ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନ, ଜାଣନ୍ତୁ କ'ଣ ଥିଲା ମାମଲା?
Advertisement
Article Detail0/zeeodisha/odisha2596024

ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନ, ଜାଣନ୍ତୁ କ'ଣ ଥିଲା ମାମଲା?

Rahul Gandhi bail: ମାନହାନି ମାମଲାରେ ପୁନେର ଏମପି/ଏମଏଲଏ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ବୀର ସାଭରକରଙ୍କ ଉପରେ ଦେଇଥିବା ବୟାନ ଯୋଗୁଁ ତାଙ୍କ ବିରୁଦ୍ଧରେ ମାନହାନି ମାମଲା ରୁଜୁ ହୋଇଥିଲା।

 

Rahul Gandhi bail in defamation case

Rahul Gandhi bail in defamation case: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୀର ସାଭରକରଙ୍କ ଉପରେ ତାଙ୍କ ବୟାନ ମାମଲାରେ ପୁଣେର ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାହୁଲ ଗାନ୍ଧୀ ପୁଣେର ସ୍ୱତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ବୀର ସାଭରକରଙ୍କ ନାତି ୨୦୨୩ ମସିହାରେ ସାଭରକରଙ୍କ ଉପରେ ଦେଇଥିବା ଏକ ବୟାନ ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ରାହୁଲ ଗାନ୍ଧୀ ବୀର ସାଭରକରଙ୍କ ହିନ୍ଦୁତ୍ୱ ସମ୍ପର୍କରେ ବ୍ରିଟେନରେ ଏକ ବୟାନ ଦେଇଥିଲେ। ଏହି ବୟାନରେ ସେ ସାଭରକରଙ୍କ ହିନ୍ଦୁତ୍ୱ ଉପରେ ମନ୍ତବ୍ୟ ଦେଇଥିଲେ ଏବଂ କହିଥିଲେ ଯେ ସାଭରକର ମଧ୍ୟ ପୁସ୍ତକରେ ଏହା ବିଷୟରେ ଲେଖିଛନ୍ତି। କିନ୍ତୁ ସାଭରକରଙ୍କ ପରିବାର ଅନୁଯାୟୀ ରାହୁଲ ଗାନ୍ଧୀ ଯାହା କହିଥିଲେ ତାହା ଭୁଲ ଥିଲା।

ଯାହା ପରେ ସାଭରକରଙ୍କ ନାତି ସାତ୍ୟକୀ ସାଭରକର ପୁଣେ କୋର୍ଟରେ ଆବେଦନ କରିଥିଲେ ଏବଂ ଆଜି କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୨୫,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି। ଯେପର୍ଯ୍ୟନ୍ତ ଏହି ମାମଲା ଶେଷ ନ ହୋଇଛି ସେପର୍ଯ୍ୟନ୍ତ ସାଭରକରଙ୍କ ବିଷୟରେ କୌଣସି ବୟାନ ନ ଦେବାକୁ କୋର୍ଟ ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।