ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହାର ଅତୀତ ସହିତ ଭାରତର ସମ୍ପର୍କକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୁବକମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ଏହା ପୂରଣ କରିବ।
Trending Photos
Prime Minister Narendra Modi : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ବୁଧବାର)ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ପ୍ରଥମ ଗସ୍ତ।
ଏହାପୂର୍ବରୁ ସେ ବିହାରର ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ। ୨୦୧୬ ମସିହାରେ ଏହି ଧ୍ୱଂସାବଶେଷକୁ ପର୍ଯ୍ୟଟନସ୍ଥଳ ଭାବରେ ଘୋଷଣା କରାଯାଇଥିଲା।ଏହାର ଅତୀତ ସହିତ ଭାରତର ସମ୍ପର୍କକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୁବକମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ଏହା ପୂରଣ କରିବ।
ଆଜି ସକାଳ ୧୦.୩୦ ରେ ରାଜଗିରରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଉଦ୍ଘାଟିତ ହୋଇଛି।ଟୁଇଟର ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ କହିଛନ୍ତିଯେ, ଏହା ଆମ ଶିକ୍ଷା କ୍ଷେତ୍ର ପାଇଁ ଏକ ବିଶେଷ ଦିନ। ଆମର ଗୌରବମୟ ଅଂଶ ସହିତ ନାଳନ୍ଦାର ଏକ ଦୃଢ଼ ସଂଯୋଗ ରହିଛି।
ଉଦ୍ଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ଅରବିନ୍ଦ ପାନାଗରିଆ ଯୋଗ ଦେଇଥିଲେ।
ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ବ୍ରୁନେଇ, ଦାରୁସଲାମ, କାମ୍ବୋଡିଆ, ଚୀନ୍, ଇଣ୍ଡୋନେସିଆ, ଲାଓସ୍, ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ଏବଂ ଭିଏତନାମ ସମେତ ସମୁଦାୟ ୧୭ ଟି ଦେଶରୁ ବିଦେଶୀ ଦୂତମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।