Naxal Encounter: ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ, ଅନେକ ଗୁରୁତର
Advertisement
Article Detail0/zeeodisha/odisha2164803

Naxal Encounter: ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ, ଅନେକ ଗୁରୁତର

Naxal Encounter: ଦୁଇ ନକ୍ସଲ ନିହତ, ଅନେକ ଗୁରୁତର

Naxal Encounter: ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ, ଅନେକ ଗୁରୁତର

Naxal Encounter: ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନକ୍ସଲ ପ୍ରଭାବିତ ଜିଲ୍ଲାମାନଙ୍କରେ ସୁରକ୍ଷା ବାହିନୀ ନିରନ୍ତର ସର୍ଚ୍ଚ ଅପରେସନ କରୁଛନ୍ତି। ଅପରାହ୍ନରେ ପୁନର୍ବାର ଏନକାଉଣ୍ଟରରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଆଉ ଦୁଇଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହି ଏନକାଉଣ୍ଟରରେ ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ଖବର ରହିଛି। ଘଟଣାସ୍ଥଳରୁ ଦୁଇଟି ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ଏହି ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ଏନକାଉଣ୍ଟର ନିଶ୍ଚିତ ହୋଇନାହିଁ।

ଏଠାରେ କହି ରଖୁ ଯେ ବିଜାପୁର ଏବଂ ଡାଣ୍ଟେୱାଡା ସୀମା ନିକଟରେ ଥିବା ଗାମ୍ପୁର ପୁରଙ୍ଗେଲ ଜଙ୍ଗଲରେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲା। ଏହି ଏନକାଉଣ୍ଟରରେ ପୋଲିସ ଜଣେ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଥିଲା। ସୂଚନାନୁସାରେ, ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ଉପରେ DRG ଏବଂ ବସ୍ତର ଫାଇଟର୍ସ (BFR) ଦାନ୍ତେୱାଡ଼ାର ମିଳିତ ଦଳ ଏବଂ CRPF 111, 230, 231 ବାଟାଲିୟନର ୟଙ୍ଗ ପ୍ଲାଟୁନ୍ ନକ୍ସଲ ବିରୋଧୀ ଅପରେସନ୍ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ୍ ସମୟରେ ଏକ ଏନକାଉଣ୍ଟରରେ ଜଣେ ପୁରୁଷ ନକ୍ସଲଙ୍କୁ ହତ୍ୟା କରିବାରେ ଦାନ୍ତେୱାଡ଼ା ପୋଲିସ ସଫଳ ହୋଇଥିଲା।