Advertisement
Photo Details/zeeodisha/odisha2531101
photoDetails0hindi

Elina Samantray: ବାହାଘର ପରେ କେମିତି ଥିଲା ଏଲିନାଙ୍କ ଗୃହ ପ୍ରବେଶ, ଦେଖନ୍ତୁ ଏହି ୧୦ ଟି ଫଟୋ

Elina Samantray: ବାଜି ସାରିଛି ସାହାନାଇ । ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଦୀର୍ଘ ଦିନର ଡେଟିଂ ପରେ ବୟଫ୍ରେଣ୍ଡ ଅନୁରାଗ ପଣ୍ଡାଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ଏଲିନା । ଇଣ୍ଡୋନେସିଆର ବାଲିରେ ସିକ୍ରେଟ ବିବାହ କରିଛନ୍ତି ଏଲିନା ସାମନ୍ତରାୟ । (ନଭେମ୍ୱର 17)ରେ ସେ ବିବାହ କରିଥିବା ବେଳେ ସୋସିଆଲ ମିଡିଆରେ ବାହାଘରର ସୁନ୍ଦର ଫଟୋ ସେୟାର କରି ସମସ୍ତଙ୍କୁ ସରପ୍ରାଇଜ ଦେଇଥିଲେ । ହେଲେ ସେଠାରୁ ଫେରିବା ପରେ କେମିତି ଥିଲା ତାଙ୍କର ଗୃହ ପ୍ରବେଶ ଦେଖନ୍ତୁ ଏହିସବୁ ଫଟୋ ମାଧ୍ୟମରେ। 

 

1/10

ଆମ ଓଡ଼ିଆ ଘରେ ପୁଅ  ବୋହୁ ଘରକୁ ଆସିବା ପରେ ଶାଶୁଘରେ ଉଭୟଙ୍କ ପାଇଁ ଏକ କର୍ମ ପୂଜା କରାଯାଏ, ଯେଉଁଥିରେ ଝିଅର ଶାଶୁଘର ନାମ ସହ ଗୋତ୍ର ପରିବର୍ତ୍ତନ ର ପରମ୍ପରା ସହ ବୋହୁ ଭାବେ ପିତୃପୁରୁଷଙ୍କୁ ପିଣ୍ଡଦାନର ବିଧି ରହିଥାଏ। ତେବେ ଏହି ଫଟୋଟି ସେହି ସମୟର ବୋଲି ଚର୍ଚ୍ଚା ହେଉଛି। 

Also Read: Utpanna Ekadashi: ଉତ୍ପନ୍ନା ଏକାଦଶୀରେ ୩ଟି ବଡ଼ ଶୁଭ ସଂଯୋଗ, ୫ରାଶିର ଫିଟିବ ଭାଗ୍ୟ...

Also Read: IPL Auction 2025: ଖେଳାଳି ନିଲାମୀରେ କିଏ କେତେରେ କିଣା? ଦେଖନ୍ତୁ ତାଲିକା...

2/10

ଏହି ଫଟୋରେ ଆଳତି ଥାଳି ସହ ନଣନ୍ଦ ଏବଂ ଶାଶୁ ଏଲିନାଙ୍କୁ ସ୍ୱାଗତ ଜଣାଇଛନ୍ତି। 

3/10

ଏହି ଫଟୋରେ ଏଲିନାଙ୍କ ନଣନ୍ଦ ଲେଖିଛନ୍ତି ୱେଲକମ...Our family is now complete with the addition of a loving daughter, a warm sister and a super-fun mai. 

4/10

ଏହି ଫଟୋଟି ବିବାହ ପରର। ଗୃହ ପ୍ରବେଶ ସମୟରେ ସ୍ୱାମୀ ଅନୁରାଗ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। 

5/10

ହିନ୍ଦୁ ପରମ୍ପରା ଅନୁଯାୟୀ, ଘରର ବୋହୁ ଯେତେବେଳେ ନୂଆ ବାହା ହୋଇ ଶାଶୁଘରକୁ ଆସେ ତାଙ୍କୁ ଏମିତି ଢଙ୍ଗରେ ସ୍ୱାଗତ କରାଯାଏ କାରଣ ସେମାନେ ଘରର ଲକ୍ଷ୍ମୀ ସ୍ୱରୁପା ହୋଇଥାନ୍ତି। 

6/10

ଏହି ଫଟୋଟି ପୂରା ପରିବାର ସହ ଉଠାଇଛନ୍ତି ଏଲିନା। ଶାଶୁଘରେ ଗୋଡ଼ ଦେବା ପରେ ସ୍ୱାମୀଙ୍କ ସହ ପୂରା ପରିବାର ଏହି ଫଟୋରେ ରହିଛନ୍ତି। 

7/10

ସ୍ୱାମୀ ଅନୁରାଗ ଙ୍କ ଫଟୋ ବେଶ୍ ଭାଇରାଲ ହୋଇଛି। ଏହି ଫଟୋରେ ଏଲିନା ଙ୍କ ଗୃହ ପ୍ରବେଶର ସନ୍ତକ ଭାବେ ତାଙ୍କ ପାଦ ଚିହ୍ନକୁ ଏକକାର୍ଡ ବୋ୍ର୍ଡରେ କଏଦ କରିଛନ୍ତି ଅନୁରାଗ। 

8/10

ଏହି ସୁନ୍ଦର ଫଟୋଟି ଏଲିନାଙ୍କ ପ୍ରଶଂସକକୁ ଖୁବ୍ ପସନ୍ଦ ଆସିପାରେ ।କାରଣ ଏହି ଫଟୋଟି ହଲଦୀ ଦିନର ହୋଇଥିବା ବେଳେ ଭଉୟ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଛନ୍ତି। 

9/10

ପାଖାପାଖି ୫ ବର୍ଷ ଧରି ଡେଟ୍ କରିବା ପରେ ଅନୁରାଗ ପଣ୍ଡାଙ୍କୁ ନିଜର ଜୀବନସାଥି ରୂପେ ବାଛିଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ। 

10/10

ଇଣ୍ଡୋନେସିଆ ବାଲିରେ ବିବାହ ହୋଇଥିବା ବେଳେ ଏହି ବିବାହରେ କେବଳ ପରିବାର ଲୋକ ଯୋଗ ଦେଇଥିଲେ।