NTPCରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ...
Advertisement
Article Detail0/zeeodisha/odisha2658718

NTPCରେ ଚାକିରି ପାଇଁ ସୂବର୍ଣ୍ଣ ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ...

NTPC Recruitment 2025:  ନ୍ୟାସ୍‌ନାଲ୍‌ ଥର୍ମାଲ୍ ପାୱାର୍ କର୍ପୋରେସନ୍ (NTPC) ଲିମିଟେଡ୍‌ରେ ଚାକିରି କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। NTPC ରେ ଆସିଷ୍ଟାଣ୍ଟ୍ ଏକ୍ଜିକ୍ୟୁଟିଭ୍ ପୋଷ୍ଟରେ ଚାକିରି ବାହାରିଛି। ଏନେଇ NTPC ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ପୁରୁଷ ଓ ମହିଳା ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ। 

ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆଗ୍ରହୀ ପ୍ରାର୍ଥୀମାନେ NTPCର ଅଫିସିଆଲ୍ ୱେବ୍‌ସାଇଟ୍‌ ntpc.co.in କୁ ଯାଇ ଆବେଦନ କରିପାରିବେ। ଅଫିସିଆଲ୍ ବିଜ୍ଞପ୍ତି ଦେଖିବା ପାଇଁ ଚାହୁଁଥିଲେ ଏହି ଲିଙ୍କ NTPC Recruitment 2025 apply for 400 post Notificationରେ କ୍ଲିକ୍ କରି ଦେଖିପାରିବେ।
 
ଆବେଦନ ତାରିଖ:
ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା  ୧୫ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ମାର୍ଚ୍ଚ ୧ 
 
ଖାଲି ପଦବୀ:
ଜେନେରାଲ୍ କାଟାଗୋରୀ ପ୍ରାର୍ଥୀଙ୍କ ପାଇଁ ୧୭୨ଟି ପୋଷ୍ଟ୍‌ ବାହାରିଥିବା ବେଳେ OBC ବର୍ଗ ପାଇଁ ୮୨ଟି ପୋଷ୍ଟ୍‌ ଓ SC ବର୍ଗ ପାଇଁ ୬୬ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି STଙ୍କ ପାଇଁ ୪୦ଟି ପୋଷ୍ଟ୍‌ ବାହାରିଥିବା ବେଳେ EWS ବର୍ଗ ପାଇଁ ୪୦ଟି ପୋଷ୍ଟ୍‌ ବାହାରିଛି। ଏହିପରି ଭାବେ ମୋଟ  ୪୦୦ଟି ପଦବୀରେ ଚାକିରି ପାଇଁ ସୁଯୋଗ ପାଇବେ ପାର୍ଥୀ।
 
ଶିକ୍ଷାଗତ ଯୋଗ୍ୟତା:
ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ସର୍ବନିମ୍ନ ୪୦ମାର୍କ ସହିତ ମେକାନିକାଲ୍ ବା ଇଲେକ୍ଟ୍ରିକାଲ ଇଂଜିନିୟରିଂରେ B.E/B.Tech ଡିଗ୍ରୀ ଏହା ସହିତ ୧୦୦ ମେଗାୱାଟ୍‌ କିମ୍ବା ତା’ଠାରୁ ଅଧିକ କ୍ଷମତା ବିଶିଷ୍ଟ ପାୱାର ପ୍ଲାଣ୍ଟର ଅପରେସନ୍ / ରକ୍ଷଣାବେକ୍ଷଣରେ ସର୍ବନିମ୍ନ ୦୧ ବର୍ଷର ଅଭିଜ୍ଞତା ଆବଶ୍ୟକତା ରହିଛି।
 
ଆବେଦନର ବୟସ ସୀମା:
ଆବେଦନ ପାଇଁ ସର୍ବନିମ୍ନ ବୟସ-ସୀମା ୧୯ ବର୍ଷ ବୟସ ଥିବା ବେଳେ ସର୍ବାଧିକ ବୟସସୀମା ୩୫ ବର୍ଷ ରହିଛି।