ବିଷ ବଳୟରେ ଲାହୋର, AQI 1900 ପହଞ୍ଚିବା ପରେ ଭାରତକୁ ଦାୟୀ କଲା ପାକିସ୍ତାନ
Advertisement
Article Detail0/zeeodisha/odisha2500358

ବିଷ ବଳୟରେ ଲାହୋର, AQI 1900 ପହଞ୍ଚିବା ପରେ ଭାରତକୁ ଦାୟୀ କଲା ପାକିସ୍ତାନ

Lahore AQI Today: ପଡୋଶୀ ଦେଶ ପାକିସ୍ତାନର ଲାହୋର ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) 1900 ଛୁଇଁଛି । ଯେଉଁଥିପାଇଁ ଜରୁରୀକାଳୀନ ପରିସ୍ଥିତି ଉପୁଜିଛି।

ବିଷ ବଳୟରେ ଲାହୋର, AQI 1900 ପହଞ୍ଚିବା ପରେ ଭାରତକୁ ଦାୟୀ କଲା ପାକିସ୍ତାନ

Pakistan Air Quality Index: ଆମ ପଡୋଶୀ ଦେଶ ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ହେଉଛି ଲାହୋର । ବର୍ତ୍ତମାନ ଲାହୋର ବାସିନ୍ଦାମାନେ ନିଶ୍ୱାସରେ ବିଷାକ୍ତ ବାୟୁ ନେଉଛନ୍ତି । ଶନିବାର ଦିନ ଲାହୋରର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) 1900 ରେ ପହଞ୍ଚିବା ପରେ ଏହା ସମସ୍ତଙ୍କୁ ଚକିତ କରିଦେଇଛି। ବାୟୁ ପ୍ରଦୂଷଣର ଏଭଳି ବିପଦପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଲାହୋରରେ କଠୋର ପ୍ରତିବନ୍ଧକ ଲଗାଯାଇଛି। ବିଭିନ୍ନ ପ୍ରଦୂଷଣ ଏଜେନ୍ସିର 'ବିଶ୍ୱର ପ୍ରଦୂଷିତ ସହର' ତାଲିକାରେ ଶୀର୍ଷରେ ରହିଛି ଲାହୋର । ମନ୍ତ୍ରୀ ମରିୟମ ଔରଙ୍ଗଜେବ ପ୍ରଦୂଷଣ ପାଇଁ ଭାରତକୁ ଦାୟୀ କରିଛନ୍ତି ।

ଲାହୋରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏକ ସପ୍ତାହ ପର୍ଯ୍ୟନ୍ତ ' ୱାର୍କ ଫର୍ମ ହୋମ' ବାଧ୍ୟତାମୂଳକ କରାଯାଇଛି। ନଭେମ୍ବର ୯ (ଶନିବାର) ପର୍ଯ୍ୟନ୍ତ ସମଗ୍ର ସହରରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ପିଲାମାନଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଯଦି ପରିସ୍ଥିତିରେ ସୁଧାର ନଆସେ ତେବେ ପ୍ରତିବନ୍ଧକକୁ ଆହୁରି କଡା କରାଯିବ । ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ଖରାପ ବୋଲି ଔରଙ୍ଗଜେବ କହିଛନ୍ତି। ପରିସ୍ଥିତିକୁ ଅଧିକ ଖରାପ ନକରିବାକୁ ସେ ଇଟାଭାଟି ମାଲିକ ଏବଂ ପରିବହନକାରୀଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଲକଡାଉନ କରିବା ଭଳି କଠୋର ପଦକ୍ଷେପ ନେଇପାରିବେ। ମନ୍ତ୍ରୀ କହିଛନ୍ତି ଯେ, ଗ୍ରିନ୍ ଲକ୍ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି।

ରବିବାର ଦିନ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ମରିୟମ ଔରଙ୍ଗଜେବ 'ଭାରତରୁ ଆସୁଥିବା ଧୂଆଁ' ବିଷୟରେ ଚେତାବନୀ ଦେଇଛନ୍ତି। ଏକ ସପ୍ତାହ ପର୍ଯ୍ୟନ୍ତ ଲାହୋର ଆଡକୁ ପବନ ବହିବ ବୋଲି ସେ କହିଛନ୍ତି। ମନ୍ତ୍ରୀ ଦାବି କରିଛନ୍ତି ଯେ, ଅମୃତସର ଏବଂ ଚଣ୍ଡିଗଡ଼ରୁ ପୂର୍ବ ଦିଗରୁ ପବନ ବହିବା କାରଣରୁ ଲାହୋରର AQI ଗତ ଦୁଇ ଦିନ ମଧ୍ୟରେ ଅଧିକ ବଢିଛି । ଔରଙ୍ଗଜେବ କହିଛନ୍ତି ଯେ, ଭାରତରୁ ଲାହୋର ଆଡକୁ ପ୍ରବାହିତ ପବନ ପ୍ରଦୂଷଣକୁ ବିପଜ୍ଜନକ ସ୍ତରକୁ ନେଇଯାଉଛି । ଲୋକମାନେ ଅନାବଶ୍ୟକ ସ୍ଥଳେ ନିଜ ଘରୁ ନବାହାରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଶେଷ କରି ବୃଦ୍ଧ ଓ ପିଲାମାନେ ବିଶେଷ ସତର୍କ ରହିବା ଉଚିତ୍ ବୋଲି କହିଛନ୍ତି ।

Also Read- Venus Transit 2024: ୬ ରାଶିର ଭାଗ୍ୟ ହେବ ସୂର୍ଯ୍ୟ ପରି ହେବ ଉଜ୍ୱଳ

Also Read- Top 10 News: କଂଗ୍ରେସ ଭବନରେ ବଡ଼ ବୈଠକ ଖବର ସହ ଅନ୍ୟାନ୍ୟ ଅପଡେଟ୍