Vladimir Putin: କ୍ରେମଲିନ ମୁଖପାତ୍ର ୟୁରୀ ଉଷାକୋଭ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ପାଇଛୁ ଏବଂ ଆମେ ଏହାକୁ ଗୁରୁତର ସହ ବିଚାର କରୁଛୁ। ଆସନ୍ତା ବର୍ଷ ଆରମ୍ଭ ରୁଷ ରାଷ୍ଟ୍ରପତିଙ୍କ ଭାରତ ଆସିପାରନ୍ତି । ଖୁବଶୀଘ୍ର ତାରିଖ ସ୍ଥିର ହୋଇପାରେ ।
Trending Photos
Vladimir Putin: ଆସନ୍ତା ବର୍ଷ ଆରମ୍ଭରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଛି । ପୁଟିନଙ୍କ ଭାରତ ଆସିବା ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ରୁଷ ରାଷ୍ଟ୍ରପତି ଭାରତ ଆସୁଛନ୍ତି ବୋଲି ରୁଷ ଦୂତାବାସ ଏନେଇ ସୂଚନା ଦେଇଛନ୍ତି। କ୍ରେମଲିନ ମୁଖପାତ୍ର ୟୁରୀ ଉଷାକୋଭ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମର ନେତାଙ୍କ ବର୍ଷକୁ ଥରେ ସାକ୍ଷାତ କରିବାର ଚୁକ୍ତି ରହିଛି। ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ପାଇଛୁ ଏବଂ ଆମେ ଏହାକୁ ଗୁରୁତର ସହ ବିଚାର କରୁଛୁ। ଆସନ୍ତା ବର୍ଷ ଆରମ୍ଭରେ ରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ତାରିଖ ସ୍ଥିର ହୋଇପାରେ ।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ଭ୍ଲାଦିମିର ପୁଟିନଙ୍କ ପ୍ରଥମ ଭାରତ ଗସ୍ତ । ଏହି କାରଣରୁ ପୁଟିନଙ୍କ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଯେତେବେଳେ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଭାରତ ନିବେଦନ କରିଛି। ଋଷ ଏବଂ ଭାରତ ମଧ୍ୟରେ ଏହାର ଶୀର୍ଷ ନେତାମାନେ ପ୍ରତିବର୍ଷ ପରସ୍ପରର ଦେଶ ପରିଦର୍ଶନ କରିବା ପାଇଁ ଏକ ଚୁକ୍ତିନାମା ରହିଛି। ଏହି ଚୁକ୍ତିନାମା ଅନୁଯାୟୀ ପୁଟିନ ଭାରତ ଗସ୍ତ କରିପାରନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀ ଋଷ ଗସ୍ତ କରିଛନ୍ତି। ସୂଚନାଯୋଗ୍ୟ, ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆସନ୍ତା ବର୍ଷ କ୍ୱାଡ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତ କରିବେ।
Also Read- ଆସୁଛନ୍ତି ରାଷ୍ଟ୍ରପତି, ଡିସେମ୍ୱର ୩ରୁ ୬ ଏହି ରୁଟ୍ ରେ ଗାଡି ଚଳାଚଳ ବନ୍ଦ
Also Read- Malavya Rajyog 2025: ସ୍ୱତନ୍ତ୍ର ରାଜଯୋଗ, ୩ ରାଶିର ବ୍ୟକ୍ତିଙ୍କ ଘରକୁ ଆସିବେ ମାଆ ଲକ୍ଷ୍ମୀ !