Advertisement
Photo Details/zeeodisha/odisha1861860
photoDetails0hindi

Vastu Tips: ଘରର ଏହି ସ୍ଥାନରେ ରଖିଦିଅନ୍ତୁ କର୍ପୂର ଖଣ୍ଡ, ଦୂର ହେବ ଆର୍ଥିକ ସମସ୍ୟା

ବଜାରରେ ପ୍ରାୟତଃ ୨ ପ୍ରକାରର କର୍ପୂର ମିଳିଥାଏ । କର୍ପୂର ଜାଳିବା ଦ୍ୱାରା ବାୟୁମଣ୍ଡଳରେ ସକରାତ୍ମକତା ବଢିଥାଏ । ସେଥିପାଇଁ ପୂଜା କାମରେ ବିଶେଷ କରି ଆରତୀ ସମୟରେ କର୍ପୂର ବ୍ୟବହାର କରାଯାଏ । 

1/6

Vastu Tips: ଆରତୀ ସମୟରେ କର୍ପୂର ଜାଳିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳେ ବୋଲି ହିନ୍ଦୁଧର୍ମର ଲୋକେ ବିଶ୍ୱାସ କରନ୍ତି । କିଛି ବ୍ୟକ୍ତି ପ୍ରତ୍ୟକ ଦିନ ପୂଜା ସମୟରେ ନିଜ ଠାକୁର ଘରେ କର୍ପୂର ଜାଳିଥାନ୍ତି । କର୍ପୂର ଜାଳିବା କାରଣରୁ ଘରର ପରିବେଶ ଶୁଦ୍ଧ ହେବା ସହିତ ସକରାତ୍ମକ ଶକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।

2/6

ଯଦି ଆପଣଙ୍କ ରାଶି ଚକ୍ରରେ ଗ୍ରହ ଚଳନ ଜନିତ ସମସ୍ୟା ରହିଛି ତେବେ କର୍ପୂର ବ୍ୟବହାର କରି ଶୁଭ ଫଳାଫଳ ପାଇ ପାରିବେ । ଏ ସମ୍ପର୍କରେ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଘରର କିଛି ସ୍ଥାନରେ ଯଦି ଆପଣ କର୍ପୂର ରଖନ୍ତି ତେବେ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ଶୁଭ ଫଳ ମିଳିଥାଏ ।

3/6

ଘରର ଆର୍ଥିକ ସଙ୍କଟ ଦୂର କରିବା ପାଇଁ କର୍ପୂର ମାଧ୍ୟମରେ ଆପଣ ପ୍ରତିକାର କରିପାରିବେ । ଯଦି ଆପଣ ଆର୍ଥିକ ସଙ୍କଟରେ ପଡନ୍ତି ତେବେ ତେବେ ଶୁକ୍ରବାର ଦିନ ଏକ କାମ କରନ୍ତୁ । ପ୍ରଥମେ ସକାଳେ ସ୍ନାନ କରନ୍ତୁ ଏବଂ ଗୋଲାପ ଫୁଲ ଉପରେ ଖଣ୍ଡେ କର୍ପୂର ରଖନ୍ତୁ । ପରେ କର୍ପୂରକୁ ଜାଳିବା ସହିତ ମାଆ ଦୂର୍ଗାଙ୍କୁ ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହେବ ।

4/6

ରାତିରେ ଶୋଇବା ପୂର୍ବରୁ ଚାରି-ପାଞ୍ଚଟି ଗୋଟା ଲବଙ୍ଗ ଏବଂ କିଛି କର୍ପୂରକୁ ଏକ ରୂପା ପାତ୍ରରେ ରଖନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ବଜାୟ ରହିବ । ଏଥିସହିତ ଧନ ଏବଂ ଖାଦ୍ୟ ଶସ୍ୟର ଅଭାବ ରହିବ ନାହିଁ ।

5/6

ଯଦି ଆପଣଙ୍କର ନିଦ୍ରା ଜନିତ ସମସ୍ୟା ରହିଛି ତେବେ ଆପଣଙ୍କ ପାଇଁ କର୍ପୂର ଲାଭଦାୟକ । ଆପଣଙ୍କ ଶୋଇବା ଘରେ କିଛି କର୍ପୂର ଖଣ୍ଡ ରଖିବା ଦ୍ୱାରା ଆପଣଙ୍କର ନିଦ ଭଲ ହୋଇଥାଏ ।

6/6

ଯଦି ଆପଣଙ୍କର କାହା ସହିତ ମନମାଳିନ୍ୟ ତଥା ଝଗଡା ହେଉଛି ତେବେ ମଧ୍ୟ ଆପଣ ନିଜ ଶୋଇବା ଘରେ କର୍ପୂର ରଖିପାରିବେ । ଏହା କରିବା ଦ୍ୱାରା ଆପଣଙ୍କର ସମସ୍ୟାର ସମାଧାନ ହେବ । ସୂଚନାଯୋଗ୍ୟ, ସମସ୍ତ ତଥ୍ୟ ସୂଚନା ମୁତାବକ ଉପସ୍ଥାପନ କରାଯାଇଛି । ଏହା ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ ।