ଆସୁଛି 'ଆମ୍ଫାନ', ଉପକୂଳବର୍ତ୍ତୀ ଓଡିଶାରେ ଆଲର୍ଟ ଜାରି

ସାମ୍ଭାବ୍ୟ ସାମୁଦ୍ରିକ ଝଡ 'ଆମ୍ପାନ'ର ମୁକାବିଲା ପାଇଁ ସଜାଗ ରହିଛନ୍ତି ଓଡିଶା ସରକାର|  

ଆସୁଛି 'ଆମ୍ଫାନ', ଉପକୂଳବର୍ତ୍ତୀ ଓଡିଶାରେ ଆଲର୍ଟ ଜାରି

ଭୁବନେଶ୍ୱର: ସାମୁଦ୍ରିକ ଝଡ 'ଫନି' ଯିବାର ବର୍ଷେ ପରେ ଓଡିଆ  ମୁହାଁ ହେଉଛି  ଅନ୍ୟ ଏକ ବାତ୍ୟା 'ଆମ୍ଫାନ' | ବଙ୍ଗୋପ ସାଗରରେ ଘନୀଭୂତ ହେଉଛି ଏହି ଝଡ | ଏଥିପାଇଁ ଉପକୂଳବର୍ତ୍ତୀ ଜାରି ହୋଇଛି ସତର୍କତା | ଏଥିପାଇଁ ଓଡିଶ  ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହାର ମୁକାବିଲା ପାଇଁ ଉତ୍ତର ଉପକୂଳ ଓଡିଶାର ସମସ୍ତ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ମିଳିଛି |  

ଅନ୍ୟପଟେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କହିବା ଅନୁସାରେ,  ଭାରତୀୟ ପାଣିପାଗ ବିଭାଗ(ଆଇଏମଡି ) ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଏକ ଲଘୁଚାପ ଅବପାତରେ ପରିଣତ ହୋଇଛି | ଯାହା ମେ ୧୬ ତାରିଖ ବେଳକୁ ଏହା ଦକ୍ଷିଣ-ମଧ୍ୟ ବଙ୍ଗୋପ ସାଗରରେ ସାମୁଦ୍ରିକ ଝଡରେ ବଦଳିବାର ସମ୍ଭାବନା ରହିଛି | ଏହା ଓଡିଶା ନାଁ ପଶ୍ଚିମବଙ୍ଗ କିମ୍ବା ବାଙ୍ଗଲାଦେଶ ଆଡକୁ ଅଗ୍ରସର ହେବ ସେ ସମ୍ପର୍କରେ କିଛି ଜଣାପଡିନାହିଁ | ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ଏହାର ମୁକାବିଲା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି |     

ଏହା ସହିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ (ଓଡ୍ରାଫ) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଏନଡିଆରଏଫ) ଏବଂ ରାଜ୍ୟ ଅଗ୍ନିଶମ ବାହିନୀକୁ ସତର୍କ ରହିବାକୁ କୁହାଯାଇଛି | ଆଇଏମଡି ପକ୍ଷରୁ ଏହି ସାମୁଦ୍ରିକ ଝଡର ଗତିପଥ ସମ୍ପର୍କରେ ଅବଗତ କରାଯିବ ପରେ ସେମାନଙ୍କୁ ମୁତୟନ କରିବା ଉପରେ ବିଚାର କରାଯିବ |