ଏହି ସୈନିକମାନେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଥିବାବେଳେ କୋରୋନା ସଂକ୍ରମିତ ହୋଇଥିଲେ ।
Trending Photos
ନୂଆଦିଲ୍ଲୀ: କୋରୋନା ସଂକ୍ରମିତରୁ ମୁକ୍ତ ହେଲେ ୨୦ ଜଣ ଯବାନ । ଆଇଟିବିପି(ITBP) ଦ୍ୱାରା ଗ୍ରେଟର ନୋଏଡାରେ ସଞ୍ଚାଳିତ ସିଏପିଏଫ ରେଫରଲ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଏହି ୨୦ ଯବାନ । ସେମାନଙ୍କୁ ଆଜି(ଶୁକ୍ରବାର) ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଏହି ଅବସରରେ ଆଇଟିବିପିର ଡିଜି ଡାକ୍ତରଖାନାର କୋରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସର ମହାନିର୍ଦ୍ଦେଶକ ଏସ୍ ଦେସୱାଲ୍ ଗୋଲାପ ଡିସଚାର୍ଚ ହୋଇଥିବା ଆଇଟିବିପିର ୧୭ ଓ ୩ ବିଏସ୍ଏଫ୍ ଯବାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉପସ୍ଥିତ ଲୋକ ସମସ୍ତ ସୁସ୍ଥ ଯବାନଙ୍କୁ କରତାଳି ଦେଇ ଅଭିବାଦନ ଜଣାଇଥିଲେ । ଏହି ସୈନିକମାନେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଥିବାବେଳେ କୋରୋନା ସଂକ୍ରମିତ ହୋଇଥିଲେ ।
ଏହି ଅବସରରେ ଦେସୱାଲ ହସ୍ପିଟାଲର କରୋନା ୱାରିୟର୍ସ, CAPFର ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କୁ ପ୍ରଶଂସା କରି କହିଥିଲେ ଯେ, ଏହି ଆହ୍ୱାନପୂର୍ଣ୍ଣ ଅବସ୍ଥାରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ଏହି ଡାକ୍ତରଖାନା ନିଜର ସମସ୍ତ ସମ୍ବଳକୁ ଯଥାସମ୍ଭବ ବ୍ୟବହାର କରିଛି । ଏହି ବଳଗୁଡିକ କୋରୋନା ସଂକ୍ରମିତ ଚିକିତ୍ସାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।