Advertisement
Photo Details/zeeodisha/odisha1743433
photoDetails0hindi

Prabhas: ହିଟ୍ ନୁହେଁ, ଏକାଧିକ୍ ଫ୍ଲଫ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପ୍ରଭାସ, ଦେଖନ୍ତୁ ତାଲିକା

Prabhas: ସାଉଥ ସୁପରଷ୍ଟାର ପ୍ରଭାସ୍ (Prabhas)। ନିକଟରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’(Adipurush) ରିଜିଜ୍ ହୋଇଛ୍। ରିଲିଜ୍ ପୂର୍ବରୁ ଫିଲ୍ମର ଭିଏଫଏକ୍ସ , ରାମ ଓ ରାବଣର ଲୁକକୁ ନେଇ ମଧ୍ୟ ବିବାଦରେ ଫସିଥିଲା ଏହି ଫିଲ୍ମ। ଆଉ ରିଲିଜ୍ ହେବା ପରଠାରୁ ଫିଲ୍ମରେ ଥିବା ଡାଇଲଗ୍ (Adipurush Controversial Dialogues) ଲୋକଙ୍କ ଧର୍ମିୟ ଭାବନାକୁ କୁଠାରଘାତ କରୁଛି । ତେବେ, ଏହି ଫିଲ୍ମକୁ ଜୋରଦାର ବିରୋଧ କରାଯାଉଛି ।

1/6

ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ରାଘବେନ୍ଦ୍ର’ (Raghavendra) । ଯାହା ୨୦୦୩ ରେ ରିଲିଜ୍ ହୋଇଥିଲା । କିନ୍ତୁ ବକ୍ସ ଅଫିସରେ ମାଡ ଖାଇଥିଲା ଏହି ଫିଲ୍ମ । ଏପରିକି ଫିଲ୍ମ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ମଧ୍ୟ ଉଠି ନ ଥିଲା। 

2/6

ସେହିପରି  ତେଲୁଗୁ ଫିଲ୍ମ ‘ଆଭାଡି ରାମାଡୁ’ (ADAVI RAMUDU) ମଧ୍ୟ ପ୍ରଭାସଙ୍କର ଆଉ ଏକ ଫ୍ଲପ୍ ଫିଲ୍ମ ବୋଲି ଗଣାଯାଏ । ଯାହା ୨୦୦୪ ମସିହାରେ ରିଲିଜ୍ ହୋଇଥିଲେ। 

 

3/6

ସେହିପରି ୨୦୦୫ ମସିହାରେ, (CHAKRAM) ଫିଲ୍ମ ‘ଚକ୍ରମ୍’ ରିଲିଜ୍ ହୋଇଥିଲା। ଏହା ମଧ୍ୟ ପ୍ରଭାସଙ୍କ ଏକ ଫ୍ଲପ୍ ଫିଲ୍ମ ବୋଲି ଗଣାଯାଏ। 

 

4/6

ସେହିପରି ପ୍ରଭାସଙ୍କ ଅଭିନୀତ ତେଲୁଗୁ ଫିଲ୍ମ  ‘ପୂର୍ଣ୍ଣମି ’ ୨୦୦୬ରେ ରିଲିଜ୍ ହୋଇଥିଲା। ଯାହା ବେଶି ରୋଜଗାର କରିପାରି ନଥିଲା। 

 

5/6

୨୦୦୭ ରେ ରିଲିଜ୍ ହୋଇଥିଲା ଫିଲ୍ମ ‘ୟୋଗି’ । ଏହା ମଧ୍ୟ ବକ୍ସ ଅଫିସରେ ମାଡ଼ ଖାଇଥିଲା।

 

6/6

ସେହିପରି ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ମୁନ୍ନା’ ବକ୍ସ ଅଫିସରେ ସୁପର ଫ୍ଲପ୍ ବୋଲି ସାବ୍ୟସ୍ତ ହୋଇଥିଲା ।