1.ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆଜି ରେଖା ଗୁପ୍ତା ଶପଥ ନେବେ। ସୁଷମା ସ୍ୱରାଜ, ଶିଲା ଦିକ୍ଷୀତ ଏବଂ ଆତିଶିଙ୍କ ପରେ ସେ ଜଣେ ମହିଳା ଭାବେ ଏହି ପଦବୀ ମଣ୍ଡିତ କରିବାକୁ ଯାଉଛନ୍ତି। ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଦେଖିଲେ ସେ ହେବେ ଏହିପରି ରାଜ୍ୟଗୁଡ଼ିକ ଭିତରେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ।
2. ରାଜଧାନୀ ଦିଲ୍ଲୀର ପେଣ୍ଠସ୍ଥଳ ରାମଲୀଳା ମୈଦାନରେ ଏଥିଲାଗି ବ୍ୟବସ୍ଥା ହୋଇଛି। ପ୍ରାୟ ୩୦ ହଜାର ଲୋକଙ୍କ ସମାବେଶ ଏଠାରେ ହେବା ସମ୍ଭାବନା ରହିଛି। ଏହି ସମାବେଶରେ ବିଜେପି ଶାସିତ ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ। ଏହା ସହ ଅନ୍ୟ ବିଜେପି କର୍ମକର୍ତ୍ତା ଯେଉଁମାନଙ୍କ ଭୂମିକା ଦନିଲ୍ଲୀ ନିର୍ବାଚନରେ ରହିଛି ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି।
3. ଅପରାହ୍ଣ ସାଢ଼େ ୧୨ଟାରେ ଏହି ଶପଥ ଗ୍ରହଣ ସମାବେଶ ହେବ। ଏଥିଲାଗି ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନା ସମୟ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ଏଠାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
4. ଦିଲ୍ଲୀ ସରକାର ଗଠନରେ ଓଡ଼ିଶା ଥିଓରୀକୁ ଦିଲ୍ଲୀରେ ପୁନଃସ୍ଥାପନ କରାଯାଇଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ବି ଶପଥ ଗ୍ରହଣ କରିବେ। ସେମାନଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି।
5. ରେଖା ଗୁପ୍ତା ଶାଲିମାର ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି। ୨୯ ହଜାର ଭୋଟରେ ସେ ନିକଟତମ ଆପ୍ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ପରାସ୍ତ କରିଛନ୍ତି। ପୂର୍ବରୁ ମେୟର ଏବଂ କର୍ପୋରେଟର ଭାବେ ସେ ନିଜର ପ୍ରଶାସନିକ ଦକ୍ଷତା ପ୍ରଦାନ କରିଛନ୍ତି। ରାମଲୀଳା ମୈଦାନରେ ଶପଥ ଗ୍ରହଣ ସମାବେଶରେ ଶାନ୍ତି ଶୃଖଳା ରକ୍ଷା ଲାଗି ୨୫ ହଜାର ପୁଲିସବଳ ନିଯୁକ୍ତ କରାଯାଇଛନ୍ତି। ପୂରା କେନ୍ଦ୍ର ସ ଉତ୍ତର ଦିଲ୍ଲୀକୁ ପୁଲିସ ଛାଉଣୀରେ ରଖାଯାଇଛି। ବିଭିନ୍ନ ସ୍ଥାନରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସହ ଅତିରିକ୍ତ ସ୍ୱାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବା ଯୋଗାଇବା ଲାଗି ବ୍ୟବସ୍ଥା କରାଯାଇଛି। ସହରର ଯାନବାହାନ ଯାତାୟାତକୁ ମଧ୍ୟ ନିୟନ୍ତ୍ରଣ କରାଯାଇଛି।