Advertisement
Photo Details/zeeodisha/odisha2629438
photoDetails0hindi

Barsha Singh Bariha: ବିଜେଡି ବିଧାୟିକାଙ୍କ ୧୦ଟି ଫଟୋ ହେଉଛି ଭାଇରାଲ, ମିଳୁଛି ଲୋକଙ୍କ ସମର୍ଥନ

Barsha Singh Bariha ବର୍ଷା ସିଂହ ବରିହା ଜଣେ ଓଡ଼ିଆ ରାଜନେତା । ସେ ବର୍ତ୍ତମାନ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ସେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। 

1/10

ବର୍ଷା ସିଂହ ବରିହା ହେଉଛନ୍ତି ବିଜୟରଞ୍ଜନ ସିଂହ ବରିହାଙ୍କ ଝିଅ। ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରେ ଏବେ ବର୍ଷା ପଦ୍ମପୁରରୁ ପ୍ରତିନିଧିତ୍ୱ କରୁଛନ୍ତି। 

2/10

ବିଜୟଙ୍କ ମୃତ୍ୟୁ ପରେ ବର୍ଷା ବିଜୁ ଜନତା ଦଳରୁ ଟିକେଟ ପାଇ ନିର୍ବାଚନ ଲଢିଥିଲେ। 

3/10

୨୦୨୨ ମସିହାରେ ହୋଇଥିବା ଉପ ନିର୍ବାଚନରେ ସେ ବିଜୟ ହାସଲ କରି ବିଧାନସଭାକୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। 

4/10

ସେହିପରି ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚରେ, ସେ ପଦ୍ମପୁରରୁ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

5/10

ତାଙ୍କ ବାପାଙ୍କ ନାମ ବିଜୟ ରଞ୍ଜନ ସିଂହ ବରିହା ଓ ମାଅଙ୍କ ନାମ ତିଳୋତ୍ତମା ସିଂହ ବରିହା । 

6/10

ତାଙ୍କ ବାପା ବିଜୟ ରଞ୍ଜନ ସିଂହ ବରିହା ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ତାଙ୍କ ଶଶୁର ରମାରଞ୍ଜନ ବଳିଆରସିଂହ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି।

7/10

ବିଜୟ ୫ ଥର ପାଇଁ ପଦ୍ନପୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଜୟ ହାସଲ କରିଥିଲେ। 

8/10

ବିଜୟ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। 

9/10

ତେବେ ବିଜୟଙ୍କ ପରେ ବର୍ଷା ମଧ୍ୟ ପଦ୍ମପୁରବାସୀଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି। ପଦ୍ମପୁରବାସୀଙ୍କ ବିପୁଳ ସମର୍ଥନ ପାଇଁ ସେ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ଯାଇଛନ୍ତି। 

10/10

ବର୍ଷା ତାଙ୍କ ବାପାଙ୍କ ମୃତ୍ୟୁ ପରେ ରାଜନୀତିରେ ଯୋଗ ଦେଇଥିଲେ ଏବଂ ପରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି।