ଅଭିଯୁକ୍ତ ଜଣକ ସାମ୍ୱାଦିକଙ୍କ ବାପାମାଆ ଏବଂ ଭାଇଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ଜମିରେ ଚାଷ କାର୍ଯ୍ୟକୁ ନେଇ ଏହି ବିବାଦ ରକ୍ତାକ୍ତ ରୂପ ନେଇଛି ବୋଲି କୁହାଯାଉଛି। ଏହି ହତ୍ୟା ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
Trending Photos
Crime News: ଛତିଶଗଡ଼ରୁ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ପୂର୍ବରୁ ସାମ୍ୱାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟା ପରେ ବର୍ତ୍ତମାନ ଆଉ ଜଣେ ସାମ୍ବାଦିକଙ୍କ ପରିବାରକୁ ଟାର୍ଗେଟ କରାଯାଇଛି। ଜମିବାଡି ବିବାଦକୁ ନେଇ ଘରୋଇ ଟେଲିଭିଜନ ଚ୍ୟାନେଲ ଆଜି ତକର ଜିଲ୍ଲା ପ୍ରତିନିଧୀ ସନ୍ତୋଷ କୁମାରଙ୍କ ପରିବାରକୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ଅଭିଯୁକ୍ତ ଜଣକ ସାମ୍ୱାଦିକଙ୍କ ବାପାମାଆ ଏବଂ ଭାଇଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ଜମିରେ ଚାଷ କାର୍ଯ୍ୟକୁ ନେଇ ଏହି ବିବାଦ ରକ୍ତାକ୍ତ ରୂପ ନେଇଛି ବୋଲି କୁହାଯାଉଛି। ଏହି ହତ୍ୟା ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ହତ୍ୟାର ଶିକାର ହୋଇଥିବା ପରିବାର ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ଜଗନ୍ନାଥପୁରର ଖାରଗୱା ଥାନା ଅଞ୍ଚଳରେ ବାସ କରୁଥିବା ସାମ୍ବାଦିକ ସନ୍ତୋଷଙ୍କ ବାପା, ମାଆ ଏବଂ ଭାଇ । କ୍ଷେତରେ ସନ୍ତୋଷଙ୍କ ବାପାମାଆ କାର୍ଯ୍ୟ କରୁଥିବା ସମୟରେ ପ୍ରାୟ ଅପରାହ୍ନ ୧ଟା ସମୟରେ ଏପରି ହତ୍ୟାକାଣ୍ଡ ହୋଇଛି । ପୋଲିସ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସନ୍ତୋଷଙ୍କ ପରିବାର ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା।
ଶନିବାର ଦିନ, ଚାଷ କାର୍ଯ୍ୟ ସମୟରେ କ୍ଷେତରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଆଉ ତାପରେ ତାହା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା । ସନ୍ତୋଷଙ୍କ କାକା ତାଙ୍କ ଭାଈ, ବାପା ଏବଂ ମାଆଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ପୋଲିସ କହିଛି ଯେ, ଅଭିଯୁକ୍ତ ଏକ କୁରାଢ଼ି ସାହାଯ୍ୟରେ ଏପରି ନିର୍ମମ ଭାବରେ ହତ୍ୟା କରିଛି ।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଖାରଗୱା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା । ପୋଲିସ କହିଛି ଯେ, ସନ୍ତୋଷଙ୍କ କାକାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ଜଗନ୍ନାଥପୁର ଗାଁରେ ପୈତୃକ ଜମିରେ ଚାଷ କରିବାକୁ ନେଇ ଗୋଟିଏ ପରିବାରର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ସାମ୍ୱାଦିକଙ୍କ ଭାଇ ନରେଶ ଟୋପୋ ଏବଂ ସେମାନଙ୍କ ମାଆ ବାସନ୍ତୀ ଟୋପୋଙ୍କ ସହ ବାପା ମାଘେ ଟୋପୋ ବିବାଦୀୟ ଜମିରେ ଚାଷ ଆରମ୍ଭ କରୁଥିଲେ । ଏହି ସମୟରେ, ପ୍ରାୟ ଅପରାହ୍ନ ୧ଟା ସମୟରେ ମାଘେ ଟୋପୋଙ୍କ ଭାଇଙ୍କ ପରିବାରର ୬-୭ ଜଣ ଲୋକ ମଧ୍ୟ ଚାଷ ଜମିରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲେ। ଏହି ସମୟରେ ଚାଷକୁ କେନ୍ଦ୍ର କରି ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରେ ଏହା ହିଂସାତ୍ମକ ସଂଘର୍ଷରେ ପରିଣତ ହେବାରେ ଲାଗିଲା । ମାଘେ ଟୋପୋଙ୍କ ଉତ୍ୟକ୍ତ ହୋଇ କୁରାଢ଼ିରେ ଆକ୍ରମଣ କରିଥିଲା। ମୁଣ୍ଡରେ ଗମ୍ଭୀର ଆଘାତ ହେବା କାରଣରୁ ବାସନ୍ତୀ ଟୋପୋ ଏବଂ ନରେଶ ଟୋପୋଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ମାଘେ ଟୋପୋ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିଲେ। ମାଘଙ୍କୁ ଅମ୍ବିକାପୁର ମେଡିକାଲ କଲେଜକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଆକ୍ରମଣ ସମୟରେ, ମାଘଙ୍କ ଦ୍ୱିତୀୟ ପୁଅ ଉମେଶ ଟୋପୋ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଥିଲେ । ଏଥିସହ ଗାଁ ଲୋକଙ୍କୁ ଏହା ବିଷୟରେ ଜଣାଇଥିଲେ। ଘଟଣା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।
ଯେଉଁ ଜମିକୁ କେନ୍ଦ୍ର କରି ଏହି ଲଢ଼େଇ ହୋଇଥିଲା, ତାହା ପୂର୍ବରୁ ଆକ୍ରମଣକାରୀ ପରିବାର ଚାଷ ପାଇଁ ଉକ୍ତ ଜମିକୁ ବ୍ୟବହାର କରୁଥିଲେ। ମାମଲାଟି ଦୀର୍ଘ ଦିନ ଧରି ପ୍ରତାପପୁର ଏସଡିଏମ୍ କୋର୍ଟରେ ବିଚାରାଧୀନ ରହିଥିଲା। ଏହା ପରେ କୋର୍ଟ ମୃତ ପରିବାର ସପକ୍ଷରେ ରାୟ ଦେଇଥିଲେ। ରାୟ ପ୍ରକାଶ ପରେ, ପୀଡିତାଙ୍କ ପରିବାର ଚାଷ କରିବାକୁ କ୍ଷେତକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ରହିଛି।
Also Read- Weekly Horoscope: ମେଷଠୁ ମୀନ ସାପ୍ତାହିକ ରାଶିଫଳ, ଜାନୁଆରୀ ୧୩ ରୁ ୧୯
Also Read- ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