Taliban to Pakistan: 'ଆଫଗାନ ସୀମାକୁ କିଏ ଆସିବ ସେଥିରେ ତମର କିଛି ଯାଏ-ଆସେ ନାହିଁ'
Advertisement
Article Detail0/zeeodisha/odisha1342391

Taliban to Pakistan: 'ଆଫଗାନ ସୀମାକୁ କିଏ ଆସିବ ସେଥିରେ ତମର କିଛି ଯାଏ-ଆସେ ନାହିଁ'

Talibani Fighters warns Pakistan Army: ଯଦି ମୁଁ କୌଣସି ଆମେରିକୀୟ କିମ୍ବା ଭାରତୀୟଙ୍କୁ ମୋ ସାଙ୍ଗରେ ଆଣେ ଏବଂ ଯଦି ସେମାନେ ଆଫଗାନିସ୍ତାନ ସୀମା ମଧ୍ୟରେ ବୁଲାବୁଲି କରନ୍ତି, ତାହେଲେ ଆପଣଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। ପାକିସ୍ତାନୀ ସେନା ଆଫଗାନିସ୍ତାନ ସୀମାରେ ହସ୍ତକ୍ଷେପ ବନ୍ଦ କରିବା ଆବଶ୍ୟକ।

Taliban to Pakistan: 'ଆଫଗାନ ସୀମାକୁ କିଏ ଆସିବ ସେଥିରେ ତମର କିଛି ଯାଏ-ଆସେ ନାହିଁ'

Taliban warns Pakistan: ଆାଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବାକୁ ଯାଉଛି ବର୍ଷେ ପୂରଣ ହୋଇଯାଇଛି। ଆଫଗାନ ମାଟିରେ ତାଲିବାନ ଶାସନକୁ ନେଇ ବିଶ୍ୱରେ ସବୁଠାରୁ ଅଧିକ ଉତ୍ସାହିତ ରହୁଥିବା ପାକିସ୍ତାନକୁ ମିଳିଛି ଜୋରଦାର ଝଟକା।  ତାଲିବାନ ପ୍ରସଙ୍ଗରେ ନିଜେ ବୁଣିଥିବା ଜାଲରେ ନିଜେ ଫସି ଯାଇଛି ପାକିସ୍ତାନ। ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ତାଲିବାନ-ପାକିସ୍ତାନ। ଏପରିକି ପାକିସ୍ତାନୀ ସୈନିକଙ୍କୁ ଅପମାନିତ କରିବା କିମ୍ବା ଜବାବ ଦେବାକୁ ପଛାଉ ନାହାଁନ୍ତି ତାଲିବାନୀ ଯୋଦ୍ଧା। 

ଆଫଗାନ (Afghanistan) ମାଟିରେ ତାଲିବାନ ଶାସନ (Taliban  Rule) ଆରମ୍ଭ ହୋଇଯିବା ପରେ ଡୁରାଣ୍ଡ ସୀମାରେଖାରେ (Durand Line) ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ଉଭୟ ପାକିସ୍ତାନ-ଆଫଗାନିସ୍ତାନ ସୀମାକୁ (Afghanistan-Pakistan Border) ପରସ୍ପର ଠାରୁ ପୃଥକ କରିଥାଏ ଡୁରାଣ୍ଡ ଲାଇନ। ନିକଟରେ ଡୁରାଣ୍ଡ ସୀମାରେ ପାକିସ୍ତାନୀ ସୈନିକଙ୍କୁ (Pakistani Soldier) ଜବାବ ଦେଇ ତାଲିବାନୀ ଯୋଦ୍ଧା (Talibani Fighters) କହିଛନ୍ତି ଯେ, ଆମ ଏଠାକୁ ଭାରତୀୟ କିମ୍ବା ଅନ୍ୟ କୌଣସି ଲୋକଙ୍କୁ ଆଣିବୁ ସେଥିରେ ପାକିସ୍ତାନ ସେନାର କିଛି ଯାଏ-ଆସେ ନାହିଁ। ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। 

