Advertisement
Photo Details/zeeodisha/odisha861145
photoDetails0hindi

ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ମହଙ୍ଗା ଭତ୍ତା ସହ ବଢ଼ିବ ଭ୍ରମଣ ଭତ୍ତା!

ସେପଟେ କେନ୍ଦ୍ର ସରକାର (Central Govt) ନିଜ କର୍ମଚାରୀଙ୍କୁ ଆଉ ଏକ ବଡ଼ ରିହାତି ଦେଇଛନ୍ତି । କର୍ମଚାରୀମାନେ ବର୍ତ୍ତମାନ LTC ସ୍କିମ୍ ଅଧୀନରେ ସେମାନଙ୍କର ନୂତନ ବୀମା ପଲିସିର ପ୍ରିମିୟମ ଦାବି କରିପାରିବେ ।

1/8

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ୫୦ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ମହଙ୍ଗା ଭତ୍ତା (Dearness Allowance) ରେ ବୃଦ୍ଧିକୁ ଅତି ଉତ୍କଣ୍ଠା ସହିତ ଅପେକ୍ଷା କରି ବସିଛନ୍ତି । ଆଶା କରାଯାଉଛି ଯେ କେନ୍ଦ୍ରର ମୋଦି ସରକାର (Modi Govt) ହୋଲି (Holi) ପୂର୍ବରୁ ଏହି ଖୁସି ଖବର ଦେଇପାରନ୍ତି । ସେପଟେ କେନ୍ଦ୍ର ସରକାର (Central Govt) ନିଜ କର୍ମଚାରୀଙ୍କୁ ଆଉ ଏକ ବଡ଼ ରିହାତି ଦେଇଛନ୍ତି । କର୍ମଚାରୀମାନେ ବର୍ତ୍ତମାନ LTC ସ୍କିମ୍ ଅଧୀନରେ ସେମାନଙ୍କର ନୂତନ ବୀମା ପଲିସିର ପ୍ରିମିୟମ ଦାବି କରିପାରିବେ ।

ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା

2/8
ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା

ସୂଚନାଯୋଗ୍ୟ ଯେ, ମହଙ୍ଗା ଭତ୍ତା (DA) କେନ୍ଦ୍ର ସରକାରଙ୍କ ଅବସରପ୍ରାପ୍ତ ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍ (DR) ସହିତ ଯୋଡ଼ି ହୋଇଥାଏ । ତେଣୁ, କେନ୍ଦ୍ର କର୍ମଚାରୀଙ୍କ ସହିତ ପେନସନଭୋଗୀମାନେ ମଧ୍ୟ ଜାନୁୟାରୀରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ DA ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି ।

LTC ନିୟମରେ ରିହାତି

3/8
LTC ନିୟମରେ ରିହାତି

କୋଭିଡ-19 (COVID-19) ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗତ ବର୍ଷ  Leave Travel concession (LTC) ସ୍କିମରେ ରିହାତି ପ୍ରଦାନର ଘୋଷଣା କରିଥିଲେ । ଯେଉଁଥିରେ ଯାତ୍ରା ପରିବର୍ତ୍ତେ କେନ୍ଦ୍ର କର୍ମଚାରୀ ୧୨ ଅକ୍ଟୋବର ୨୦୨୦ରୁ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏପରି ଜିନିଷର କ୍ରୟ ଉପରେ ଆୟକର ଛାଡ ଦାବି କରିପାରିବେ, ଯାହା ୧୨ ପ୍ରତିଶତ ଜିଏସଟି କିମ୍ବା ତା’ଠାରୁ ଅଧିକ ଅଟେ ।

LTC ଯୋଜନା ଅଧୀନରେ ଜୀବନ ବୀମା ପଲିସି

4/8
LTC ଯୋଜନା ଅଧୀନରେ ଜୀବନ ବୀମା ପଲିସି

କେନ୍ଦ୍ର କର୍ମଚାରୀମାନଙ୍କୁ ବହୁତ ରିହାତି ପ୍ରଦାନ କରି ସରକାର ଏଲଟିସି ସ୍କିମରେ ଜୀବନ ବୀମା ପଲିସି ଅନ୍ତର୍ଭୁକ୍ତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କର ଅଛି LIC ପଲିସି ତ ଅତି ଶୀଘ୍ର କରି ନିଅନ୍ତୁ ଏହି କାମ, ନଚେତ୍ ହେବ ଲକ୍ଷ ଲକ୍ଷ ଟଙ୍କାର କ୍ଷତି

DA ରେ ବୃଦ୍ଧି

5/8
DA ରେ ବୃଦ୍ଧି

କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (DA) କୁ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି ।

୨୫ ପ୍ରତିଶତ ହେବ ମହଙ୍ଗା ଭତ୍ତା

6/8
୨୫ ପ୍ରତିଶତ ହେବ ମହଙ୍ଗା ଭତ୍ତା

ଖବର ରହିଛି ଯେ ଯେତେବେଳେ ଜାନୁଆରୀ ୨୦୨୧ ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିବେ, ସେତେବେଳେ ପୁରୁଣା ୪ ପ୍ରତିଶତ ମହଙ୍ଗା ଭତ୍ତା ଉପରେ ଥିବା ରୋକ ହଟାଇ ନିଆଯିବ । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ  କରିଦେଇଛନ୍ତି ।  ଯଦି କେନ୍ଦ୍ର ସରକାର ଏପରି କରନ୍ତି, ତେବେ ବର୍ତ୍ତମାନର ୧୭ ପ୍ରତିଶତ ମହଙ୍ଗା ଭତ୍ତା ସିଧା ୨୫ (୧୭ +୪ +୪) କୁ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

ଦରମା ବୃଦ୍ଧି

7/8
ଦରମା ବୃଦ୍ଧି

ମହଙ୍ଗା ଭତ୍ତା ପୁନଃ ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ । କାରଣ ସେମାନଙ୍କର ବର୍ତ୍ତମାନ ୮ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ିଯିବ, ଏହି ଆଧାରରେ ଭ୍ରମଣ ଭତ୍ତା (TA) ମଧ୍ୟ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କୁ ବଡ଼ ଆଶ୍ୱସ୍ତିକର ଖବର ଦେଲେ ମୋଦି ସରକାର!

ବକେୟା ମଧ୍ୟ ପାଇବେ

8/8
ବକେୟା ମଧ୍ୟ ପାଇବେ

ଜୁଲାଇ ୨୦୨୦ରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ଉପର ରୋକ ଲଗାଇ ଦେଇଥିଲା । ତେଣୁ କେନ୍ଦ୍ର କର୍ମଚାରୀମାନେ ଆଶା କରୁଛନ୍ତି ଯେ ଯେତେବେଳେ ମହଙ୍ଗା ଭତ୍ତା ପୁଣି ଆରମ୍ଭ ହେବ, ସେତେବେଳେ ଏତେ ଦିନର ବକେୟା ମଧ୍ୟ ମିଳିବ ।