ଜର୍ମାନୀରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି
Advertisement
Article Detail0/zeeodisha/odisha1234246

ଜର୍ମାନୀରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି

PM Modi in G7 Summit: ପ୍ରଧାନମନ୍ତ୍ରୀ ମୋଦୀ ମ୍ୟୁନିକ ଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। 

ଜର୍ମାନୀରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦି

PM Modi in G7 Summit: ଜୁନ ୨୬ ତାରିଖରୁ ଅନୁଷ୍ଠିତ ହେଉଥିବା G7 ଶିଖର ସମ୍ମିଳନୀରେ ଭାଗ ନେବାକୁ ରବିବାର ଦିନ ଜର୍ମାନୀସ୍ଥିତ ମ୍ୟୁନିକ ଠାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ୨ ଦିନିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ G7 ଏବଂ ସେଠାରେ ପହଞ୍ଚିଥିବା ଅନ୍ୟ ଦେଶର ନେତାଙ୍କ ସହ ବୈଠକ କରିବେ। ଏହି ଅବସରରେ ସମସାମୟିକ ପ୍ରସଙ୍ଗରେ ମତ ବିନିମୟ କରାଯିବ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମ୍ୟୁନିକ ଠାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। 

ଆଜିର ଦିନ ଅନ୍ୟ ଏକ କାରଣ ପାଇଁ ଜଣାଶୁଣା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଗଣତନ୍ତ୍ର ଯାହା ଆମର ଗର୍ବ, ଗଣତନ୍ତ୍ର ଯାହା ପ୍ରତ୍ୟେକ ଭାରତୀୟଙ୍କ DNA ରେ ରହିଛି। ହେଲେ ୪୭ ବର୍ଷ ପୂର୍ବେ ଆଜିର ଦିନରେ ଗଣତନ୍ତ୍ରକୁ ବନ୍ଧକ ରଖିବାକୁ ଚେଷ୍ଟା କରାଯାଇଥିଲା। ଜରୁରୀକାଳୀନ ସମୟ ଭାରତର ସ୍ପନ୍ଦନ ଗଣତାନ୍ତ୍ରିକ ଇତିହାସର ଏକ ଅନ୍ଧକାର ସ୍ଥାନ ଭଳି ହେଲେ ଏହି  ଅନ୍ଧକାର ସ୍ଥାନରେ ଶତାବ୍ଦୀ ପୁରୁଣା ଗଣତାନ୍ତ୍ରିକ ପରମ୍ପରାର ଶ୍ରେଷ୍ଠତା ମଧ୍ୟ ପୂର୍ଣ୍ଣ ଶକ୍ତି ସହିତ ଜିତିଲା। ଗଣତାନ୍ତ୍ରିକ ପରମ୍ପରା ଏହି କଳା ଦାଗ ଆଗରେ ଭାରୀ ପଡ଼ିଲା। ଗଣତନ୍ତ୍ରର ଭଙ୍ଗ କରାଯିବାର ଜବାବ ଭାରତୀୟ ଗଣତାନ୍ତ୍ରିକ ଉପାୟରେ ଦେଇଥିଲେ। ଆମେ ଭାରତୀୟ ଯେଉଁଠି ରହୁ ସେଠାରେ ଆମେ ଆମର ଗଣତନ୍ତ୍ର ପାଇଁ ସର୍ବଦା ଗର୍ବି କରିଥାଉ। ଗଣତନ୍ତ୍ର ହେଉଛି ଆମର ଗର୍ବ। ଭାରତ ହେଉଛି ଗଣତନ୍ତ୍ରର ଜନନୀ। 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତର ପ୍ରତ୍ୟେକ ଗରିବ ଲୋକଙ୍କ ଲାଗି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ରହିଛି। କୋରୋନା ମହାମାର ସମୟରେ ଭାରତ ବିଗତ ଦୁଇ ବର୍ଷ ମଧ୍ୟରେ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଣକୁ ସୁନିଶ୍ଚିତ କରୁଛି। କେବଳ ଏତିକି ନୁହେଁ ହାରାହାରି ପ୍ରତି 10 ଦିନରେ ଭାରତରେ ଏକ ୟୁନିକର୍ଣ୍ଣ ତିଆରି କରାଯାଏ। ଆଜି ଭାରତରେ ପ୍ରତି ମାସରେ ହାରାହାରି ୫ ହଜାର ପେଟେଣ୍ଟ ଦାଖଲ କରାଯାଏ। ଆଜି ଭାରତ ପ୍ରତି ମାସରେ ହାରାହାରି ୫ ଶହରୁ ଅଧିକ ଆଧୁନିକ ରେଳ କୋଚ ଉତ୍ପାଦନ କରୁଛି। ଆଜି ଭାରତ ପ୍ରତି ମାସରେ ହାରାହାରି ୧୮ ଲକ୍ଷ ପରିବାରକୁ ପାଇପ୍ ଜଳ ଯୋଗାଣ ସହିତ ସଂଯୋଗ କରୁଛି। ଆଜି ଏକବିଂଶ ଶତାବ୍ଦୀର ଭାରତ ଏହି ଶିଳ୍ପ ବିପ୍ଳବର ଅନ୍ୟତମ ଅଗ୍ରଣୀ ଦେଶ। ଯିଏ ଚତୁର୍ଥ ଶିଳ୍ପ ବିପ୍ଳବର ନେତୃତ୍ୱ ନେଉଛି।

