ପ୍ରୟାଗରାଜରୁ ବୁଡ଼ ପକାଇ ବସ୍ ଯୋଗେ ଆନ୍ଧ୍ର ପ୍ରଦେଶ ଫେରୁଥିବା ସମୟରେ ଜଗଦଲପୁର ଜିଲ୍ଲା ସିହୋରା NH ୩୦ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।
ଟ୍ରକ୍ ପରେ ଟ୍ରେଲରକୁ ବସ୍ ଧକ୍କା ଦେବା କାରଣରୁ ୭ଜଣଙ୍କ ମୃତ୍ୟୁ ହୋଇଛି ।
କିଛି ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସମସ୍ତ ଶ୍ରଦ୍ଧାଳୁ ଏକ ଟ୍ରାଭେଲର ଗାଡିରେ ବସି ପ୍ରୟାଗରାଜରୁ ଫେରୁଥିଲେ । ଶ୍ରଦ୍ଧାଳୁଙ୍କୁ ନେଇ ଟ୍ରାଭେଲର ଗାଡି ସିହୋରା ତହସିଲ ପାଖରେ ଏକ ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା ବୋଲି କୁହାଯାଉଛି। ସିମେଣ୍ଟ ବୋଝେଇ ଟ୍ରକ ରଙ୍ଗ ରୁଟରେ ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିଲା ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ ଜିଲ୍ଲାପାଳ ଓ ଏସପି ମଧ୍ୟ ପହଞ୍ଚିଛନ୍ତି ।
ଅନ୍ୟପଟେ ଦିନକ ପରେ ମାଘ ପୂର୍ଣ୍ଣିମା କାରଣରୁ ତ୍ରିବେଣୀ ସଙ୍ଗମରେ ସ୍ନାନ ପାଇଁ ଛୁଟିବାରେ ଲାଗିଛି ଶ୍ରଦ୍ଧାଳୁଙ୍କ ସୁଅ। ରାସ୍ତା ଉପରେ ଅସମ୍ଭାଳ ଭିଡ଼ କାରଣରୁ ଗାଡିର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।
ट्रेन्डिंग फोटोज़