ପୋଲିସ ଥାନାର ଲାଇନ କାଟିଦେଲେ ଲାଇନ ମ୍ୟାନ୍; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha1220878

ପୋଲିସ ଥାନାର ଲାଇନ କାଟିଦେଲେ ଲାଇନ ମ୍ୟାନ୍; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର ସିରୌଲି ପୋଲିସ ଥାନା କ୍ଷେତ୍ର ଅଧିନସ୍ଥ ହରିଦାସପୁର ପୋଲିସ ଥାନାରେ ଘଟିଛି ଏଭଳି ଘଟଣା। 

 ପୋଲିସ ଥାନାର ଲାଇନ କାଟିଦେଲେ ଲାଇନ ମ୍ୟାନ୍; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Line Man Cuts Police Station Electricity Connection: ପୋଲିସ ଥାନାର ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି ଲାଇନ ମ୍ୟାନ୍। ରାଗି ଯିବା ପରେ ଲାଇନ ମ୍ୟାନ୍ ଜଣଙ୍କ ଏପରି କାରନାମା କରିଥିବା ଚର୍ଚ୍ଚା ହେଉଛି। ଉତ୍ତର ପ୍ରଦେଶ ବରେଲି ଜିଲ୍ଲା ସିରୌଲି ପୋଲିସ ଥାନା କ୍ଷେତ୍ର ଅଧିନସ୍ଥ ହରିଦାସପୁର ପୋଲିସ ଥାନାରେ ଘଟିଛି ଏଭଳି ଘଟଣା। 

ପୋଲିସ ପକ୍ଷରୁ ଚାଲାଣ କଟାଯିବା ପରେ ଲାଇନ ମ୍ୟାନ୍ ଜଣଙ୍କ ରାଗି ଯାଇ ପୋଲିସ ଥାନାର ବିଦ୍ୟୁତ ସଂଯୋଗ କାଟି ଦେଇଥିଲା। ବିଦ୍ୟୁତ ବିଭାଗର ଏହି କର୍ମଚାରୀ ଜଣଙ୍କ ନିଜ ବାଇକ ଯୋଗେ କେଉଁଆଡେ ଯାଉଥିଲେ। ମାତ୍ର ଯିବା ସମୟରେ ପୋଲିସ ତାଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର ଦେଖାଇବାକୁ କହିଥିଲା। ମାତ୍ର ସେ ଗାଡ଼ିର କାଗଜ ପତ୍ର ଦେଖା ପାରିନଥିଲେ। ଯାହାର ଫଳସ୍ୱରୂପ ପୋଲିସ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ୫୦୦ ଟଙ୍କାର ଚାଲାଣ କାଟି ଦେଇଥିଲେ।

ପୋଲିସ ପକ୍ଷରୁ ଚାଲାଣ କଟାଯିବା ପରେ ରାଗି ଯାଇ ବିଦ୍ୟୁତ ବିଭାଗ କର୍ମଚାରୀ ଜଣଙ୍କ ପୋଲିସ ଥାନାର ବିଦ୍ୟୁତ ସଂଯୋଗ କାଟି ଦେଇଥିଲା। ଯେତେବେଳେ ପୋଲିସ ତାଙ୍କ ଗାଡି ଅଟକାଇଥିଲା ସେତେବେଳେ କର୍ମଚାରୀ ଜଣଙ୍କ କହିଥିଲେ ତାଙ୍କ ପାଖରେ ଗାଡ଼ିର କାଗଜପତ୍ର ନାହିଁ। ମାତ୍ର ପରେ ସେ ଦେଖାଇବାକୁ କହିଥିଲେ। ମାତ୍ର ପୋଲିସ ତାଙ୍କ କଥା ନ ମାନି ତାଙ୍କ ଚାଲାଣ କାଟି ଦେଇଥିଲା। ଏହାକୁ ନେଇ କର୍ମଚାରୀ ଜଣଙ୍କ ତାତି ଉଠିବା ସହ ନିଜର ବିଭାଗୀୟ ସହଯୋଗୀଙ୍କୁ ଡାକି  ପୋଲିସ ଥାନାର ବିଦ୍ୟୁତ ସଂଯୋଗ କାଟି ଦେଇଥିଲେ।

Also Read: ରାଜରାସ୍ତାରେ ଟ୍ରାଫିକ ପୋଲିସ ସହ ଦୁର୍ବ୍ୟବହାର; ଭିଡିଓ ଭାଇରାଲ

ପୋଲିସ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ମଚାରୀ ଥାନାକୁ ପୁନର୍ବାର ବିଜୁଳି ସଂଯୋଗ ପ୍ରଦାନ କରି ନଥିଲେ। ଏନେଇ ଲାଇନ ମ୍ୟାନ୍ ଜଣଙ୍କ କହିଥିଲେ ହରଦାସପୁର ଥାନାରେ ବିନା ମିଟର ସହାୟତାରେ  ବିଦ୍ୟୁତ ବ୍ୟବହାର କରାଯାଉଥିଲା।