Maharashtra Lockdown: ସୂଚନାଯୋଗ୍ୟ, ବୁଧବାର ମହାରାଷ୍ଟ୍ରରେ ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ୧୩,୬୫୯ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୨,୫୨,୦୫୭କୁ ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ: Maharashtra Lockdown: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଲଗାତର କୋରୋନା (Coronavirus) ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ନୂଆ କୋରୋନା (COVID-19) ମାମଲା ସାମ୍ନାକୁ ଆସୁଛି । ଯାହା ଫଳରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Maharashtra CM Uddhav Thackeray) ଏକ ବଡ଼ ବୟାନ ଦେଇଛନ୍ତି ।
ବୁଧବାର ଉଦ୍ଧବ ଠାକରେ କହିଛନ୍ତି ଯେ ରାଜ୍ୟରେ ଲକଡାଉନ୍ (Lockdown) ଲଗାଇବା ନିଷ୍ପତ୍ତି ରାଜ୍ୟ ସରକାର ସହଜରେ ଗ୍ରହଣ କରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତିର ସମୀକ୍ଷା ପରେ ହିଁ ତାଲା ପକାଇବା ନେଇ ନିଷ୍ପତ୍ତି ନିଆଯିବ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharashtra CM) ଆହୁରି କହିଛନ୍ତି ଯେ, "ଲକଡାଉନ୍ ଲଗାଇବା ବିକଳ୍ପ ସହଜରେ ଗ୍ରହଣ କରାଯାଇପାରିବ ନାହିଁ, କିନ୍ତୁ ଖୁବ୍ ଶୀଘ୍ର ଆମକୁ ଏକ ଠୋସ୍ ନିଷ୍ପତ୍ତି ନେବାକୁ ପଡ଼ିବ । ଆସନ୍ତା କିଛି ଦିନ ମଧ୍ୟରେ ଆମେ ସ୍ଥିତିର ସମୀକ୍ଷା କରିବୁ ଏବଂ ନିଷ୍ପତ୍ତି ନେବୁ । ରାଜ୍ୟର ନାଗରିକମାନେ କୋରୋନା ପାଇଁ ପ୍ରଯୁଜ୍ୟ ନିୟମକୁ ଠିକ୍ ଭାବରେ ପାଳନ କଲେ ହିଁ ଦ୍ୱିତୀୟ ଲକଡାଉନକୁ ଏଡାଇ ଦିଆଯାଇପାରିବ । ତଥାପି ଆମେ ଲୋକମାନଙ୍କୁ ଅନ୍ୟ ଏକ ଲକଡାଉନକୁ ଏଡ଼ାଇବା ପାଇଁ କୋରୋନା କଟକଣାର ସଠିକ ପାଳନ କରିବାକୁ ଅନୁରୋଧ କରୁଛୁ ।"
ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ମହଙ୍ଗା ଭତ୍ତାର ୩ଟି ବକେୟା କିସ୍ତି
ପୁଣେର ମେୟର କହିଛନ୍ତି ଯେ, "ଫେବୃଆରୀ ପ୍ରଥମ ସପ୍ତାହରେ କୋରୋନା ମାମଲା ୧୩୦୦ ରହିଥିଲା, କିନ୍ତୁ ଗୋଟିଏ ମାସ ମଧ୍ୟରେ ଏହି ମାମଲା ସାତ ହଜାରରେ ପହଞ୍ଚିଛି । ଏହା ଚିନ୍ତାର ବିଷୟ ପାଲଟିଛି । ଟେଷ୍ଟିଂ ସେଣ୍ଟର୍ସ ବୃଦ୍ଧି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିବାର କୌଣସି ଯୋଜନା ନାହିଁ, କିନ୍ତୁ ଆମେ ସର୍ବସାଧାରଣ ସ୍ଥାନରେ ପ୍ରତିବନ୍ଧକ ବୃଦ୍ଧି ଉପରେ ଆଲୋଚନା କରୁଛୁ ।"
ସୂଚନାଯୋଗ୍ୟ, ବୁଧବାର ମହାରାଷ୍ଟ୍ରରେ ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ୧୩,୬୫୯ ନୂତନ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଯାହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୨,୫୨,୦୫୭କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ୫୪ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ମୋଟ ମୃତକଙ୍କ ସଂଖ୍ୟା ୫୨,୬୧୦କୁ ବୃଦ୍ଧି ପାଇଛି । ଗତ ବର୍ଷ ଅକ୍ଟୋବର ୮ରେ ରାଜ୍ୟରେ ୧୩,୩୯୫ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ସେବେଠାରୁ ସଂକ୍ରମଣର ଦୈନିକ ମାମଲାରେ ହ୍ରାସ ଦେଖାଯାଇଥିଲା ।
ଅଧିକ ପଢ଼ନ୍ତୁ:-ଟିକାକରଣ ସତ୍ତ୍ୱେ କାହିଁକି ବଢ଼ିବାରେ ଲାଗିଛି କୋରୋନା ମାମଲା? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ସବୁକିଛି
ଏହା ବ୍ୟତୀତ ମହାରାଷ୍ଟ୍ରରେ ବୁଧବାର ୯,୯୧୩ ସଂକ୍ରମିତ ସୁସ୍ଥ ହେବା ପରେ ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୨୦,୯୯,୨୦୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୯୯.୦୦୮ ରହିଛି । ମୁମ୍ବାଇରେ କୋଭିଡ-19 ରୋଗୀଙ୍କ ସଂଖ୍ୟା ୩,୩୭,୧୩୪କୁ ବୃଦ୍ଧି ପାଇଛି। ଏହାସହ ପାଞ୍ଚ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୧,୫୧୫ରେ ପହଞ୍ଚିଛି ।
ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ମିଳିବ ମହଙ୍ଗା ଭତ୍ତାର ୩ଟି ବକେୟା କିସ୍ତି
ଏଥି ସହିତ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ କୋରୋନା ମାମଲା ରୋକିବା ପାଇଁ ସାତ-ପଏଣ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛି, ଯେପରିକି ନିକଟୀୟ ସମ୍ପର୍କର ଅନୁସନ୍ଧାନ, ସଂକ୍ରମିତ ବ୍ୟକ୍ତିଙ୍କ ଚିହ୍ନଟ, ଶୀଘ୍ର ଚିହ୍ନଟ, ହଟସ୍ପଟରେ ତୀବ୍ର ଅନୁସନ୍ଧାନ ଏବଂ ମୃତ୍ୟୁର ଅଡିଟ୍ । ମାର୍ଚ୍ଚ ୩ରେ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ଡକ୍ଟର ପ୍ରଦୀପ ବ୍ୟାସ ସମସ୍ତ ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଏକ ଚିଠି ପଠାଇଛନ୍ତି ଏବଂ ଏହି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ट्रेन्डिंग फोटोज़