ଟ୍ୱିନସିଟରେ ପ୍ରେମ ମହଙ୍ଗା...ଧୋକାବାଜ୍ ପ୍ରେମିକା !
Advertisement
Article Detail0/zeeodisha/odisha602233

ଟ୍ୱିନସିଟରେ ପ୍ରେମ ମହଙ୍ଗା...ଧୋକାବାଜ୍ ପ୍ରେମିକା !

ପ୍ରେମ ପାଇଁ ଟ୍ୱିନସିଟିରେ ଆତଙ୍କ... ଭୁବନେଶ୍ୱରରେ ପ୍ରେମିକାର ମେହେନ୍ଦୀ ଉତ୍ସବରେ ପତି-ପତ୍ନିର ପ୍ରମାଣ ଦେଲା ପ୍ରେମିକ... ଏପଟେ କଟକ ଜଗତପୁରରେ ପ୍ରେମିକକୁ ପ୍ରେମିକା ଫିଙ୍ଗିଲା ଏସିଡ୍.. 

file photo

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ପ୍ରେମରେ ଧୋକା ଖାଇବା ପରେ ପ୍ରେମିକାକୁ ଏସିଡ୍ ଫିଙ୍ଗିବା ଘଟଣା ଆପଣ ବହୁତ ଶୁଣିଥିବେ । ହେଲେ ଏବେ ଏହାର ଠିକ୍ ଓଲଟା ଦେଖିବାକୁ ମିଳିଛି କଟକରେ ।  କଟକ ଜଗତପୁର ଅଞ୍ଚଳରେ ପ୍ରେମରେ ପ୍ରତାରଣାର ଶିକାର ହେବାପରେ ପ୍ରେମିକା ନେଇଛି ପ୍ରତିଶୋଧ ।  ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ  ଦୁହିଙ୍କ ମଧ୍ୟରେ ଦେଖା ଦେଇଥିଲା ମତାନ୍ତର । ଶେଷରେ ପ୍ରେମିକା ଆକ୍ରୋଶର ଶିକାର ହେବାକୁ ପଡିଛି ପ୍ରେମିକଙ୍କୁ ।  ପ୍ରେମିକ ଜଣଙ୍କ ହେଲେ ଜଗତପୁର ଥାନା ଅଞ୍ଚଳର ଅଲେଖ ବାରିକ ।   ଥାନାରେ ଅଲେଖଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଯୁବତୀ ଜଣଙ୍କ ତାଙ୍କୁ ଏସିଡରେ ଆକ୍ରମଣ କରିଛନ୍ତି । ଏହାର ପ୍ରଭାବରେ ଅଲେଖଙ୍କ ଆଖି  ଅଧିକ ପ୍ରଭାବିତ ହୋଇଛି। ତେଣୁ ଏସସିବି ମେଡିକାଲର ଚକ୍ଷୁ ବିଭାଗରେ ହୋଇଥିଲା ତାଙ୍କର ଚିକିତ୍ସା । ତେବେ ଯୁବତୀଜଣକ ଏକତରଫା ଭାବରେ ଅଲେଖଙ୍କୁ ଭଲ ପାଉଥିଲେ ନା ଏଥିରେ ଅଲେଖଙ୍କ ସମ୍ମତି ରହିଥିଲା, ତାହା ତଦନ୍ତସାପେକ୍ଷ । ସେପଟେ ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ପ୍ରେମିକାଙ୍କ ଘର ଆଗରେ ପ୍ରେମିକଙ୍କ ହଟ୍ଟଗୋଳ । ଗତ ୧୭  ମେ,  ୨୦୧୩  ରେ ଅନୁଗୁଳର ସମ୍ପୃକ୍ତ ଯୁବକ ଭୁବନେଶ୍ୱର ରେଣ୍ଟାଲ କଲୋନୀର ଜଣେ ଯୁବତୀଙ୍କୁ ବିବାହ କରିଥିବା ଦାବି କରିଛନ୍ତି। ଅନୁଗୁଳ କୋର୍ଟରେ ସେମାନଙ୍କର ବିବାହ ପଞ୍ଜିକୃତ ହୋଇଥିବା ସେ କହିଛନ୍ତି ।  ପତି-ପତ୍ନୀ ଦୁଇଜଣଯାକ ଚାକିରି କରୁଥିବା ଯୋଗୁ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିଲେ । ମାତ୍ର ସେହି ବିବାହର ୬ ବର୍ଷ ପରେ ବର୍ତ୍ତମାନ ଯୁବତୀଙ୍କ ପରିବାର ଲୋକେ ତାଙ୍କ ବିବାହ ଅନ୍ୟତ୍ର ଠିକ୍ କରି ଦେଇଛନ୍ତି । ଆଜି ସେଥିପାଇଁ ଥିଲା ମେହେନ୍ଦୀ ଉତ୍ସବ, ଆସନ୍ତାକାଲି ବାହାଘର । କୌଣସି ସୂତ୍ରରୁ ଏ ଖବର ପାଇ ଯୁବକ ଜଣକ ଆସି ପହଞ୍ଚିଥିଲେ ରେଣ୍ଟାଲ କଲୋନୀସ୍ଥିତ ଯୁବତୀଙ୍କ ଘରେ । ତେବେ ତାଙ୍କୁ ଯୁବତୀଙ୍କ ସହ ଦେଖା କରିବାକୁ ଦିଆଯାଇ ନ ଥିଲା ଽ ଟୁଇନସିଟିରେ ପ୍ରେମ, ପ୍ରତାରଣା ଓ ବିବାହକୁ ନେଇ ଏ ଧରଣର ଜିଦ୍ ଆଗକୁ କେଉଁ ରଙ୍ଗ ନେଉଛି, ଦେଖିବାକୁ ବାକି ରହିଲା