Advertisement
Photo Details/zeeodisha/odisha2628192
photoDetails0hindi

Actress Apasara Rani: ଫିଲ୍ମ ଆଇ ଲଭ ୟୁ ୨ ପରେ ଭାଇରାଲ ହେଲା ଅଭିନେତ୍ରୀ ଅପସରା ରାନୀଙ୍କ ଏହି ୧୦ ଟି ଫଟୋ

Actress Apasara Rani: ଗତକିଛି ବର୍ଷ ତଳେ ଏକ ନାଁ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାକୁ ଆସିଥିଲା। ବଲିଉଡ ଡିରେକ୍ଟର ରାମ ଗୋପାଳଙ୍କ ଫିଲ୍ମ ‘ଥ୍ରୀଲର’ରେ ନଜର ଆସି ସମସ୍ତଙ୍କୁ ଚକିତ କରିଦେଇଥିଲେ ଓଡିଆ ଅଭିନେତ୍ରୀ ଅପସରା ରାନୀ। ଅପସରାଙ୍କ ଦମ୍‌ଦାର ବୋଲ୍ଡ ଅନ୍ଦାଜ ଦର୍ଶକଙ୍କ ମନ ମୋହିନେଇଥିଲା। ଆଉ ସେତେବେଳେ ଅପସରାକୁ ନେଇ ପୁଣି ଆଉ ଏକ ପ୍ରୋଜେକ୍ଟ ଆରମ୍ଭ କରୁଛନ୍ତି ବୋଲି ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ହେଲେ ତା ପରେ ଅପସରା ରାନୀଙ୍କ ଏଣ୍ଟ୍ରି ହୋଇଥିଲା ଓଲିଉଡ ଇଣ୍ଡଷ୍ଟ୍ରିରେ। 

 

1/10

ଫିଲ୍ମ ‘ଡେଞ୍ଜରିୟସ’ର ପ୍ରଥମ ଲୁକ୍ ରିଲିଜ ପରେ ବେଶ୍ ଭାଇରାଲ ହୋଇଥିଲେ ଅପସରା ରାନୀ । ଏହା ପରେ ଅପସରା ରାନୀ ଓଡ଼ିଆ ଫିଲ୍ମ ଆଇ ଲଭ ୟୁ ୨ ରେ ନଜର ଆସିଥିଲେ। 

Also Read: Actress Tragic Death: ଖବର ଶୁଣି ଦୋହଲିଗଲା କଳାଜଗତ, ସୁଟିଂ ସେଟରେ ବାଲକୋନିରୁ ଖସି ଅଭିନେତ୍ରୀ ମୃତ

Also Read: Budhaditya Yoga: କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ, ଧନଧାନ୍ୟରେ ଭରିଯିବ ୩ ରାଶିର ଭାଗ୍ୟ

2/10

ଫିଲ୍ମଟି ପ୍ରଯୋଜକ ସଂଜୟ କୁମାର ନାୟକ ଏବଂ ତାଙ୍କ ଏଜେଣ୍ଟ ବ୍ରଜରାଜ ମୁଭିଜର ଚଳଚ୍ଚିତ୍ର ଅଧିନରେ ହୋଇଥିଲା । ଏଥିରେ ଅପସରା ରାନୀଙ୍କ ସହ ନବାଗତା ଆଦିତ୍ୟ ମହାପାତ୍ରଙ୍କୁ ଚାନ୍ସ ଦିଆଯାଇଥିଲା। 

 

3/10

ହେଲେ ଅପସରା ରାନୀ ବେଶ୍ ଭାଇରାଲ ହୋଇଥିଲେ ଏକ ଭିଡିଓ ମାଧ୍ୟମରେ । ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଫିଲ୍ମର ପ୍ରମୋସନ ପାଇଁ ଅଭିନେତ୍ରୀଙ୍କ ପାଦକୁ କିସ୍‌ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଫିଲ୍ମ ‘ଡେଞ୍ଜରର୍ସ’ ପାଇଁ ଜୋରସୋରରେ ପ୍ରମୋସନ କରିବା ସମୟରେ ଏମିତି କିଛି କରି ଦେଇଥିଲେ ରାମଗୋପାଳ ବର୍ମା । ଯାହା ପରେ ଖୁବ୍ ଟ୍ରୋଲ ମଧ୍ୟ ହୋଇଥିଲେ। 

4/10

ତେବେ ଅପସରା ରାନୀଙ୍କ ପ୍ରକୃତ ନାଁ ହେଉଛି ଅଙ୍କିତା ମହାରଣା। ଯାହା ଏବେ ଅପସରା ରାନୀ ନାଁରେ ବଲିଉଡ କେବଳ ନୁହେଁ ଟଲିଉଡରେ ବି ବେଶ୍ ପରିଚିତ। 

5/10

ଡେରାଡୁନରେ ଜନ୍ମିତ ଅପସରା ପ୍ରଥମେ ତେଲୁଗୁ ଚଳଚ୍ଚିତ୍ରରେ କମାଲ କରିଥିଲେ । ପରେ ବଲିଉଡକୁ ଆସିବା ପରେ ଓଲିଉଡରେ ଟୁଟୁ ନାୟକଙ୍କ ସହ କାମ କରିଥିଲେ।

6/10

ଅନେକ ସମୟରେ ନିଜର ହଟ୍ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚାରେ ରୁହନ୍ତି ଅପସରା ରାନୀ । ସୋସିଆଲ ମିଡିଆ ରେ ଆକ୍ଟିଭ୍ ରହୁଥିବା ଏହି ମଡେଲ ଓ ଅଭିନେତ୍ରୀଙ୍କ ବହୁତ ଫ୍ୟାନ୍ସ ରହିଛନ୍ତି । 

 

7/10

ତେବେ ଓଡ଼ିଆ ଫିଲ୍ମ ନୁହେଁ ଅପସରା ରାନୀଙ୍କୁ ଖାସ୍ କରି ତେଲୁଗୁ ଫିଲ୍ମରେ ବେଶି ଦେଖିବାକୁ ମିଳୁଛି। ଗତ ଜାନୁଆରୀ ୩୧ରେ ତାଙ୍କର ଏକ ଫିଲ୍ମ ରିଲିଜ ହୋଇଛି। 

8/10

ତେଲୁଗୁ ଫିଲ୍ମର ନାଁ ଟି ହେଲା Racharikam । ଏହାଏକ କ୍ରାଇମ ଥ୍ରିଲର ଫିଲ୍ମ ବୋଲି କୁହାଯାଉଥିବା ବେଳେ ଏଥିରେ ଅପସରା ରାନୀଙ୍କ ଲୁକ୍ ଖୁବ ଭୟଙ୍କର ରହିଛି। 

9/10

Racharikam ଫିଲ୍ମ ପାଇଁ ଅନେକ ପରିଶ୍ରମ କରିଥିବା ବେଳେ ଏହାର ପ୍ରମୋସନ ନେଇ ଆନ୍ଧ୍ର ପ୍ରଦେଶର କୋଣ ଅନୁକୋଣରେ ପହଞ୍ଚିଥିଲେ ଅପସରା ରାନୀ। 

10/10

ଓଡ଼ିଆ ଝିଅ ଅପସରା ରାନୀଙ୍କ ଏହି ଫିଲ୍ମ କୁ ଦେଖିବାକୁ ଫ୍ୟାନ୍ସଙ୍କ ଗହଳି ବି ଲାଗୁଛି। ନିଜେ ମଧ୍ୟ ପ୍ରିମିୟର ସୋ ଦେଖିବା ସହ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ଅପସରା ରାନୀ।