TRAI new rules: ସିମ୍ କାର୍ଡକୁ ସକ୍ରିୟ ରଖିବା ପାଇଁ TRAI ଏକ ନୂତନ ନିୟମ ଜାରି କରିଛି। ଏବେ ସିମ୍ କାର୍ଡକୁ ସକ୍ରିୟ ରଖିବା ପାଇଁ ବ୍ୟବହାରକାରୀଙ୍କୁ ସର୍ବନିମ୍ନ ୨୦ ଟଙ୍କା ପ୍ରିପେଡ୍ ବାଲାନ୍ସ ବଜାୟ ରଖିବାକୁ ପଡିବ। ଯାହାର ୩୦ ଦିନର ବୈଧତା ଦେବ। ଏହାକୁ Jio, Airtel, Vi, BSNL ସମେତ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ଅନୁସରଣ କରିବାକୁ ପଡିବ।
Trending Photos
TRAI ଦ୍ୱାରା ସମୟ ସମୟରେ ନୂତନ ନିଷ୍ପତ୍ତି ନିଆଯାଇଥାଏ। ଯେଉଁମାନେ ନିଜର ସିମ୍ କାର୍ଡ ଆକ୍ଟିଭ୍ ରଖିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ TRAI ଏକ ବଡ଼ ନିଷ୍ପତ୍ତି ନେଇଛି। ଏପରି ପରିସ୍ଥିତିରେ ସିମ୍ କାର୍ଡକୁ ଆକ୍ଟିଭ୍ ରଖିବା ପାଇଁ ଉପଭୋକ୍ତାମାନଙ୍କ ପାଇଁ ସର୍ବନିମ୍ନ ପ୍ରିପେଡ୍ ବାଲାନ୍ସ ପ୍ରତି ମାସରେ ୨୦ ଟଙ୍କା ହେବା ଉଚିତ। ଯଦି ପର୍ଯ୍ୟାପ୍ତ ବାଲାନ୍ସ ଅଛି ତେବେ ସିମ୍ କାର୍ଡକୁ ସକ୍ରିୟ ରଖାଯାଇପାରିବ। ଏହି ନୂତନ ନିୟମ TRAI ଆଣିଛି। ଟ୍ରାଇ ଦ୍ୱାରା ଅଟୋମେଟିକ୍ ରିଟେନସନ୍ ସ୍କିମ୍ ଅଣାଯାଉଛି। ଭାରତର ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ଏହାକୁ ଅନୁସରଣ କରିବାକୁ ପଡିବ। ଏଥିରେ Jio, Airtel, Vi, BSNL ଏବଂ ଅନ୍ୟ ସମସ୍ତ ଟେଲିକମ୍ କମ୍ପାନି ଅନ୍ତର୍ଭୁକ୍ତ।
ଆପଣଙ୍କର ଯଦି ଏକ ସିମ୍ କାର୍ଡ ଅଛି ଏବଂ ଆପଣ ଏହାକୁ ଆକ୍ଟିଭ ରଖିବାକୁ ଚାହୁଁଛନ୍ତି। ତେବେ ଆପଣ ୨୦ ଟଙ୍କାରେ ରିଚାର୍ଜ କରିପାରିବେ। ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କୁ ୩୦ ଦିନର ବୈଧତା ମିଳିବ। କିନ୍ତୁ ଏହି ସମୟ ମଧ୍ୟରେ ଆପଣଙ୍କୁ କଲିଂ, ଡାଟା କିମ୍ବା SMS ବ୍ୟବହାର କରିବାକୁ ମିଳିବ ନାହିଁ। ଯଦି ଆପଣ ଏହା କରିବାକୁ ଚାହାଁନ୍ତି ତେବେ ଆପଣକୁ ରିଚାର୍ଜ କରିବାକୁ ପଡିବ। ଆପଣ କେବଳ ସିମ୍ କାର୍ଡକୁ ଆକ୍ଟିଭି ରଖିବା ପାଇଁ ଏହି ରିଚାର୍ଜ କରିପାରିବେ। ସମୟ ସୀମା ଶେଷ ହେବା ପରେ, ଆପଣଙ୍କ ଆକାଉଣ୍ଟରୁ ପୁଣି ଥରେ ୨୦ ଟଙ୍କା କଟାଯିବ ଏବଂ ଆପଣଙ୍କ ସିମ୍ କାର୍ଡ ୩୦ ଦିନ ପାଇଁ ଆକ୍ଟିଭ୍ ହୋଇଯିବ।
କ’ଣ ଏହି ନିୟମ?
TRAIର ବର୍ତ୍ତମାନର ନିୟମ ବିଷୟରେ କଥା ହେବା ତେବେ ଆପଣଙ୍କୁ ସର୍ବନିମ୍ନ ୧୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ। ଏହି ରିଚାର୍ଜ ପରେ ଆପଣଙ୍କର ସିମ୍ କାର୍ଡ ଆକ୍ଟିଭ୍ ହୋଇଯିବ। କିନ୍ତୁ ଏହାର ବୈଧତା ମଧ୍ୟ ୨୮ ଦିନ। ତଥାପି ଏହା ସହିତ ଅପରେଟରମାନଙ୍କୁ ଅନ୍ୟ କିଛି ଶସ୍ତା ବିକଳ୍ପ ମଧ୍ୟ ଦେଉଥିଲେ। ସେମାନଙ୍କ ସାହାଯ୍ୟରେ ଆପଣ ସିମ୍ କାର୍ଡକୁ ଆକ୍ଟିଭ୍ ରଖିପାରନ୍ତି। କିନ୍ତୁ ଏବେ ଆପଣଙ୍କୁ ଏହି ରିଚାର୍ଜଗୁଡ଼ିକର ଆବଶ୍ୟକତା ପଡ଼ିବ ନାହିଁ। କାରଣ ଆପଣ ଏହାକୁ ସର୍ବନିମ୍ନ ଖର୍ଚ୍ଚରେ ଆକ୍ଟିଭ୍ ରଖିପାରିବେ। ବିଶେଷ କଥା ହେଉଛି ଆପଣ ଏହାକୁ ବ୍ୟବହାର କରିପାରିବେ। ଆପଣଙ୍କର ଯେକୌଣସି ଟେଲିକମ୍ କମ୍ଫାନି ସିମ୍ କାର୍ଡ ଥିଲେ ମଧ୍ୟ ଏହି ନିୟମ ଲାଗୁ ହେବ।