Advertisement
Photo Details/zeeodisha/odisha2628127
photoDetails0hindi

Kumbh Sankranti 2025: ବୁଧଙ୍କ ପ୍ରଭାବ, କୁମ୍ଭ ସଂକ୍ରାନ୍ତି ପୂର୍ବରୁ ୩ ରାଶିରେ ଧନ ବର୍ଷା !

ଏଥର କୁମ୍ଭ ସଂକ୍ରାନ୍ତି ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ କୁମ୍ଭ ସଂକ୍ରାନ୍ତିରେ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି। ଏହା ବ୍ୟତୀତ ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ବୁଧ ମଧ୍ୟ ଚଳନ କରୁଛନ୍ତି । ଯାହା ଦ୍ୱାରା କିଛି ରାଶିକୁ ବିଶେଷ ଲାଭ ମିଳିବାର ସମ୍ଭାବନା ରହିଛି।

1/5

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୫ ମସିହା ଫେବୃଆରୀ ୧୨ ରାତି ୧୦:୦୩ ସମୟରେ ସୂର୍ଯ୍ୟ କୁମ୍ଭ ରାଶିରେ ଚଳନ କରିବେ । ଏହି ଦିନଟିକୁ କୁମ୍ଭ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହା ପୂର୍ବରୁ ୧୧ ଫେବୃଆରୀ, ୨୦୨୫ ଦିନ ୧୨:୫୮ ସମୟରେ ବୁଧ କୁମ୍ଭ ରାଶିରେ ଚଳନ କରିବେ।

2/5

କର୍କଟ ରାଶି

ଆପଣଙ୍କ ଭାଗ୍ୟ ଉଜ୍ୱଳ ହେବାକୁ ଯାଉଛି । ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ବିଶେଷ ସଫଳତା ମିଳିବ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ । ଚାକିରି କ୍ଷେତ୍ରରେ ଦରମା ବଢିବାର ସମ୍ଭାବନା ରହିଛି । ବ୍ୟବସାୟୀମାନଙ୍କୁ ଅହି ସମୟ ଭଲ ଲାଭ ଦେବ । ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ।

3/5

ବିଛା ରାଶି

ବୁଧ ଏବଂ ସୂର୍ଯ୍ୟଙ୍କ ଆଶୀର୍ବାଦରୁ ଆପଣଙ୍କୁ ଶୁଭଫଳ ମିଳିବ । ବିଶେଷ କରି ରାଜନୀତି ସହିତ ଜଡିତ ବ୍ୟକ୍ତି ସମାଜରେ ପ୍ରସିଦ୍ଧି ଲାଭ କରିବେ। ଚାକିରି କ୍ଷେତ୍ରରେ ମନ ମୁତାବକ ସ୍ଥାନକୁ ବଦଳି ହେବାର ସମ୍ଭାବନା ରହିଛି । ଚର୍ମ ସମ୍ବନ୍ଧୀୟ କୌଣସି ରୋଗରେ ପୀଡିତ ଥିଲେ ଆଶ୍ୱସ୍ତି ଲାଭ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଶୁଭ। କୁମ୍ଭ ସଂକ୍ରାନ୍ତି ପୂର୍ବରୁ ବିବାହଯୋଗ୍ୟ ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ । ପରିବର୍ତ୍ତିତ ପାଗରେ ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିବ।

4/5

ମୀନ ରାଶି

ବ୍ୟବସାୟୀଙ୍କୁ ଅଧିକ ଧନ ଲାଭ ହୋଇପାରେ । ବହୁ ଦିନରୁ ଅଟକି ରହିଥିବା ଟଙ୍କା ଫେରି ପାଇବେ । ଆଇଟି, ମିଡିଆ, ମାର୍କେଟିଂ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡିତ ଥିବା ବ୍ୟକ୍ତି କ୍ୟାରିୟରରେ ଅଧିକ ଉନ୍ନତି କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ । ପରିବାରରେ କିଛି ଶୁଭ କାର୍ଯ୍ୟକ୍ରମ ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ବିତାଇବାର ସୁଯୋଗ ପାଇବେ ।

5/5

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।