Motivational Story of Bhaskar Waghmare : ପୁଣେର ବାସିନ୍ଦା ଭାସ୍କର ୱାଗମାରେ ୪୩ ବର୍ଷ ବୟସରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Trending Photos
Motivational Story of Bhaskar Waghmare: ଯଦି ଜଣେ ବ୍ୟକ୍ତି କିଛି କରିବାକୁ ସଂକଳ୍ପବଦ୍ଧ ହୁଏ, ତେବେ ସେ କ’ଣ ନ କରିପାର? ମହାରାଷ୍ଟ୍ରର ଜଣେ ୪୩ ବର୍ଷୀୟ ବ୍ୟକ୍ତି ମଧ୍ୟ ଏହିପରି କିଛି କରି ଦେଖାଇଛନ୍ତି । ଭାସ୍କର ୱାଗମାରେ (Bhaskar Waghmare) ନାମକ ପୁଣେର ଜଣେ ୪୩ ବର୍ଷୀୟ ବ୍ୟକ୍ତି ନିଜ ପୁଅ ସହିତ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ, କିନ୍ତୁ ଯେତେବେଳ ମହାରାଷ୍ଟ୍ର ବୋର୍ଡ (Maharashtra Board) ଫଳାଫଳ ଘୋଷଣା କଲା ସେତେବେଳେ ସେ ଚକିତ ହୋଇଯାଇଥିଲେ ।
ବାସ୍ତବରେ, ଏହି ପରୀକ୍ଷାରେ ବାପା ଭଲ ମାର୍କ ସହ ପାସ୍ କରିଥିଲେ, କିନ୍ତୁ ତାଙ୍କ ପୁଅ ଦୁଇଟି ବିଷୟରେ ଫେଲ୍ ହୋଇଥିଲେ । ମହାରାଷ୍ଟ୍ର ରାଜ୍ୟ ବୋର୍ଡ ଚଳିତ ବର୍ଷ ଜୁନ୍ ୧୭ ରେ ଦଶମ ଶ୍ରେଣୀର ଫଳାଫଳ ପ୍ରକାଶ କରିଛି, ଚଳିତ ବର୍ଷ ମୋଟ ୯୬.୯୪ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ମହାରାଷ୍ଟ୍ରର ଭାସ୍କର ୱାଗମେର ନିଜ ପରିବାରକୁ ଚଳାଇବା ପାଇଁ ୭ ଶ୍ରେଣୀରେ ପାଠପଢ଼ା ଛାଡି ଦେଇଥିଲେ । କିନ୍ତୁ ସେ ପୁଣି ଅଧ୍ୟୟନ ଆରମ୍ଭ କରିବାକୁ ବହୁତ ଉତ୍ସାହିତ ଥିଲେ । ୩୦ ବର୍ଷ ପରେ ସେ ନିଜ ପୁଅ ସହିତ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ।
ପୁଣେର ବାସିନ୍ଦା ଭାସ୍କର ୱାଗମେର କହିଛନ୍ତି ଯେ ତାଙ୍କୁ ବାଧ୍ୟତାମୂଳକ ଭାବେ ପାଠପଢ଼ା ଛାଡିବାକୁ ପଡିଥିଲା । କିନ୍ତୁ ସେ ପରେ ଭାବିଥିଲେ ମୁଁ ଆଗକୁ ପଢିବା ଉଚିତ୍ । ଏହା ପରେ ସେ ନିଜ ଘରେ ଏହା ସମସ୍ତଙ୍କୁ କହିଥିଲେ ଓ ପରିବାର ସଦସ୍ୟ ତାଙ୍କୁ ଉତ୍ସାହିତ କରିଥିଲେ । ଯାହା ପରେ ଚଳିତ ବର୍ଷ ଦଶମ ଶ୍ରେଣୀ ଫର୍ମ ପୂରଣ କରିବା ସହ କଠିନ ପରିଶ୍ରମ କରି ପରୀକ୍ଷା ଦେଇଥିଲେ । ସେ ନିଜ ଦୈନନ୍ଦିନ କାମ ସାରିବା ପରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ବହୁତ ଖୁସି, ଯଦିଓ ସେ ଦୁଃଖିତ ଯେ ତାଙ୍କ ପୁଅ ଦୁଇଟି ବିଷୟରେ ଫେଲ୍ ହୋଇଛନ୍ତି ।
ଏହା ସହ ଭାସ୍କର ୱାଗମେର କହିଛନ୍ତି ମୁଁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମୋ ପୁଅ ସାହିଲଙ୍କୁ ସାହାଯ୍ୟ କରିବି ଓ ମୁଁ ଆଶା କରୁଛି ସେ ପାସ୍ କରିବ । ତାଙ୍କ ସାହିଲ କହିଛନ୍ତି, "ମୁଁ ଖୁସି ଯେ ମୋ ବାପା ଯାହା କରିବାକୁ ଚାହୁଁଥିଲେ ସେ ତାହା କରିଦେଲେ । କିନ୍ତୁ, ମୁଁ ମଧ୍ୟ ଛାଡିବି ନାହିଁ । ମୁଁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବି ଓ ପାସ୍ କରିବାକୁ ଚେଷ୍ଟା କରିବି ।"
ଏହା ବି ପଢ଼ନ୍ତୁ: Agnipath Scheme : ଅଗ୍ନିବୀର ନିଯୁକ୍ତି ପାଇଁ ଭାରତୀୟ ବାୟୁସେନା ଜାରି କଲା ବିଜ୍ଞପ୍ତି