Ayodhya: ରାମଲାଲାଙ୍କ ଦର୍ଶନ ପାଇଁ ହୋଇଯାନ୍ତୁ ପ୍ରସ୍ତୁତ, ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ତାରିଖ
Advertisement
Article Detail0/zeeodisha/odisha1411789

Ayodhya: ରାମଲାଲାଙ୍କ ଦର୍ଶନ ପାଇଁ ହୋଇଯାନ୍ତୁ ପ୍ରସ୍ତୁତ, ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ତାରିଖ

Ayodhya Ram Mandir Inauguration: କେବେ ସାଧାରଣ ଜନତାଙ୍କ ପାଇଁ ଖୋଲିବ ଅଯୋଧ୍ୟ ରାମ ମନ୍ଦିର ଦ୍ୱାର ସେ ନେଇ ଆସିଛି ଏକ ବଡ଼ ଖବର। 

Ayodhya: ରାମଲାଲାଙ୍କ ଦର୍ଶନ ପାଇଁ ହୋଇଯାନ୍ତୁ ପ୍ରସ୍ତୁତ, ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ତାରିଖ

Ayodhya Ram Mandir: ଜନସାଧାରଣଙ୍କ ପାଇଁ ଖୁବ ଶୀଘ୍ର ଖୋଲିବାକୁ ଯାଉଛି ଅଯୋଧ୍ୟା ରାମ ମନ୍ଦିର। ଆସନ୍ତା ବର୍ଷ ଶ୍ରୀରାମ ଲାଲା ମନ୍ଦିର ଗର୍ଭରେ ବିରାଜମାନ ହେବେ। ସେହି ଦିନ ରାମ ମନ୍ଦିର ଉଦଘାଟିତ ହେବ। ଉଦଘାଟନ ପରେ ସାଧାରଣ ଲୋକଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିରର ଦ୍ୱାର। ଏହି ଐତିହାସିକ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ହେଲେ ଉଦଘାଟନ ପରେ ମନ୍ଦିରର ବାକି ଅଂଶର ନିର୍ମାଣ କାର୍ଯ୍ୟ ଆଗକୁ ଜାରି ରହିବ।

ଆସନ୍ତା ୨୦୨୪ ବର୍ଷ ମକର ସଂକ୍ରାନ୍ତିରେ (Makar Sankranti 2024) ଉଦଘାଟିତ ହେବ ଅଯୋଧ୍ୟା ରାମ ମନ୍ଦିର (Ayodhya Ram Mandir)। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସଦସ୍ୟ ଚମ୍ପତ ରାୟ (Ram Janmabhoomi Trust Member Champat Rai)। ଏନେଇ ସେ କହିଛନ୍ତ ଆସନ୍ତା ୨୦୨୪ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତି ଅବସରରେ ରାମ ମନ୍ଦିର ଉଦଘାଟନ (Inauguration of Ayodhya Ram Mandir) ପାଇଁ ପ୍ରସ୍ତାବ ଦିଆଯାଇଛି। ସେହି ଦିନ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି (Uttarayan Movement of Sun) ଆରମ୍ଭ ହେବେ। ଏହି ସମୟ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ଦିନ ଅଯୋଧ୍ୟା ରାମ ମନ୍ଦିର ଗର୍ଭ ଗୃହରେ ବିରାଜମାନ ହେବେ ରାମଲାଲା (Ram Lala)। ଏହି ବିଶେଷ ଉତ୍ସବର ସାକ୍ଷୀ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ଏହି ଦିନ ଠାରୁ ଦର୍ଶନ ପାଇଁ ମନ୍ଦିରର ଗର୍ଭଗୃହ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଉଦଘାଟନ ପରେ ମନ୍ଦିରର ଅବଶିଷ୍ଟ କାର୍ଯ୍ୟ ଜାରି ରହିବ।

Also Read: Ropeway in Kedarnath: ଗୌରୀକୁଣ୍ଡକୁ କେଦାରନାଥ ସହ ଯୋଡ଼ିବ ୯.୭ କିମି ଲମ୍ବା ରୋପ୍ ୱେ

 

ଚମ୍ପତ ରାୟ କହିଛନ୍ତି ମହାକାଶରୁ ଟେଲିସ୍କୋପିକ୍ ପଦ୍ଧତି ଦ୍ୱାରା ଏକ ପ୍ରସ୍ତୁତି ଚାଲିଛି। ଯାହା ଦ୍ୱାରା ରାମ ନବମୀ (Ram Navami) ଦିନ ସୂର୍ଯ୍ୟ କିରଣ (Sun Ray) ପ୍ରଭୁ ରାମଙ୍କ (Lord Shree Ram) ମସ୍ତକରେ ସିଧାସଳଖ ପହଞ୍ଚିପାରିବ। ଏନେଇ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ନିର୍ମାଣକାରୀ ସଂସ୍ଥା ଦ୍ରୁତ ଗତିରେ କାର୍ଯ୍ୟ କରିବା ଜାରି ରଖିଛନ୍ତି। ରାମ ମନ୍ଦିରର ମାନଚିତ୍ର ସୋମପୁରା ପରିବାର ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ପରିବାରର ପୂର୍ବ ପିଢି ସୋମନାଥ ମନ୍ଦିରର ମାନଚିତ୍ର ପ୍ରସ୍ତୁତ କରିଥିଲେ। ରାମ ମନ୍ଦିରର ଉଚ୍ଚତା ୧୬୧ ଫୁଟ ହେବ। ଏଥିରେ ୩୯୪ ସ୍ତମ୍ଭ ରହିବ। ପ୍ରତ୍ୟେକ ସ୍ତମ୍ଭରେ ରାମାୟଣ ସମ୍ବନ୍ଧୀୟ ୧୬ ମୂର୍ତ୍ତି (Statues related to Ramayana) ନିର୍ମାଣ କରାଯିବ।

Also Read: Ujjain: ମହାକାଳ କରିଡର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି, ଶିବଙ୍କ ଜୟ ଜୟକାର ଗୁଞ୍ଜିଉଠିଲା ଆକାଶ

ଅଯୋଧ୍ୟା ରାମ ମନ୍ଦିରର ପ୍ରତ୍ୟେକ ମହଲା ୨୧ ଫୁଟ ଉଚ୍ଚା ହେବ। ଏଥିରେ ୧୩ କୋଟା ମାର୍ବଲ ସ୍ଥାପନ କରାଯିବ। ମନ୍ଦିର ଗର୍ଭ ଗୃହ ୨୦ ମିଟର ବ୍ୟାସାର୍ଦ୍ଧ ମଧ୍ୟରେ ନିର୍ମାଣ କରାଯାଉଛି। ଏଥିପାଇଁ ଛଅଟି ମାର୍ବଲ ସ୍ତମ୍ଭ ନିର୍ମାଣ କରାଯାଉଛି। ଆସନ୍ତା ବର୍ଷ ଗ୍ରୀଷ୍ମ ଋତୁ ସୁଦ୍ଧା ମନ୍ଦିରର ଗର୍ଭଗୃହ ନିର୍ମାଣ କାର୍ଯ୍ୟ ଶେଷ କରାଯିବ। ଏହାର ପ୍ରାୟ ୬ ମାସ ପରେ ଅର୍ଥାତ ୨୦୨୪ ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ କରିବେ।