ଭାଇରାଲ ଭିଡିଓ ମାଧ୍ୟମରେ ତାଲିବାନ କମାଣ୍ଡର (Talibani Cmooander) ପାକିସ୍ତାନୀ ସୈନ୍ୟ ଅଧିକାରୀଙ୍କୁ (Pakistani Army Officer) କହୁଛନ୍ତି, 'ଯଦି ମୁଁ କୌଣସି ଆମେରିକୀୟ କିମ୍ବା ଭାରତୀୟଙ୍କୁ ମୋ ସାଙ୍ଗରେ ଆଣେ ଏବଂ ଯଦି ସେମାନେ ଆଫଗାନିସ୍ତାନ ସୀମା ମଧ୍ୟରେ ବୁଲାବୁଲି କରନ୍ତି, ତାହେଲେ ଆପଣଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। ପାକିସ୍ତାନୀ ସେନା (Pakistani Army) ଆଫଗାନିସ୍ତାନ ସୀମାରେ ହସ୍ତକ୍ଷେପ ବନ୍ଦ କରିବା ଆବଶ୍ୟକ। ଆମେ କେବଳ ମୁସଲମାନ ହୋଥିବାରୁ ଆପଣଙ୍କ ପାଇଁ ସଂଯମତା ଦେଖାଉଛୁ। ଅନ୍ୟଥା ଆମେ ଆମେରିକା ଭଳି ପାକିସ୍ତାନୀ ସେନା ସହ ସମାନ ଯୁଦ୍ଧ କରିବାକୁ ପଛାଇବୁ ନାହିଁ।

Also Read: ସମ୍ପର୍କ ହୋଇଉଠୁଛି ତିକ୍ତ; ମୁହାଁମୁହିଁ ଅବସ୍ଥାରେ ତାଲିବାନ-ପାକିସ୍ତାନ

ତାଲିବାନ କମାଣ୍ଡର ପାକିସ୍ତାନୀ ସୈନା ଅଧିକାରୀଙ୍କୁ ସେତେବେଳେ ଚେତାବନୀ ଦେଇଛନ୍ତି ଯେତେବେଳେ ଉଭୟ ପକ୍ଷ ମଧ୍ୟରେ ଆଫଗାନିସ୍ତାନର ପାକଟିଆ ପ୍ରଦେଶରେ ଜବରଦସ୍ତ ଗୁଳିମାଡ଼ ହୋଇଥିଲା। ଏହା ପୂର୍ବରୁ ଗତ ଫେବୃଆରୀ ମାସରେ କୁ୍ନାର ପ୍ରଦେଶରେ ମୁହାଁମୁହିଁ ହୋଇଥିଲେ ତାଲିବାନ-ପାକିସ୍ତାନ।  ସେତେବେଳେ ପାକିସ୍ତାନ ସେନା  ଆଫଗାନିସ୍ତାନ କୁନାର ପ୍ରଦେଶର ଦାଙ୍ଗମ ଜିଲ୍ଲାରେ  ତୋପମାଡ଼ କରିଥିଲା ପାକିସ୍ତାନ ସେନା।

ନିଜ ଦେଶକୁ ଆଫଗାନିସ୍ତାନ ଠାରୁ ପୃଥକ କରୁଥିବା ଡୁରାଣ୍ଡ ସୀମା ରେଖାରେ ପାକିସ୍ତାନୀ ସେନା ତାର ବାଡ଼ ଲଗାଇବା କାମ ଶେଷ  କରିବାକୁ ଚେଷ୍ଟା କରୁଛି। ପାକିସ୍ତାନୀ ଶାସକ ଭାବିଥିଲେ ଯେ ତାଲିବାନ ଏହାକୁ ବିରୋଧ କରିବ ନାହିଁ। ହେଲେ ଏହାର ବିପରୀତ ପରିଣାମା ଦେଖିବାକୁ ମିଳିଛି। ତାଲିବାନ ସେନା ସୀମାରେ ତାର ବାଡ଼ ଲଗାଇବାକୁ ଦୃଢ ବିରୋଧ କରୁଛି।

Also Read:  Durand Line: ବଢୁଛି ବିବାଦ, ଯୁଦ୍ଧ ମୈଦାନରେ ମୁହାଁମୁହିଁ ହୋଇପାରନ୍ତି ତାଲିବାନ-ପାକିସ୍ତାନ

ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାରର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୋବ ମୁଜାହିଦ୍ ଗତ ମାସରେ ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ଆଫଗା ମାଟିରେ ପାକିସ୍ତାନ ଅନୁପ୍ରବେଶ କରୁଥିବା ନେଇ ଅଭିଯୋଗ କରିଛନ୍ତି ସେ। ରାଜଧାନୀ କାବୁଲ ଠାରେ ଗଣମାଧ୍ୟମ ସହ ବାର୍ତ୍ତାଳାପ କରିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ମୁଜାହିଦ୍ କହିଛନ୍ତି ଯେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଆଫଗାନିସ୍ତାନରେ ଆମେରିକୀୟ ଡ୍ରୋନ୍ ଉଡୁଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ଡ୍ରୋନ ପାକିସ୍ତାନରୁ ଉଡ଼ାଣ ଭରୁଛି ଏବଂ ପରେ ଆମ ଦେଶରେ ପ୍ରବେଶ  କରି କୌଣସି ଟାର୍ଗେଟକୁ ଲକ୍ଷ୍ୟ ଭେଦ କରୁଛି।