G20 Meet: ପିଏମ ମୋଦିଙ୍କ 'ମୌନବାଣ'ରେ ଘାଇଲା ହେବ ଡ୍ରାଗନ୍
Advertisement
Article Detail0/zeeodisha/odisha1440634

G20 Meet: ପିଏମ ମୋଦିଙ୍କ 'ମୌନବାଣ'ରେ ଘାଇଲା ହେବ ଡ୍ରାଗନ୍

G20 Meet: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଲି ଗସ୍ତ କରିବେ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜି -20 ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ସୋମବାର ଦିନ ଇଣ୍ଡୋନେସିଆର ବାଲି ସହର ଅଭିମୁଖେ ଯାତ୍ରା କରିବେ।

G20 Meet: ପିଏମ ମୋଦିଙ୍କ 'ମୌନବାଣ'ରେ ଘାଇଲା ହେବ ଡ୍ରାଗନ୍

G20 Meet: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଲି ଗସ୍ତ କରିବେ। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜି -20 ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ସୋମବାର ଦିନ ଇଣ୍ଡୋନେସିଆର ବାଲି ସହର ଅଭିମୁଖେ ଯାତ୍ରା କରିବେ। ୧୫ ଓ ୧୬ ତାରିଖରେ ଇଣ୍ଡୋନେସିଆର ବାଲିରେ ଜି-୨୦ ସମ୍ମିଳନୀ ହେବ । ପରେ ପରେ ମୋଟ୍ ୨୦ଟି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡ଼ିଛି । ଏହାସହ  ୟୁଏସ, ଫ୍ରାନ୍ସ, ୟୁକେ ଓ ଜର୍ମାନୀ ଭଳି ରାଷ୍ଟ୍ର ନେତାଙ୍କ ସହ ମୋଦୀ ବୈଠକ କରିବେ ।  ବିଶ୍ୱର ବୃହତ୍ତମ ଅର୍ଥନୀତିର ଏହି ଶିଖର ସମ୍ମିଳନୀ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଇଣ୍ଡୋନେସିଆ ଏହି ବାର୍ଷିକ ଶିଖର ସମ୍ମିଳନୀ ସମାରୋହରେ ଜି -20 ର ଅଧ୍ୟକ୍ଷ ଭାରତକୁ ହସ୍ତାନ୍ତର କରିବ । ଆସନ୍ତା ବର୍ଷ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀ ଆୟୋଜନ କରାଯିବ ।

ମୋଦୀ ଏବଂ ଅନ୍ୟ ନେତାମାନେ ବିଶ୍ୱ ଅର୍ଥନୀତି, ଶକ୍ତି, ପରିବେଶ ଏବଂ ଡିଜିଟାଲ ରୂପାନ୍ତର ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି , ବ୍ରିଟିଶ ପ୍ରଧାନମନ୍ତ୍ରୀ, ଫ୍ରାନ୍ସର ରାଷ୍ଟ୍ରପତି , ଜର୍ମାନ ଚାନ୍ସଲର ଏବଂ ଚୀନ୍ ରାଷ୍ଟ୍ରପତି ମଧ୍ୟ ଅଂଶଗ୍ରହଣ କରିବେ। ବୌଦେଶିକ ସଚିବ ବିନୟ କ୍ୱାଟ୍ରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶିଖର ସମ୍ମିଳନୀରେ ମୋଦୀ ଅନେକ ନେତାଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକ କରିବେ ।  କିନ୍ତୁ ସି ଜିଙ୍ଗପିଙ୍ଗ (Xi Jinping)ଙ୍କ ସହ ବୈଠକ କରିବେ ନାହିଁ, କି ବୈଠକରେ ତାଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବେ ନାହିଁ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । 

ଏହାବି ପଢନ୍ତୁ : Twitter: କ୍ଷମା ମାଗିଲେ Elon Musk, କଲେ ଏହି ବଡ଼ ଘୋଷଣା

ଏହାବି ପଢନ୍ତୁ : Uttarakhand: ନିର୍ଜନ ହୋଇଗଲାଣି ୧୭୦୨ ଗ୍ରାମ, ରାଜ୍ୟ ଗଠନ ହେବାର ୨୨ ବର୍ଷ ପରେ ମଧ୍ୟ ଦୂର ହୋଇ ପାରୁନାହିଁ ଏହି ସମସ୍ୟା

ଏହାବି ପଢନ୍ତୁ : Diwali: ଦେଶର ଏପରି ଗାଁ, ଯେଉଁଠି ପାଳନ ହୁଏ ନାହିଁ ଆଲୋକର ପର୍ବ, ଜାଣନ୍ତୁ ଏହାର କାରଣ

ବୌଦେଶିକ ସଚିବ କ'ଣ କହିଛନ୍ତି?

ବୌଦେଶିକ ସଚିବ ବିନୟ ମୋହନ କ୍ବାଟ୍ରା(Vinay Mohan Kwatra) କହିଛନ୍ତି ଯେ, "ଅନ୍ୟ ନେତାଙ୍କ ସହ ଏହି ଦ୍ୱିପାକ୍ଷିକ ବୌଠକ ସ୍ଥିର ହେବା ପ୍ରକ୍ରିୟା ଜାରି ରହିଛି। କ୍ୱାଟ୍ରା କହିଛନ୍ତି ଯେ, ମୋଦୀ ବାଲିରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀର ତିନୋଟି ପ୍ରମୁଖ ଅଧିବେଶନରେ ଯୋଗଦେବେ - ଖାଦ୍ୟ ଏବଂ ଶକ୍ତି ସୁରକ୍ଷା, ଡିଜିଟାଲ ପରିବର୍ତ୍ତନ ଏବଂ ସ୍ୱାସ୍ଥ୍ୟ। ସେ ଆହୁରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ନେତାମାନେ ବିଶ୍ୱ ଅର୍ଥନୀତି, ଶକ୍ତି, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ପରିବର୍ତ୍ତନ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ସେ କହିଛନ୍ତି, “ଜି -20 ନେତାମାନେ ବିଶ୍ୱ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକ ଉପରେ ଆଲୋକପାତ କରିବେ ।