Mumbai Terror Attack: ଆମେରିକାର ଆତଙ୍କବାଦୀ ଡେଭିଡ୍ କୋଲେମାନ ହେଡ୍ଲୀଙ୍କୁ ଏହି ଆକ୍ରମଣ ପାଇଁ ଭାରତ ପଠାଇଥିବା ଅଭିଯୋଗ ହୋଇଛି। ଅନେକ ବର୍ଷ ହେଲା ଏହି ଅଭିଯୁକ୍ତଙ୍କୁ ଭାରତକୁ ଆଣି ଭାରତରେ ମାମଲା ବିଚାର ପାଇଁ ଭାରତ ପ୍ରଚେଷ୍ଟା କରୁଥିଲା। ଏବେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଫଳରେ ଭାରତର କୁଟନୈତିକ ବିଜୟ ହୋଇଥିବା ଚର୍ଚ୍ଚା ହେଉଛି
Trending Photos
Mumbai Terror Attack: ୨୦୦୮ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତହଓ୍ୱୁର ରାଣାକୁ ଭାରତ ପ୍ରତ୍ୟାର୍ପଣ କରାଯିବ। ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମକୋର୍ଟ ଏ ସମ୍ବନ୍ଧୀୟ ମାମଲାର ବିଚାର କରି ଏହି ଆଦେଶ ଦେଇଛନ୍ତି। ତହଓ୍ୱୁର ରାଣା ହେଉଛି ଜଣେ ପାକିସ୍ତାନୀ, ଯିଏ କାନାଡ଼ାର ନାଗରିତ୍ୱ ଗ୍ରହଣ କରିଛନ୍ତି। ଲସ୍କର ଏ ତୋଇବା ସହ ସେ ସମ୍ପୃକ୍ତ। ସେ ଆମେରିକାର ଆତଙ୍କବାଦୀ ଡେଭିଡ୍ କୋଲେମାନ ହେଡ୍ଲୀଙ୍କୁ ଏହି ଆକ୍ରମଣ ପାଇଁ ଭାରତ ପଠାଇଥିବା ଅଭିଯୋଗ ହୋଇଛି। ଅନେକ ବର୍ଷ ହେଲା ଏହି ଅଭିଯୁକ୍ତଙ୍କୁ ଭାରତକୁ ଆଣି ଭାରତରେ ମାମଲା ବିଚାର ପାଇଁ ଭାରତ ପ୍ରଚେଷ୍ଟା କରୁଥିଲା। ଏବେ ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଫଳରେ ଭାରତର କୁଟନୈତିକ ବିଜୟ ହୋଇଥିବା ଚର୍ଚ୍ଚା ହେଉଛି।
ତହଓ୍ୱୁର ଭାରତୀୟ ଆଇନ ଅନୁସାରେ ବିଚାର ପ୍ରକ୍ରିୟାରେ ଭାଗ ନନେବା ତଥା ଭାରତକୁ ବପ୍ରତ୍ୟାର୍ପଣ ନହେବା ଲାଗି ଆମେରିକା କୋର୍ଟରେ ଦାବି କରିଥିଲା। ବାରମ୍ବାର ଏହି ଆବେଦନକୁ ତଳ କୋର୍ଟରେ ଖାରଜ ମଧ୍ୟ କରାଯାଇଥିଲା। ଡିସାମ୍ବର ୧୬ ତାରିଖରେ ଆମେରିକାର ସଲିସିଟର ଜେନେରାଲ୍ ରାଣାର ଆବେଦନକୁ ଖାରଜ କରିବା ପାଇଁ ସୁପାରିସ କରିଥିଲେ। ଯାହାକୁ ଡିସେମ୍ବର ୨୩ ତାରିଖରେ ଜବାବ ଦେଇ ରାଣାର ଓକିଲ ପୁଣିଥରେ ନିବେଦନ କରିଥିଲେ। କିନ୍ତୁ ତାହାକୁ ଖାରଜ କରାଯାଇଛି।
ନଭେମ୍ବର ୨୬ ତାରିଖ, ୨୦୦୮ ମସିହାରେ ଭାରତର ଅର୍ଥନୀତିକ ରାଜଧାନୀ ମୁମ୍ବାଇର ତାଜ୍ ହୋଟେଲ୍ରେ ଏହି ଆକ୍ରମଣ ଦ୍ୱାରା ସାରା ଦେଶ ଥରହର ହୋଇଥିଲା। ଏଥିରେ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ୬ ଜଣ ଆମେରିକୀୟ ନାଗରିକ ଥିଲେ। ୧୦ ଜଣ ପାକିସ୍ତାନୀ ନାଗରିକ ଏହି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲେ।
Also Read: Republic Day 2025: ୩୧ ସିବିଆଇ ଅଧିକାରୀଙ୍କୁ ସେବା ମେଡାଲ୍, ଓଡ଼ିଶାରୁ ୨