Omar Abdullah: କଂଗ୍ରେସ-ଏନ୍‍ସି ମେଣ୍ଟରେ ଫାଟ! ଓମାର ଅବଦୁଲ୍ଲା ହେବେ ମୁଖ୍ୟମନ୍ତ୍ରୀ, କଂଗ୍ରେସ ରହିବ ବାହାରେ
Advertisement
Article Detail0/zeeodisha/odisha2474549

Omar Abdullah: କଂଗ୍ରେସ-ଏନ୍‍ସି ମେଣ୍ଟରେ ଫାଟ! ଓମାର ଅବଦୁଲ୍ଲା ହେବେ ମୁଖ୍ୟମନ୍ତ୍ରୀ, କଂଗ୍ରେସ ରହିବ ବାହାରେ

 
Omar Abdullah : ନିର୍ବାଚନ ପୂର୍ବରୁ ମେଣ୍ଟ କରିଥିବା କଂଗ୍ରେସ ଓ ଏନ୍‍ସିପି ଭିତରେ କିଛି ମତ ପାର୍ଥକ୍ୟ ହୋଇଥିବା ଖବର ସାମ୍ନାକୁ ଆସୁଛି। ମିଡିଆ ଖବର ଅନୁସାରେ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ସରକାରରେ ମେଣ୍ଟ ଅଂଶୀଦାର କଂଗ୍ରେସ ସରକାରରେ ରହିବ ନାହିଁ। 

Omar Abdullah: କଂଗ୍ରେସ-ଏନ୍‍ସି ମେଣ୍ଟରେ ଫାଟ!  ଓମାର ଅବଦୁଲ୍ଲା ହେବେ ମୁଖ୍ୟମନ୍ତ୍ରୀ, କଂଗ୍ରେସ ରହିବ ବାହାରେ
 
Omar Abdullah (ଭୁବନେଶ୍ୱର): ନିର୍ବାଚନ ପୂର୍ବରୁ ମେଣ୍ଟ କରିଥିବା କଂଗ୍ରେସ ଓ ଏନ୍‍ସିପି ଭିତରେ କିଛି ମତ ପାର୍ଥକ୍ୟ ହୋଇଥିବା ଖବର ସାମ୍ନାକୁ ଆସୁଛି। ମିଡିଆ ଖବର ଅନୁସାରେ ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ସରକାରରେ ମେଣ୍ଟ ଅଂଶୀଦାର କଂଗ୍ରେସ ସରକାରରେ ରହିବ ନାହିଁ। କିନ୍ତୁ ବାହାରୁ ସରକାରଙ୍କୁ ସମର୍ଥନ କରିବ। ସାଧାରଣତଃ ନିର୍ବାଚନ ପୂର୍ବ ମେଣ୍ଟରେ ଥିବା ଦଳ ସରକାରରେ ଗୁରୁ ଦାୟିତ୍ୱ ବହନ କରିଥାଏ କିନ୍ତୁ ଏଠାରେ କଂଗ୍ରେସର ଅଲଗା ରହିବା ନିଷ୍ପତ୍ତି କିଛି ଫାଟ କୁ ସୂଚୀତ କରୁଛି ବୋଲି ଆଶଙ୍କା କରାଯାଉଛି। 
 
ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ହୋଇଥିବା ନିର୍ବାଚନରେ କଂଗ୍ରେସ-ଏନ୍‍ସି ମେଣ୍ଟ ସରକାର ଗଠନ ପାଇଁ ଯୋଗ୍ୟ ହୋଇଛି। ଏବେ କଂଗ୍ରେସର ୬ ବିଧାୟକ ଥିବା ବେଳେ ନ୍ୟାସନାଲ୍‍ କନ୍‍ଫରେନ୍ସର ୬ ଜଣ ବିଧାୟକ ରହିଛନ୍ତି। ଏହା ସହ ୪ ଜଣ ସ୍ୱାଧୀନ ବିଧାୟକ ଏବଂ ଜଣେ ସିପିଆଇ ବିଧାୟକଙ୍କ ସମର୍ଥନ ହାସଲ କରିଛି ମେଣ୍ଟ। ଏହି ନିର୍ବାଚିତ ମେଣ୍ଟ ସଦସ୍ୟଙ୍କ ତାଲିକାକୁ ଏନ୍‍ସି ସରକାର ଗଠନ ଲାଗି ଅକ୍ଟୋବର ୧୧ ତାରିଖରେ ରାଜ୍ୟପାଳଙ୍କୁ ପ୍ରଦାନ କରିବା ସହ ସରକାର ଗଠନ ପାଇଁ ଦାବି କରିଛି। ଏହି ଅନୁସାରେ ଆଜି ଆଉ କିଛି ସମୟ ପରେ ରାଜ୍ୟପାଳ ମନୋଜ ସିହ୍ନା ଓମାର ଅବଦୁଲ୍ଲାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇବେ। ଏଥିରେ ଓମାରଙ୍କ ସହଯୋଗୀ ମନ୍ତ୍ରିମଣ୍ଡଳ ବି ଶପଥ ନେବେ। ହେଲେ ଏହି ମନ୍ତ୍ରିମଣ୍ଡଳ ତାଲିକାରେ କଂଗ୍ରେସ ନେତାଙ୍କ ନାଁ ନଥିବା ସୂଚନା ମିଳିଛି। 
 
ଶ୍ରୀ ଅବଦୁଲ୍ଲା ହେଉଛନ୍ତି ନ୍ୟାସନାଲ୍‍ କନ୍‍ଫରେନ୍ସ ନେତା ଏବଂ ସେ ବିଧାୟକ ଦଳର ନେତା ଭାବେ ବଛା ହୋଇଛନ୍ତି। ଜମ୍ମୁ ଓ କଶ୍ମୀର ରାଜ୍ୟର ସେ ଶେଷ ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୯ ମସିହାରୁ ୨୦୧୪ ମସିହା ଯାଏ ସେ ମୁଖ୍ୟମନ୍ତ୍ରୀ ରହିଥିଲା। ଏବେ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବେ। 
 
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ସେ କହିଛନ୍ତି କେନ୍ଦ୍ର-ରାଜ୍ୟ ଭିତରେ ଶତ୍ରୁତା ମେନାଭାବ ନରଖି ରାଜ୍ୟର ବିକାଶ ଲାଗି ଦୁଇ ପକ୍ଷ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ। ଏପରିକି କେନ୍ଦ୍ର ସରକାରଙ୍କ ଆଗରେ ରାଜ୍ୟ ପାଇଁ ପୂର୍ଣ୍ଣ ରାଜ୍ୟର ମାନ୍ୟତାକୁ ଫେରାଇ ଆଣିବାରେ ସହାୟକ ହେବେ। ଏନେଇ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଆଶ୍ୱାସନା ଦେଇଛନ୍ତି ଏବଂ ସେ ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ଓମାର।