Advertisement
Photo Details/zeeodisha/odisha1847827
photoDetails0hindi

Chitrangada Singh Birthday: କଲେଜ ରାଗିଂ ଯୋଗୁଁ ଅଭିନୟ ଦୁନିଆକୁ ଆସିଥିଲେ ଚିତ୍ରାଙ୍ଗଦା, ଜାଣନ୍ତୁ କେମିତି

Chitrangada Singh Birthday: ଚିତ୍ରାଙ୍ଗଦା ସିଂହଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ବଲିଉଡ଼ର ବେଶ ନାମକରା ଅଭିନେତ୍ରୀ ଭାବେ ସେ ଜଣାସୁଣା । ତେବେ ଆଜି ଅଭିନେତ୍ରୀଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କୁ ନେଇ କିଛି ଖାସ କଥା ।

1/5

ରାଜସ୍ଥାନ ଯୋଧପୁରରେ ୧୯୭୬ ମସିହା ଅଗଷ୍ଟ ୩୦ ତାରିଖରେ ଚିତ୍ରାଙ୍ଗଦା ସିଂଙ୍କ ଜନ୍ମ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଅଭିନୟ କରିବା ନେଇ ଚିତ୍ରାଙ୍ଗଦା କେବେ ଚିନ୍ତା କରିନଥିଲେ ।  ରାଗିଂ ଯୋଗୁଁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତେବେ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କୁ ନେଇ କିଛି ଖାସ୍ କଥା ।

2/5

ଚିତ୍ରାଙ୍ଗଦା ଦିଲ୍ଲୀ ଲେଡି ଶ୍ରୀରାମ କଲେଜରେ ହୋମ ସାଇନ୍ସରେ ସ୍ନାତକ ହାସଲ କରିଛନ୍ତି । ସେ ପ୍ରଥମ ବର୍ଷରେ ଥିବା ବେଳେ ରାଗିଂର ଶିକାର ହୋଇଥିଲେ । ସେହି ସମୟରେ ବର୍ଷ ସାରା ତାଙ୍କୁ ଓଲଟା ସାଲୱାର କମିଜ ପିନ୍ଧିବାକୁ କୁହାଯାଇଥିଲା। ଏହା ସହିତ କେଶରେ ତେଲ ଲଗାଇ ଏକ ବାଲ୍ଟିରେ ବହି ରଖି ରାମ୍ପରେ ଚାଲିବା ମଧ୍ୟ କୁହାଯାଇଥିଲା । ଏନେଇ ଚିତ୍ରାଙ୍ଗଦା କହିଛନ୍ତି ଯେ, ଏହା ମୋର ପ୍ରଥମ ମଡେଲିଂ ଅଡିସନ୍ ଥିଲା । ଏହା ପରେ ମୁଁ କଲେଜର ଫ୍ୟାଶନ ଟିମ୍ ରେ ସାମିଲ ହୋଇଥିଲି ।

3/5

ସେ ଭିଡିଓ ଆଲବମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଗୁଲଜାରଙ୍କ ଭିଡିଓ ଆଲବମ୍ 'ସନସେଟ୍ ପଏଣ୍ଟ'ରେ ତାଙ୍କୁ ପ୍ରଥମ ବ୍ରେକ୍ ମିଳିଥିଲା । ଏହା ପରେ ସେ ମ୍ୟୁଜିକ୍ ଭିଡିଓ 'କୋଇ ଲୈଟା ଦେ ୱୋ ପ୍ୟାର୍ ପିଆର୍'ରେ ଅଭିନୟ କରିଥିଲେ । ଏହି ସମୟରେ ଚଳଚ୍ଚିତ୍ର ନିର୍ମାତା ସୁଧୀର ମିଶ୍ର ଚିତ୍ରାଙ୍ଗଦାଙ୍କୁ ଦେଖିଥିଲେ । 'ହଜାରୋ ଖ୍ୱାୟିସେଂ ଏସି' ମାଧ୍ୟମରେ ସେ ବଲିଉଡ଼ରେ ଡେବ୍ୟୁ କରିଥିଲେ। ଏହା ପରେ ସେ 'ଦେଶୀ ବଏଜ୍', 'ଇନକାର' ଓ 'ୟେ ସାଲି ଜିନ୍ଦେଗି' ଭଳି ଚଳଚ୍ଚିତ୍ରରେ କାମ କରିଥିଲେ।

4/5

ଅଭିନୟ ବ୍ୟତୀତ ସେ ରିଆଲିଟି ସୋ'ରେ ମଧ୍ଯ ଜଜ୍ ଭାବେ କାମ କରିଛନ୍ତି । ଟିଭି ସୋ 'DID ଲିଟିଲ୍ ମାଷ୍ଟର୍ସ'ରେ ସେ ଜଜ୍ ଦାୟିତ୍ୱ ଗ୍ରହଣ କରିଛନ୍ତି।

5/5

ସେ ଆମାଜନ ପ୍ରାଇମର ୱେବ୍ ସିରିଜ୍ 'ମର୍ଡ଼ନ ଲଭ୍ ମୁମ୍ବାଇ'ରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ପ୍ରଡ଼କ୍ସନ ଦୁନିଆରେ ମଧ୍ଯ ପାଦ ଦେଇଛନ୍ତି। ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ୨୦୦୧ ମସିହାରେ ଭାରତୀୟ ଗଲ୍ଫର୍ ଜ୍ୟୋତି ରଧ୍ୟାୱାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ପୁଅ ମଧ୍ୟ ଅଛନ୍ତି । କିନ୍ତୁ ଏହି ସମ୍ପର୍କ ଅଧିକ ସମୟ ଧରି ତିଷ୍ଠି ପାରିନଥିଲା । ୨୦୧୪ ମସିହାରେ ଚିତ୍ରାଙ୍ଗଦା ସ୍ବାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ।