Advertisement
Photo Details/zeeodisha/odisha2628542
photoDetails0hindi

Financial horoscope: ନୂଆ ସପ୍ତାହରେ ୫ ରାଶିକୁ ମିଳିବ ଆର୍ଥିକ ଲାଭ, ପଢନ୍ତୁ ରାଶିଫଳ

Weekly Financial Horoscope, 3 to 9 February 2025: ଫେବୃଆରୀ ମାସର ପ୍ରଥମ ସପ୍ତାହରେ, ଗଜକେଶରୀ ରାଜଯୋଗ ପ୍ରଭାବରୁ କିଛି ରାଶିକୁ ଅତ୍ୟନ୍ତ ଶୁଭଫଳ ମିଳିବ । ବିଶେଷ କରି ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି।

1/13

ମେଷ ରାଶି

କାର୍ଯ୍ୟ କ୍ଷେତ୍ରରେ ଉନ୍ନତିର ଦୃଢ ସମ୍ଭାବନା ରହିଛି । ସପ୍ତାହର ଆରମ୍ଭରେ କିଛି ସକାରାତ୍ମକ ଖବର ମିଳିପାରେ । ଆର୍ଥିକ କ୍ଷେତ୍ରରେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ବ୍ୟବସାୟରେ ଉନ୍ନତିର ସମ୍ଭାବନା ଅଛି। ସମସ୍ତ ବ୍ୟବସାୟ ସମ୍ବନ୍ଧୀୟ ଯୋଜନା ସଫଳ ହେବାର ସମ୍ଭାବନା ଅଧିକ । ଆପଣଙ୍କ ପାଇଁ ଶୁଭ ଦିନ ଫେବୃଆରୀ ୩ ଏବଂ ୬

2/13

ବୃଷ ରାଶି

ଅଫିସ୍ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟରେ ଦୂରଯାତ୍ରା କରୁଥିଲେ ସଫଳତା ପାଇବେ। କ୍ୟାରିୟରରେ ଇଚ୍ଛାକୃତ ସଫଳତା ହାସଲ କରିପାରନ୍ତି । ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ କରିବ । କିନ୍ତୁ କର୍ମକ୍ଷେତ୍ରରେ ଏପରି କିଛି ଖବର ମିଳିପାରେ ଯାହାକୁ ଶୁଣି ମନ ଦୁଖି ହେବ । ଅଧିକ ଖର୍ଚ୍ଚ ହୋଇପାରେ । ଶୁଭ ତାରିଖ ଫେବୃଆରୀ ୪ ଏବଂ ୮

3/13

ମିଥୁନ ରାଶି

ନୂଆ ସପ୍ତାହରେ ଆପଣ ଆର୍ଥିକ ଲାଭ ପାଇପାରନ୍ତି । ପ୍ରତ୍ୟେକ କାମରେ ଆପଣ ଅଗ୍ରଗତି କରିବେ। ଆର୍ଥିକ ପ୍ରଗତିର ସମ୍ଭାବନା ରହିଛି । ଭ୍ରମଣ ମାଧ୍ୟମରେ ସଫଳତା ପାଇବେ । ଆପଣଙ୍କର ଅଧିକାଂଶ ଯୋଜନା ସଫଳ ହେବ। କୌଣସି ମହିଳାଙ୍କ କାରଣରୁ କର୍ମକ୍ଷେତ୍ରରେ ସମସ୍ୟା ବଢ଼ିପାରେ। ସପ୍ତାହର ଶେଷରେ ଆରମ୍ଭ କରୁଥିବା ଯେକୌଣସି କାମ ଆପଣଙ୍କୁ ଦୀର୍ଘକାଳୀନ ଭାବରେ ଲାଭ ଦେଇପାରେ। ଶୁଭ ଦିନ ଫେବୃଆରୀ ୭ ଏବଂ ୯

4/13

କର୍କଟ ରାଶି

ଆପଣ ଆର୍ଥିକ କ୍ଷେତ୍ରରେ ଲାଭ ପାଇବେ । ସମୟ ବହୁତ ଅନୁକୂଳ ରହିଛି । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । ଆପଣଙ୍କ ପାଇଁ ଶୁଭ ଦିନ ଫେବୃଆରୀ ୫,୭ ଏବଂ ୯

5/13

ସିଂହ ରାଶି

ଆପଣଙ୍କ ପାଇଁ ନୂଆ ସପ୍ତାହଟି ସୁଖ ଆଣିଦେବ । କର୍ମକ୍ଷେତ୍ରରେ ପ୍ରଗତିର ପୂର୍ଣ୍ଣ ସମ୍ଭାବନା ରହିଛି । ଏହି ସପ୍ତାହରେ ଆପଣ ଯେଉଁ ପ୍ରୋଜେକ୍ଟ କରିବେ ସେଥିରେ ସଫଳତା ପାଇବାର ପ୍ରବଳ ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ଉନ୍ନତିର ରାସ୍ତା ଖୋଲିବ । ଆର୍ଥିକ ଦୃଷ୍ଟିରୁ ସମୟ ଅନୁକୂଳ ରହିବ । ଧର୍ଯ୍ୟର ସହିତ ଦୀର୍ଘକାଳୀନ ନିବେଶ କରୁଥିଲେ ଅଧିକ ଆର୍ଥିକ ଲାଭ ପାଇବେ । ଆପଣଙ୍କ ପାଇଁ ଶୁଭ ଦିନ ଫେବୃଆରୀ ୫, ୭ ଏବଂ ୯

