ଅକ୍ଟୋବର ୩୦ରେ ମୋରବିର ଏହି ଝୁଲା ପୋଲ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଲେ ୪ ଶହରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିଲେ।
Trending Photos
Morbi Accident: ନୂଆଦିଲ୍ଲୀ: ମୋରବି ଦୁର୍ଘଟଣା ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ। ମାମଲାକୁ ଉପରେ ତଥ୍ୟ ସଂଗ୍ରହ କରି ଗୁଜୁରାଟ ହାଇକୋର୍ଟ ୧୫୦ ବର୍ଷ ପୁରୁଣା ସେତୁର ରକ୍ଷଣାବେକ୍ଷଣ ପାଇଁ ଚୁକ୍ତିନାମା ପ୍ରଦାନ କରିବା ଉପରେ ପ୍ରଶ୍ନ ଉଠାଇବା ସହିତ ରାଜ୍ୟ ସରକାରଙ୍କୁ ତାଗିଦ୍ କରି ଏହାର ଜବାବ ତଲବ କରିଛନ୍ତି।
ଅକ୍ଟୋବର ୩୦ରେ ମୋରବିର ଏହି ଝୁଲା ପୋଲ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଲେ ୪ ଶହରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିଲେ। ହାଇକୋର୍ଟ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏହି ପୋଲର ଉନ୍ନତି କରଣର ଏଗ୍ରିମେଣ୍ଟ ମାତ୍ର ଦେଢ ପୃଷ୍ଠାରେ କିଭଳି ଭାବେ ସାରିଦେଲ। ହାଇକୋର୍ଟ କହିଛନ୍ତି କି ନୋଟିସ ଜାରି ହେବା ପରେ ବି ମୋରବି ନଗର ପାଳିକାର ଅଦିକାରୀଙ୍କୁ କୋର୍ଟ ଆସିନାହାନ୍ତି। ଏଭଳି ଆଚରଣ ସେମାନଙ୍କ ଚାଲାକି ଦେଖାଉଛନ୍ତି ବୋଲି ଗଣାଯିବ।
ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଏଥିରୁ ଜଣାପଡିଛି ଯେ ରାଜ୍ୟ ସରକାର ଏ ସମ୍ପର୍କରେ କୌଣସି ଟେଣ୍ଡର ନ ଦେଇ ନିଜର ଉଦାରତା ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ଦିନ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଅରବିନ୍ଦ କୁମାର ଏହି ପ୍ରଶ୍ନ ଉଠାଇଛନ୍ତି। ସର୍ବସାଧାରଣ ସେତୁ ମରାମତି କାର୍ଯ୍ୟ ପାଇଁ ଦିଆଯାଇ ନାହିଁ। ଏହା କାହିଁକି ନିଲାମ ହେଲା ନାହିଁ? ଶୁଣାଣି ଶେଷ ହେବା ପରେ କୋର୍ଟ କହିଛନ୍ତି ଯେ ବୁଧବାର ମଧ୍ୟ ମାମଲାର ଶୁଣାଣି ଜାରି ରହିବ।