ସୂଚନା ପ୍ରଯୁକ୍ତିବିଦ୍ୟା ସମେତ ଭାରତ ଡିଜିଟାଲ୍ ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି କରିଛି। ଦୁନିଆରେ ହେଉଥିବା Real Time Digital Payment ମଧ୍ୟରୁ % କାରବାର ଭାରତରେ ହେଉଛି। ଇଣ୍ଟରନେଟ ଡାଟା ବ୍ୟବହାର କରିବା କ୍ଷେତ୍ରରେ ଭାରତ ଆଜି ନୂଆ ରେକର୍ଡ ସୃଷ୍ଟି କରୁଛି। ଡାଟା ଶସ୍ତା ହୋଇଥିବା ଦେଶଙ୍କ ମଧ୍ୟରୁ ଭାରତ ଅନ୍ୟତମ। ଆଜିର ଭାରତ "ଘଟେ,ଚାଲିଥାଏ,ଚଳିବ" ମାନସିକତାରୁ ବାହାରି ଆସିଛି। ଆଜି ଭାରତ, "କରିବାକୁ ପଡିବ, କରିବାକୁ ହେବ' ଏବଂ 'ଠିକ୍ ସମୟରେ କରିବାକୁ" ସଂକଳ୍ପ ରଖୁଛି। ଭାରତ ବର୍ତ୍ତମାନ ପ୍ରସ୍ତୁତ, ତତ୍ପର, ଧୈର୍ଯ୍ୟ ରହିଛି।

ପ୍ରଗତି ପାଇଁ ବିକାଶ ପାଇଁ ଭାରତ ବର୍ତ୍ତମାନ ଅଧିର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଅଧିର। ଆଜି ମୁଁ ଯେତେବେଳେ ଆପଣଙ୍କ ସହ କଥାବାର୍ତ୍ତା କରୁଛି ସେତେବେଳେ ଭାରତରେ ଟିକାକରଣ ସଂଖ୍ୟା ୧୯୬ କୋଟି ଅତିକ୍ରମ କରିସାରିଛି। ମେଡ ଇଣ୍ଡିଆ କୋରୋନା ଟିକା ଭାରତ ତଥା ବିଶ୍ୱର କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିଛି।

ଗତ ବର୍ଷ ଭାରତ ୧୧୧ ବିଲିୟନ ଡଲାର ମୂଲ୍ୟର ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି କରିଥିଲା। ଭାରତର କପା ଏବଂ ହସ୍ତତନ୍ତ ଦ୍ରବ୍ୟର ରପ୍ତାନି ମଧ୍ୟ ୫୫% ବୃଦ୍ଧି ପାଇଛି। ଆଜି ସ୍ୱଚ୍ଛତା ଭାରତରେ ଏକ ଜୀବନଶୈଳୀରେ ପରିଣତ ହୋଇଛି। ଭାରତବାସୀ ଭାରତୀୟ ଯୁବକ ଦେଶକୁ ପରିଷ୍କାର ରଖିବା ସେମାନଙ୍କର କର୍ତ୍ତବ୍ୟ ବୋଲି ବିବେଚନା କରୁଛନ୍ତି। ବର୍ତ୍ତମାନ ଭାରତୀୟ ବିଶ୍ୱାସ କରୁଛନ୍ତି ଯେ ସେମାନଙ୍କ ଟଙ୍କା ଦେଶ ପାଇଁ ସଚ୍ଚୋଟ ଭାବରେ ଖର୍ଚ୍ଚ ହେଉଛି ଏବଂ ଦୁର୍ନୀତିର ଶୀକାର ହେଉନାହିଁ।

Also Read: ବଟର ନୁହେଁ ପଥର ଉପରେ ମୁଁ କରିଥାଏ ଚିତ୍ର: ପ୍ରଧାମନ୍ତ୍ରୀ ମୋଦି

Also Read: 'ସେ କେଉଁ ହାତ ଥିଲା ଯିଏ ଗୋଟିଏ ଟଙ୍କାରୁ ୮୫ ପଇସା ନେଇଯାଉଥିଲା'

Also Read: 'ଯୁଦ୍ଧରୁ କେହି ଲାଭବାନ ହୁଅନ୍ତି ନାହିଁ ବରଂ ସମସ୍ତେ କ୍ଷତି ସହିବେ'