6/13

କନ୍ୟା ରାଶି

ଆପଣଙ୍କ ପାଇଁ ସପ୍ତାହଟି ଆର୍ଥିକ କ୍ଷେତ୍ରରେ ସୁଖ ଏବଂ ସମୃଦ୍ଧି ଆଣିଦେବ । ଆର୍ଥକ କ୍ଷେତ୍ରରେ ଉନ୍ନତି କରିବେ । ସମସ୍ତ ପଡ଼ି ରହିଥିବା କାମ ଶେଷ କରିବାକୁ ସକ୍ଷମ ହେବେ । ନିବେଶ ମାଧ୍ୟମରେ ଆପଣଙ୍କୁ ଅଧିକ ଲାଭ ମିଳିପାରେ । ନୂଆ ଯାନ କିଣିବାରେ ଅର୍ଥ ଖର୍ଚ୍ଚ କରିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ତୁଳନାରେ ଅଧିକ ସଫଳତା ପାଇବେ । ତେବେ ଦୂର ଯାତ୍ରା ସ୍ଥଗିତ ରଖିଲେ ଭଲ ହେବ। ଶୁଭ ତାରିଖ ୩ ଏବଂ ୯

7/13

ତୁଳା ରାଶି

ଆପଣଙ୍କ ପାଇଁ ନୂଆ ସପ୍ତାହଟି ଲାଭ ଆଣିଦେବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ବ୍ୟବସାୟରେ କିଛି ନୂତନ କରିବା ଦ୍ୱାରା ଅଧିକ ଲାଭ ପାଇବେ । ଜଣେ ମହିଳାଙ୍କଠାରୁ ଆର୍ଥିକ ସାହାଯ୍ୟ ମିଳିପାରେ। କିଛି ଅନାବଶ୍ୟକ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିପାରେ। ଶୁଭ ତାରିଖ  ୮ ଏବଂ ୯

8/13

ବିଛା ରାଶି

ଆପଣଙ୍କ ପାଇଁ ଧନ ବୃଦ୍ଧିର ସମ୍ଭାବନା ରହିଛି । କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବ । ସପ୍ତାହର ଶେଷ ଭାଗରେ ହଠାତ୍ ଧନ ବୃଦ୍ଧି ହୋଇପାରେ । ଶୁଭ ତାରିଖ ହେଉଛି ୫ ଏବଂ ୮

9/13

ଧନୁ ରାଶି

ଆପଣଙ୍କ ପାଇଁ ସପ୍ତାହଟି ଆର୍ଥିକ କ୍ଷେତ୍ରରେ ଲାଭ ପ୍ରଦାନ କରିବ । ସନ୍ତୁଳନ ବଜାୟ ରଖି ଆଗକୁ ବଢ଼ିଲେ ଆପଣଙ୍କ ସମସ୍ତ ନିଷ୍ପତ୍ତି ସଠିକ୍ ପ୍ରମାଣିତ ହେବ। ଭ୍ରମଣ ମାଧ୍ୟମରେ ସଫଳତା ହାସଲ କରିବେ । ଆପଣ ପ୍ରଚୁର ଆର୍ଥିକ ଲାଭ ପାଇବେ। ଶୁଭ ତାରିଖ  ୮ ଏବଂ ୯

10/13

ମକର ରାଶି

ଆପଣ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବେ । କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବ। ଆର୍ଥିକ କ୍ଷେତ୍ରରେ ଆର୍ଥିକ ଲାଭ ହେବ ଏବଂ ସପ୍ତାହର ଆରମ୍ଭରେ ଆପଣଙ୍କୁ କିଛି ଭଲ ଖବର ମିଳିପାରେ।  ଶୁଭ ତାରିଖ ୫ ଏବଂ ୬

11/13

କୁମ୍ଭ ରାଶି

କର୍ମକ୍ଷେତ୍ରରେ ଉନ୍ନତିର ରାସ୍ତା ଫିଟିବ । ନୂତନ ପ୍ରୋଜିକ୍ଟ ଆପଣଙ୍କ ପାଇଁ ଶୁଭ ଫଳାଫଳ ଆଣିଦେବ । ଆର୍ଥିକ ମାମଲାରେ ସମୟ ଆପଣଙ୍କ ପାଇଁ ଅନୁକୂଳ । ପରିବାର ସଦସ୍ୟଙ୍କ ଖୁସି ପାଇଁ ଟଙ୍କା ଖର୍ଚ୍ଚ କରିବେ । ବ୍ୟବସାୟରେ ପ୍ରଗତିର ଦୃଢ ସମ୍ଭାବନା ରହିଛି । ଶୁଭ ତାରିଖ ୭ ଏବଂ ୯

12/13

ମୀନ ରାଶି

କର୍ମକ୍ଷେତ୍ରରେ ପ୍ରଗତି କରିବେ । ଆର୍ଥିକ ମାମଲାରେ ଲାଭ ଜନକ ସ୍ଥିତିରେ ରହିବେ । ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ରହିଛି। ନୂତନ ଘର କିମ୍ବା ଯାନବାହାନ କିଣିବାର ସ୍ୱପ୍ନ ପୂରଣ ହୋଇପାରେ। ଶୁଭ ତାରିଖ  ୬, ୮ ଏବଂ ୯ 

13/13

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।