ICA Global Conference: ବିଶ୍ବ ସମବାୟ ସମ୍ମିଳନୀର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। (ICA) ଏବଂ କେନ୍ଦ୍ର ସହଯୋଗ ମନ୍ତ୍ରଣାଳୟର ସହଯୋଗରେ ଆଇଏଫସିସିଓ ଆଇସିଏ ସାଧାରଣ ସଭା ଏବଂ ବିଶ୍ବ ସମବାୟ ସମ୍ମିଳନୀ ୨୦୨୪ ଆୟୋଜନ କରିବ । ନଭେମ୍ବର ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।
ସର୍ବଭାରତୀୟ ସମବାୟ ଆନ୍ଦୋଳନର ପ୍ରମୁଖ ସଂସ୍ଥା ଆନ୍ତର୍ଜାତୀୟ କୋଅପରେଟିଭ୍ ଆଲାଏନ୍ସ (ICA)ର ୧୩୦ ବର୍ଷର ଇତିହାସରେ ଏହା ପ୍ରଥମ ଥର ପାଇଁ ଭାରତରେ ସର୍ବଭାରତୀୟ ସମବାୟ ସମ୍ମିଳନୀ ଏବଂ ସାଧାରଣ ସଭା ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଭୁଟାନର ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ସେରିଙ୍ଗ୍ ତୋବଗାଏ (Tshering Tobgay)ଙ୍କ ସମତେ ଫିଜିର ଉପ-ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଆଇସିଏ ଗ୍ଲୋବାଲ କନଫରେନ୍ସର ଉଦଘାଟନୀ ଅଧିବେଶନ ପରେ ‘ରୋଚଡେଲ ପିୟୋନିଅର୍ସ ପୁରସ୍କାର’(The Rochdale Pioneers Award) ପ୍ରଦାନ କରାଯିବ।
ଭାରତ ସରକାରଙ୍କ ସହଯୋଗ ମନ୍ତ୍ରଣାଳୟର ସଚିବ ଡକ୍ଟର ଆଶିଷ କୁମାର ଭୁତାନି କହିଛନ୍ତି ଯେ, ଭାରତ ସରକାରଙ୍କ ମନ୍ତ୍ରୀ ଅମିତ ଶାହା ୨୫ ନଭେମ୍ବର ରେ ଅପରାହ୍ନ ୩ ଟା ସମୟରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ମୁଖ୍ୟ ଅତିଥି ଭାବରେ ଗ୍ଲୋବାଲ କୋଅପରେଟିଭ କନଫରେନ୍ସର ଉଦଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରିବେ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଏହି କାର୍ଯ୍ୟକ୍ରମ ୨୫ ନଭେମ୍ବରରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବ। ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘ସହଯୋଗ ମାଧ୍ୟମରେ ସମସ୍ତଙ୍କ ପାଇଁ ସମୃଦ୍ଧତା’ହେବ ।