁ ଖୁସି କରିବା ପାଇଁ ଏହି ରାୟ ଘୋଷଣା କରାଯାଇଛି । ଏହାର ଦୋଷ ବିଭାଜିତ ଭାରତର ମୁସଲମାନମାନଙ୍କ ଉପରେ ଲଦୁଛନ୍ତି । ଆପଣ ନ୍ୟାୟିକ କାର୍ଯ୍ୟ କରୁଛନ୍ତି । ସରକାରୀ ଯନ୍ତ୍ରର ସୁରକ୍ଷା ଅଛି । ତା’ହେଲେ ଆପଣଙ୍କ ପତ୍ନୀ ଏବଂ ମାତା ଶ୍ରୀ କିପରି ଭୟଭୀତ ...? ଆଜିକାଲି ନ୍ୟାୟିକ ଅଧିକାରୀମାନେ ପବନକୁ ଦେଖି ଚାଲାକି ପ୍ରଦର୍ଶନ କରୁଛନ୍ତି । ଆପଣ ଏକ ବୟାନ ଦେଇଛନ୍ତି ଯେ ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସର ସର୍ଭେ ଏକ ସାଧାରଣ ପ୍ରକ୍ରିୟା । ଆପଣ ମଧ୍ୟ ମୂର୍ତ୍ତି ପୂଜକ ଅଟନ୍ତି । ଆପଣ ମସଜିଦକୁ ମନ୍ଦିର ବୋଲି ଘୋଷଣା କରିଦେବ ।"

ମସଜିଦ ପରିସରରେ ସର୍ଭେ କରିବାକୁ ଜଜ୍ ୱାକର ନିର୍ଦ୍ଦେଶ ଦେଇଥିଲେ
ଏପ୍ରିଲ୍ ୨୬ ରେ ଜ୍ଞାନବାପି କ୍ୟାମ୍ପସରେ ଭିଡିଓଗ୍ରାଫି ସର୍ଭେ କରିବାକୁ ଜଜ୍ ଦିୱାକରଙ୍କ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ସର୍ଭେ ରିପୋର୍ଟ ୧୯ ମଇରେ କୋର୍ଟରେ ଉପସ୍ଥାପିତ ହୋଇଥିଲା । ଏହି ସର୍ଭେ ସମୟରେ ହିନ୍ଦୁ ପକ୍ଷ ଜ୍ଞାନବାପି ମସଜିଦର ୱାଜୁ ଖାନାରେ ଏକ 'ଶିବଲିଙ୍ଗ' ମିଳିଥିବା ଦାବି କରିଛି, ଯାହାକୁ ମୁସଲମାନ ଦଳ ପ୍ରତ୍ୟାଖ୍ୟାନ କରି ଏହା ଏକ "ଶିବଲିଙ୍ଗ" ନୁହେଁ ବରଂ ଏକ "ଫବ୍ବାରା" ବୋଲି କହିଛି ।

ଏହା ବି ପଢ଼ନ୍ତୁ: ଇତିହାସ ରଚିଲେ ବିରାଟ କୋହଲି; 'ଦ୍ୱି-ଶତକ' ଲଗାଇବା ପରେ ସେୟାର କଲେ ଭିଡ଼ିଓ