Advertisement
Photo Details/zeeodisha/odisha1851168
photoDetails0hindi

I Phone 15 Launching News: ସେପ୍ଟେମ୍ବର ୧୨ରେ ଲଞ୍ଚ ହେବ ଆପଲ୍ ଆଇଫୋନ୍ ୧୫ ସିରିଜ୍: ଜାଣନ୍ତୁ ଏହାର ଫିଚର ସହ ଅନ୍ୟାନ୍ୟ ତଥ୍ଯ

ଆଇଫୋନ ୧୫ର ସମସ୍ତ ସିରିଜ୍ ଆସୁଛି ସେପ୍ଟେମ୍ୱର ୧୫ରେ । ଯଦି ଆପଣ ଫୋନ ବିଷୟରେ ସମସ୍ତ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ପଢ଼ନ୍ତୁ ପୂରା ଖବର ।

1/7

ସେପ୍ଟେମ୍ବର ୧୨ ରେ ହେବାକୁ ଥିବା "ୱାଣ୍ଡରଲଷ୍ଟ" ଶୀର୍ଷକ ଇଭେଣ୍ଟ ପାଇଁ ଆପଲ୍ ଆମନ୍ତ୍ରଣ ପଠାଇଛି। 

2/7

ଏହି କାର୍ଯ୍ୟକ୍ରମରେ କମ୍ପାନୀ ନୂତନ ଆଇଫୋନ୍ ଉପସ୍ଥାପନ କରିବ ବୋଲି ଆଶା କରାଯାଉଛି। 

3/7

ଆପଲ୍ ୱାଚ୍ ସିରିଜ୍ ୯ ଓ ଆପଲ୍ ୱାଚ୍ ଅଲଟ୍ରା ୨ କୁ ଅନ୍ତର୍ଭୁକ୍ତ କରି ନୂଆ ଆପଲ୍ ୱାଚ୍ ମଡେଲ ଲଞ୍ଚ ହେବା ନେଇ ଆଶା ରହିଛି ।

4/7

ଆହୁରି ମଧ୍ୟ ଜଣାପଡିଛି ଯେ USB-C ପୋର୍ଟ ସହିତ ଏୟାରପୋଡ୍ ପ୍ରୋର ଏକ ନୂଆ ଭର୍ସନ ମଧ୍ୟ ଲଞ୍ଚ କରାଯାଇପାରେ ।ଚଳିତ ମାସରେ ଆସୁଥିବା ନୂଆ ଆଇଫୋନ୍ ୧୫ ମଡେଲ ବିଷୟରେ ଜାଣିବା ।

5/7

ଆଇଫୋନ୍ ୧୫ ସିରିଜର ରହିବ ଚାରୋଟି ମଡେଲ୍: ଆଇଫୋନ୍ ୧୫ ସିରିଜରେ ଚାରୋଟି ମଡେଲ୍ ରହିବ - ଆଇଫୋନ୍ ୧୫, ଆଇଫୋନ୍ ୧୫ ପ୍ଲସ୍, ଆଇଫୋନ୍ ୧୫ ପ୍ରୋ ଏବଂ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ।

6/7

ଆଇଫୋନ୍ ୧୫ ପ୍ରୋ ମଡେଲରେ ଆସିପାରେ ଆପଲ୍ ୱାଚ୍ ଅଲ୍ଟ୍ରାର ‘ଆକ୍ସନ୍ ବଟନ୍’: ଆଇଫୋନ୍ ୧୫ ପ୍ରୋ ଓ ଆଇଫୋନ୍ ୧୫ ପ୍ରୋ ମ୍ୟାକ୍ସ ମ୍ୟୁଟ୍ ସୁଇଚ୍ ବଦଳାଇ ଆପଲ୍ ୱାଚ୍ ଅଲଟ୍ରାର ଆକ୍ସନ୍ ବଟନ୍ ଆଣିବ ବୋଲି କୁହାଯାଉଛି । ୱାଚ୍ ଅଲ୍ଟ୍ରା ପରି, ଆକ୍ସନ୍ ବଟନ୍ ମଧ୍ୟ ଆଇଫୋନ୍ ଗୁଡିକରେ ଏକ ବହୁମୁଖୀ ବଟନ୍ ହେବ, ଯାହା ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର ହୋଇପାରେ ।

7/7

ଆଇଫୋନ୍ ୧୫, ଆଇଫୋନ୍ ୧୫ ପ୍ଲସ୍ 48MP 'କ୍ୟାମେରା ଅପଗ୍ରେଡ୍' ପାଇପାରେ : ଆଲୋଚନା ହେଉଛି ଯେ ଭାନିଲା ଆଇଫୋନ୍ ୧୫ ମଡେଲରେ ପ୍ରୋ ମଡେଲ ପରି ନୂଆ ୪୮ ଏମପି ପ୍ରାଥମିକ ସେନ୍ସର କ୍ୟାମେରା ରହିପାରେ ।