'ଅମ୍ଫାନ'ର ତାଣ୍ଡବ, ପଶ୍ଚିମବଙ୍ଗରେ ୭୨ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha684482

'ଅମ୍ଫାନ'ର ତାଣ୍ଡବ, ପଶ୍ଚିମବଙ୍ଗରେ ୭୨ ଜଣଙ୍କ ମୃତ୍ୟୁ

ମମତା ବାନାର୍ଜୀ କହିଛନ୍ତି ଯେ, ପରିସ୍ଥିତି ବର୍ତ୍ତମାନ ଠିକ୍ ନାହିଁ । ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଠାରେ ପରିଦର୍ଶନ କରିବାକୁ ଦାବି କରୁଛି । ମୁଁ ମଧ୍ୟ ବିମାନ ସର୍ଭେ ମଧ୍ୟ କରିବି । କିନ୍ତୁ ପରିସ୍ଥିତି ଠିକ୍ ହେବାକୁ ମୁଁ ଅପେକ୍ଷା କରିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାରକୁ ୨.୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କୋଲକାତା: ମହାବାତ୍ୟା 'ଅମ୍ଫାନ' ପଶ୍ଚିମବଙ୍ଗରେ ବହୁତ ଧ୍ୱଂସ ଘଟାଇଛି । ଘଣ୍ଟା ପ୍ରତି ୧୬୦ରୁ ୧୮୦ କିଲୋମିଟର ବେଗରେ ପବନ ବହିଥିଲା । ଏହି ସାମୁଦ୍ରିକ ଝଡ଼ କୋଲକାତା ବିମାନବନ୍ଦରକୁ ବହୁତ କ୍ଷତି ପହଞ୍ଚାଇଛି । ଏହା ସହ କୋଲକାତାର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ପଶ୍ଚିମବଙ୍ଗରେ 'ଅମ୍ଫାନ' ଯୋଗୁଁ କେତେ ପରିମାଣର କ୍ଷୟକ୍ଷତି ହୋଇଛି । ତାହାର ଆକଳନ ଏଯାଏ କରାଯାଇ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି ଯେ, 'ଅମ୍ଫାନ' ଦ୍ୱାରା ରାଜ୍ୟରେ ୭୨ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପଶ୍ଚିମବଙ୍ଗ ଗସ୍ତ କରିବାକୁ ମମତା ବାନାର୍ଜୀ କହିଛନ୍ତି ।

ମମତା ବାନାର୍ଜୀ କହିଛନ୍ତି ଯେ, ପରିସ୍ଥିତି ବର୍ତ୍ତମାନ ଠିକ୍ ନାହିଁ । ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଠାରେ ପରିଦର୍ଶନ କରିବାକୁ ଦାବି କରୁଛି । ମୁଁ ମଧ୍ୟ ବିମାନ ସର୍ଭେ ମଧ୍ୟ କରିବି । କିନ୍ତୁ ପରିସ୍ଥିତି ଠିକ୍ ହେବାକୁ ମୁଁ ଅପେକ୍ଷା କରିଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମଧ୍ୟ ମୃତକଙ୍କ ପରିବାରକୁ ୨.୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାର ଘୋଷଣା କରିଛନ୍ତି ।

ସିଏମ ମମତା କହିଛନ୍ତି ଯେ, ଆଜି ଆମର ଆୟ ଶୂନ ରହିଛି । ଆମକୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ସମଗ୍ର ବଙ୍ଗଳାରେ ୭୨ ଜଣଙ୍କର ମୃତ୍ୟୁ ଘଟିଛି । କୋଲକାତାରେ ୧୫ ଜଣ, ହାୱାରାରେ ୭ ଜଣ, ଉତ୍ତର ୨୪ ପରଗନାରେ ୧୭ ଜଣ, ପୂର୍ବ ମେଦିନାପୁରରେ ୬ ଜଣ, ଦକ୍ଷିଣ ୨୪ ପରଗନାରେ ୧୮ ଜଣ ଓ ହୁଗଲିରେ ୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ମମତା କହିଛନ୍ତି ।