ମିଳିଥିବା ସୂଚନା ମୁତାବକ ଏହି ଝୁଳା ପୋଲର ମରାମତି ପାଇଁ ଓରେଭା ଗ୍ରୁପକୁ ମୋରବି ପୌରପାଳିକା ୧୫ ବର୍ଷ ପାଇଁ ଚୁକ୍ତି ପ୍ରଦାନ କରିଥିଲା। ଏହି କମ୍ପାନୀ ମୁଖ୍ୟତଃ ଘଣ୍ଟା ପ୍ରସ୍ତୁତ କରୁଛି। ହାଇକୋର୍ଟ ତାଙ୍କର ପ୍ରାଥମିକ ବୟାନରେ କହିଛନ୍ତି ସରକାରୀ ବିଭାଗ ସହିତ ମ୍ୟୁନିସିପାଲିଟି ଏକ ଭୁଲ କରିଛି, ଯେଉଁଥିପାଇଁ ୧୩୫ ଲୋକଙ୍କ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜୁରାଟ ମ୍ୟୁନିସିପାଲିଟି ଆକ୍ଟ ୧୯୬୩ ପାଳନ କରାଯାଇଥିଲା କି ନାହିଁ ତାହା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।
ପ୍ରଧାନ ବିଚାରପତି କହିଛନ୍ତି, ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କେବଳ ଦେଢ଼ ପୃଷ୍ଠାରେ ଚୁକ୍ତି କିପରି ଶେଷ ହେଲା? କୌଣସି ଟେଣ୍ଡର ବିନା କମ୍ପାନୀକୁ ରାଜ୍ୟରୁ ସବୁଜ ସଙ୍କେତ ଦିଆଯାଇଥିଲା କି ବୋଲି ହାଇକୋର୍ଟ ପ୍ରଶ୍ନ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କେବଳ ଦେଢ଼ ପୃଷ୍ଠାରେ ଚୁକ୍ତି କିପରି ଶେଷ ହେଲା? କୌଣସି ଟେଣ୍ଡର ବିନା କମ୍ପାନୀକୁ ରାଜ୍ୟରୁ ସବୁଜ ସଙ୍କେତ ଦିଆଯାଇଥିଲା କି? କୋର୍ଟ ନିଜେ ଏହି ଦୁଃଖଦ ଘଟଣା ବିଷୟରେ ଜାଣିଥିଲେ ଏବଂ ୬ଟି ବିଭାଗରୁ ଉତ୍ତର ମାଗିଥିଲେ। ପ୍ରଧାନ ବିଚାରପତି ଅରବିନ୍ଦ କୁମାର ଏବଂ ଜଷ୍ଟିସ ଆଶୁତୋଷ ଜେ ଶାସ୍ତ୍ରୀ ଏହି ମାମଲାର ଶୁଣାଣି କରୁଛନ୍ତି।
ଏହି ମାମଲାରେ ଏପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ କମ୍ପାନୀର କିଛି କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ କୋଟି କୋଟି ମୂଲ୍ୟର ଚୁକ୍ତି ସ୍ୱାକ୍ଷର କରିଥିବା ଟପ ମ୍ୟାନେଜମେଣ୍ଟ ତଦନ୍ତରୁ ବାହାରି ନାହିଁ। ସେତୁ ଖୋଲିବା ପୂର୍ବରୁ ଏହାର ମରାମତି ପାଇଁ କୌଣସି ଅଧିକାରୀ ନିଜକୁ ଦାୟୀ ନୁହଁନ୍ତି। ଚୁକ୍ତିନାମାର ଫାଇଲଗୁଡ଼ିକୁ ଏକ ସିଲ୍ ହୋଇଥିବା କନ୍ଫିଲରେ ଦାଖଲ କରିବାକୁ କୋର୍ଟ କହିଛନ୍ତି।
ସେପଟେ ଏହି ମାମଲାକୁ ନେଇ ସରକାର ନିଜର ସଫେଇ ରଖିଛନ୍ତି। ରାଜ୍ୟ ସରକାର କହିଛନ୍ତି କି ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ଖୁବ ଶୀଘ୍ର ତ୍ୱରାନ୍ୱିତ କରାଯାଇଥିଲା। ଫଳରେ ବହୁ ଜନଜୀବନକୁ ରକ୍ଷା କରାଯାଇ ପାରିଥିଲା। ତେବେ ଏହି ଘଟଣାରେ ସରକାର ପକ୍ଷରୁ ଲଢୁଥିବା ଓକିଲ କହିଥିଲେ କି ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢନ୍ତୁ: Team India: ଟିମ ଇଣ୍ଡିଆର ହାଲତ ସୁଧାରିବାକୁ କୁମ୍ବଲେଙ୍କର ଦୁଇ ପ୍ରସ୍ତାବ