Advertisement
Photo Details/zeeodisha/odisha2628922
photoDetails0hindi

Weather Update: ଏବେଠୁ ଡରାଇଲାଣି ତାତି, ୩୫ ଡିଗ୍ରୀ ଡେଇଁଲାଣି ପାରଦ

Weather Update: ଭୁବନେଶ୍ୱର: ଫେବୃଆରୀ ମାସରୁ ଅସମ୍ଭାଳ କଲାଣି ତାତି। ଆଗକୁ ଆହୁରି ବଢିବ। ରାତିରେ ଶୀତର ମାତ୍ରା ମଧ୍ୟ କମି କମି ଗଲାଣି। ରାତିର ତାପମାତ୍ରା ମଧ୍ୟ ଆଗକୁ ଆହୁରି ବୃଦ୍ଧି ପାଇବ। ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ତାପମାତ୍ରା ବୃଦ୍ଧି ପାଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ଫେବୃଆରୀ ମାସରେ ୩୬ ଡିଗ୍ରୀ ଡେଇଁଛି। 

1/6

ଫେବୃଆରୀ ଆରମ୍ଭରୁ ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଡେଇଁଛି। ରବିବାର ବଲାଙ୍ଗୀରରେ ତାତି ୩୬.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡରେ ୩୬ ଡିଗ୍ରୀ ରେକର୍ଡ ହୋଇଛି। 

 

Minimum Temperature Forecast for next 5 days#Odisha #WINTER pic.twitter.com/HKjkidwzcz

— Meteorological Centre, Bhubaneswar (@mcbbsr) February 2, 2025

2/6

ସେହିପରି ପାରଳାଖେମୁଣ୍ଡିରେ ୩୫.୮ ଡିଗ୍ରୀ, ଝାରସୁଗୁଡାରେ ୩୫.୬ ଡିଗ୍ରୀ, ସମ୍ବଲପୁରରେ ୩୫୬.୧ ଡିଗ୍ରୀ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। 

3/6

ଭୁବନେଶ୍ୱରରେ ମଧ୍ୟ ତାତି ବୃଦ୍ଧି ପାଇବାରେ ଲାଗିଛି। ଶନିବାର ରାଜଧାନୀର ତାପମାତ୍ରା ୩୩.୬ ଡିଗ୍ରୀ ରହିଥିବା ବେଳେ ରବିବାର ଏହା ୩୫ ଡିଗ୍ରୀ ତାପମାତ୍ରା ନିକଟରେ ପହଞ୍ଚିଥିଲା। 

4/6

ସେହିପରି ସୋନପୁରରେ ୩୪.୮, ଭଦ୍ରକରେ ୩୪.୫ ଡିଗ୍ରୀ, ଅନୁଗୋଳରେ ୩୪.୧, ସୁନ୍ଦରଗଡ଼ରେ ୩୪.୧ ଡିଗ୍ରୀରେ ପହଞ୍ଚିଛି। 

5/6

କୋରାପୁଟ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ପାରଦ ରାତିରେ ୧୫ ଡିଗ୍ରୀ ଡେଇଁଛି। 

6/6

ପାଗରେ ଏପରି ପରିବର୍ତ୍ତନକୁ ନେଇ ପାଣିପାଗ ବିଶେଷଜ୍ଞ ମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଶେଷଜ୍ଞ ମାନେ କହିଛନ୍ତି କି ତାପମାତ୍ରା ବୃଦ୍ଧି ଯୋଗୁ ଦିନରେ ଗରମ ଅନୁଭୂତ ହେବ।