Shraddha Murder Case: କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ସୃଷ୍ଟି ହେଲା ଝଡ଼
Advertisement
Article Detail0/zeeodisha/odisha1446921

Shraddha Murder Case: କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ସୃଷ୍ଟି ହେଲା ଝଡ଼

Shraddha Murder Case: ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ କେନ୍ଦ୍ର ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀ କୌଶଲ କିଶୋର ଏକ ବିବାଦୀୟ ବାୟାନ ଦେଇଛନ୍ତି। ଲିଭ୍ ଇନରେ ରହିବା ବଦଳରେ କୋର୍ଟ ବିବାହ କରିବା ଭଲ ବୋଲି ମନ୍ତ୍ରୀ କହିଛନ୍ତି। ସର୍ବସାଧାରଣରେ ଲିଭ୍ ଇନକୁ ଗ୍ରହଣ ନ କରନ୍ତି, ତେବେ କୋର୍ଟ ମ୍ୟାରେଜ କରି ଝିଅ ଓ ପୁଅ ଏକତ୍ରିତ ରହିପାରିବେ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। 

Shraddha Murder Case: କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ସୃଷ୍ଟି ହେଲା ଝଡ଼

Shraddha Murder Case, ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଏବେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ପୋଲିସ ଅଭିଯୁକ୍ତ ଅଫତାବ ପୁନାୱାଲାର ରିମାଣ୍ଡ ଅବଧି ଆଉ ପାଞ୍ଚ ଦିନକୁ ବୃଦ୍ଧି କରାଯାଇଛି। ଏହା ସହ ତାର ନାର୍କୋ ଟେଷ୍ଟ କରିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଅନ୍ୟପଟେ ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ କେନ୍ଦ୍ର ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀ କୌଶଲ କିଶୋର ଏକ ବିବାଦୀୟ ବାୟାନ ଦେଇଛନ୍ତି। ଯାହାକୁ ନେଇ ଶିବସେନା ତାଙ୍କୁ ଟାର୍ଗେଟ କରିଛି। ପୂର୍ବରୁ ଡେଟିଂ ଆପକୁ ବ୍ୟାନ କରିବା ପାଇଁ ମହାରାଷ୍ଟ୍ରର ଜଣେ ନେତା କହିଥିଲେ।

ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ଗୁରୁବାର ଉତ୍ତର ପ୍ରଦେଶର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସହରୀ ବ୍ୟାପାର ମନ୍ତ୍ରୀ କୌଶଲ କିଶୋର ଏକ ବିବାଦୀୟ ବୟାନ ଦେଇଛନ୍ତି। ଏହି ହତ୍ୟାକାଣ୍ଡ ପାଇଁ ସେ ଶ୍ରଦ୍ଧାଙ୍କୁ ଦାୟୀ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷିତ ଝିଅମାନେ ଅଶିକ୍ଷିତ ଝିଅଙ୍କ ଠାରୁ ଶିଖନ୍ତୁ। କାହା ସହ ରହିବାକୁ ହେଲେ ବାପା ମାଆଙ୍କ ଇଚ୍ଛାରେ ରୁହନ୍ତୁ। ଲିଭ୍ ଇନ୍ ରିଲେସନସିପ୍ ହେଉଛି କେବଳ ବନ୍ଧୁତା, ଏଥିରେ ଯେକୌଣସି ମୁହୂର୍ତ୍ତରେ ପୂର୍ଣ୍ଣଚ୍ଛେଦ ପଡିପାରେ। ଦେଶରେ ଏମିତି ଘଟଣା ବହୁତ ଘଟୁଛି। ଏହି ଘଟଣା ଗୁଡିକରୁ ଝିଅମାନେ ଶିଖିବା ଉଚିତ। ବାପା ମାଆଙ୍କୁ ଗୋଇଠା ମାରି ଲିଭ୍ ଇନରେ ରହିଲେ ଏପରି ଘଟେ ବୋଲି ମନ୍ତ୍ରୀ କହିଛନ୍ତି।

Also Read: Hate Story: ପ୍ରେମିକକୁ ଭରସା କରି ସ୍ୱାମୀକୁ ଛାଡ଼ିଲେ, ଏବେ ଏ କୂଳର ନା' ସେ କୂଳର ହେଲେ

 

ସେ ପୁଣି କହିଥିଲେ ଯେ, ଲିଭ୍ ଇନରେ ରହିବା ବଦଳରେ କୋର୍ଟ ବିବାହ କରିବା ଭଲ। ଯେଉଁ ଝିଅମାନେ ବଡ ହେଲାପରେ ବାପା ମାଆଙ୍କୁ ଛାଡି ପ୍ରେମିକ ସହ ଚାଲିଯାଉଛନ୍ତି, ସେମାନେ ପରମୁହୂର୍ତ୍ତରେ ତାଙ୍କ ଠାରେ ଘଟୁଥିବା ଘଟଣା ପାଇଁ ଦାୟୀ। ଯଦି ସର୍ବସାଧାରଣରେ ଲିଭ୍ ଇନକୁ ଗ୍ରହଣ ନ କରନ୍ତି, ତେବେ କୋର୍ଟ ମ୍ୟାରେଜ କରି ଝିଅ ଓ ପୁଅ ଏକତ୍ରିତ ରହିପାରିବେ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ସେ ଲିଭ୍ ଇନ୍ ରିଲେସନସିପ୍ ବ୍ୟବସ୍ଥାକୁ ବନ୍ଦ କରିବାକୁ ଅପିଲ କରିଛନ୍ତି। ତେବେ ମନ୍ତ୍ରୀ କିଶୋରଙ୍କ ଏହି ବୟାନକୁ କିଛି ଲୋକ ସମର୍ଥନ କରୁଥିବା ବେଳେ ବିରୋଧି ନେତାମାନେ ବିରୋଧ କରିଛନ୍ତି।

ଉଦ୍ଧବ ଠାକରେଙ୍କ ସମର୍ଥିତ ଶିବସେନାର ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ, କେନ୍ଦ୍ରମନ୍ତ୍ରୀ କୌଶଲ କିଶୋରଙ୍କ ବୟାନରେ ସହମତ ନୁହନ୍ତି। ଶିବସେନା ସାଂସଦ କହିଛନ୍ତି ଯେ, ଯାହାହେଉ ସେ କହିନାହାନ୍ତି କି ଏହି ଦେଶରେ ଜନ୍ମ ହେବା ପାଇଁ ଝିଅମାନେ ଦାୟୀ। ଏହା ଲଜ୍ଜାଜନକ, ହୃଦୟହୀନ ଏବଂ ନିଷ୍ଠୁରତା। ପ୍ରତ୍ୟେକ ସମସ୍ୟା ପାଇଁ ମହିଳାଙ୍କୁ ଦୋଷ ଦେବା ମାନସିକତା ବୃଦ୍ଧି ପାଇବାରେ ଲାଗିଛି। ସଂସଦରେ ୧୪ ପ୍ରତିଶତ ମହିଳା ଜନପ୍ରତିନିଧି ଅଛନ୍ତି। କିନ୍ତୁ ଏମାନେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାବେ। ଯଦି ପ୍ରଧାନମନ୍ତ୍ରୀ ସତରେ ମହିଳା ଶକ୍ତି ବିଷୟରେ ଚର୍ଚ୍ଚା କରୁଥାନ୍ତି, ତେବେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ତୁରନ୍ତ ପଦରୁ ହଟାନ୍ତୁ ବୋଲି ଶିବସେନା ସାଂସଦ ଦାବି କରିଛନ୍ତି।