Advertisement
Photo Details/zeeodisha/odisha2630071
photoDetails0hindi

Ex MLA Sushant Singh Critical: ବିଜେଡିର ପୂର୍ବତନ ବିଧାୟକ ସୁଶାନ୍ତ ସିଂ ଗୁରୁତର ଅସୁସ୍ଥ

Ex MLA Sushant Singh Critical: ସୁଶାନ୍ତ ସିଂ ଗୁରୁତର ଅସୁସ୍ଥ । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ରହିଛି । ଏନେଇ ତାଙ୍କୁ ବରଗଡ଼ ସହର ସ୍ଥିତ ଏକ ଘରୋଇ ହସ୍ପିଟାଲ ରୁ ଭୂବନେଶ୍ବର ଅଭିମୁଖେ ଅଣାଯାଇଥିବା କୁହାଯାଉଛି।  ଭୂବନେଶ୍ବରରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ଜଣାପଡିଛି ।

 

1/5

ସୂଚନା ଅନୁଯାୟୀ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି। 

Also Read: Congress MLA Son Death: କଂଗ୍ରେସ ବିଧାୟକଙ୍କ ଏକ ମାତ୍ର ପୁଅ ହାରିଲେ ଜୀବନ, କାରଣ ଅସ୍ପଷ୍ଟ

Also Read: Guru Margi 2025: ଫେବୃଆରୀ ୪ ରୁ ବୃହସ୍ପତିଙ୍କ ସିଧାଚଳନ, ୫ଟି ରାଶି ହେବେ ଧନବାନ

2/5

ପ୍ରଥମେ ତେଣୁ ତାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

3/5

ମିଳିଥିବା ସୂଚନା ଅନୁଯାୟୀ, ବରିଷ୍ଠ ବିଜେଡି ନେତା ସୁଶାନ୍ତ ସିଂଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

4/5

ପଶ୍ଚିମ ଓଡ଼ିଶାର ଜଣେ ତୁଙ୍ଗ ନେତା ହେଉଛନ୍ତି ସୁଶାନ୍ତ ସିଂ। ୨୦୨୪ ନିର୍ବାଚନ ପାଇଁ ବିଜେଡି ବ୍ଲ୍‌ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବିଜେଡି । ହେଲେ ଏହାକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିଥିଲେ ଭେଟେରାନ୍‌ ସୁଶାନ୍ତ ସିଂ।

5/5

ତେବେ ୨୦୨୪ ନିର୍ବାଚନ ସମୟରୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଥିଲା। ଆ ଅସୁସ୍ଥତା ସତ୍ତ୍ବେ ନିଜ ଗ୍ରାମକୁ ଯାଇ ମତଦାନ କରିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ ।