Shocking News: ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲା ପାକିସ୍ତାନୀ ଟଙ୍କା, ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha1584959

Shocking News: ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲା ପାକିସ୍ତାନୀ ଟଙ୍କା, ଜାଣନ୍ତୁ କିପରି

Pakistan Rupee Create New Record: ପାକିସ୍ତାନୀ ଟଙ୍କାର ମୂଲ୍ୟ ଡଲାର ପିଛା ରେକର୍ଡ ସ୍ତରରେ ପହଞ୍ଚିଛି। ଗୋଟିଏ ପଟେ ଯେଉଁଠି ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ ନେତୃତ୍ୱାଧିନ ସରକାରକୁ ସମାଲୋଚନା କରାଯାଉଛି। 

Shocking News: ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲା ପାକିସ୍ତାନୀ ଟଙ୍କା, ଜାଣନ୍ତୁ କିପରି

Pakistani Rupee Break Rohit Sharmas Record: ପାକିସ୍ତାନରେ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ଏବେ ଦିନକୁ ଦିନ ଆହୁରି ଗୁରୁତର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ସରକାରଙ୍କ ବିଦେଶୀ ମୁଦ୍ରା ଭଣ୍ଡାର କମିବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଯେ ପାକିସ୍ତାନ ପାଖରେ ଯେତିକି ପରିମାଣରେ ବୈଦେଶିକ ମୁଦ୍ରା ରହିଛି ତାହାକୁ କେବଳ ୩ ସପ୍ତାହ ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇ ପାରିବ। ପାକିସ୍ତାନୀ ଟଙ୍କାର ମୂଲ୍ୟ ଡଲାର ପିଛା ୨୬୫ ଟଙ୍କାରେ ପହଞ୍ଚିସାରିଛି। ଗୋଟିଏ ପଟେ ଯେଉଁଠି ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହୱାଜ ସରିଫଙ୍କ ନେତୃତ୍ୱାଧିନ ସରକାରକୁ ସମାଲୋଚନା କରାଯାଉଛି। ହେଲେ ଅନ୍ୟପକ୍ଷରେ ଗୁରୁତର ଆର୍ଥିକ ସଂକଟ ଲାଗି ପାକିସ୍ତାନ ଭଳି ଦେଶ ପରିହାସର ପାତ୍ର ପାଲଟିଛି। ଏଭଳି ସ୍ଥିତିରେ ଲୋକ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ରେକର୍ଡ ସହ ପାକିସ୍ତାନ ଅର୍ଥନୀତିକୁ ତୁଳନା କରିଛନ୍ତି। ପରିହାସ କରିବା ଢଙ୍ଗରେ ଲୋକେ କହୁଛନ୍ତି ପାକିସ୍ତାନୀ ଟଙ୍କା କ୍ରିକେଟର ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିସାରିଛି। 

ଗତ ୨୦୧୪ ବର୍ଷରେ ଶ୍ରୀଲଙ୍କା ବିପକ୍ଷ ଏକ ଦ୍ୱିପାକ୍ଷିକ ମୁକାବିଲାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ୨୬୪ ରନ୍ ସ୍କୋର କରି ଏକ ଲମ୍ବା ପାଳି ଖେଳିଥିଲେ। ଦ୍ୱିଶତକ ଶତକ ହାସଲ କରିବାର ସର୍ବବୃହତ୍ତ  ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି। ହେଲେ ଏବେ ପାକିସ୍ତାନୀ ଟଙ୍କାର ମୂଲ୍ୟ ଡଲାର ପିଛା ୨୬୫ ଟଙ୍କାରେ ପହଞ୍ଚିଛି। ଯେତେବେଳେ ପାକିସ୍ତାନୀ ଟଙ୍କାର ମୂଲ୍ୟ ଡଲାର ପିଛା ୨୬୪ ଟଙ୍କା ଅତିକ୍ରମ କରି ୨୬୫ ଟଙ୍କାରେ ପହଞ୍ଚିଲା ଲୋକେ ସେତେବେଳେ ପାକିସ୍ତାନକୁ ଟ୍ରୋଲ କରିବା ଆରମ୍ଭ କରିଦେଲେ। 

ପାକିସ୍ତାନୀ ଟଙ୍କାର ମୂଲ୍ୟ ଡଲାର ପିଛା ୨୬୫ ଟଙ୍କାରେ ପହଞ୍ଚିବା ପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ବିଭିନ୍ନ ପ୍ରକାର ପୋଷ୍ଟ କରି ପାକିସ୍ତାନ ଭଳି ଦେଶକୁ ପରିହାସ କରିବାରେ ଲାଗିଛନ୍ତି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ପାକିସ୍ତାନ ସବୁଠାରୁ ବଡ ଅର୍ଥନୈତିକ ସମସ୍ୟାର ସାମ୍ନା କରୁଛି। ଏଠାରେ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥର ମୂଲ୍ୟ ଆକାଶଛୁଆଁ ହୋଇଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସମେତ ଅନେକ ସଙ୍ଗଠନ ପାକିସ୍ତାନ ଅର୍ଥନୀତିକୁ ଖରାପ ବୋଲି ବର୍ଣ୍ଣନା କରି ସାରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାକିସ୍ତାନରେ ଅନେକ ପୁଞ୍ଜି ବିନିଯୋଗ କରିଥିବା ଚୀନ୍, ଏବେ ପାକିସ୍ତାନକୁ ଆର୍ଥିକ ସହୟତା ପ୍ରଦାନ କରିବାରୁ ପଛଘୁଞ୍ଚା ଦେଉଛି।