Horoscope Today 30 January 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୩୦ ହେଉଛି ଗୁରୁବାର। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...
ALSO READ: Surya Gochar 2025: ଫେବୃଆରୀରେ ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ, ଧନବାନ୍ ହେବେ ଏହିସବୁ ରାଶି!
ବୃଷ: ଅସୁସ୍ଥତା, ମାନସିକ ଅବସାଦ ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ବ୍ୟବସାୟ କିମ୍ବା ଅଫିସରେ ସାଧାରଣ ଦିନ ଅପେକ୍ଷା ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ।ଖାସ୍ କରି ଶତ୍ରୁମାନଙ୍କ ଉପରେ ବିଶେଷ ନଜର ରଖନ୍ତୁ କାରଣ ସେମାନେ କ୍ଷତି କରିବାର ସମ୍ଭାବନା ଅଛି। ପିଲାମାନଙ୍କ ସହିତ ବିବାଦ କରନ୍ତୁ ନାହିଁ। ହୁଏତ ସେମାନେ ଆପଣଙ୍କଠାରୁ ଦୂରେଇ ଯାଇପାରନ୍ତି।
ବିଛା: କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ଉଦ୍ୟମରେ ସଫଳତା ପାଇପାରିବେ। ଖ୍ୟାତି ବଢ଼ିବ। ବକେୟା, ଟଙ୍କା ପାଇପାରନ୍ତି। ବ୍ୟବସାୟରେ ଆର୍ଥିକ ଲାଭ ଆଶା କରିପାରନ୍ତି। ପରିବାରରେ ହସଖୁସିର ବାତାବରଣ ଦେଖାଦେଇପାରେ।
କୁମ୍ଭ: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି। ଖର୍ଚ୍ଚ ବୃଦ୍ଧି ପାଇବ। ବୃଥା ଅପଚୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ମାନସିକ ସ୍ତରରେ, ଆପଣ ଯନ୍ତ୍ରଣା ଏବଂ ଅସ୍ଥିରତା ଅନୁଭବ କରିପାରନ୍ତି। ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ବଜାୟ ରଖିବା ପାଇଁ ବିଶେଷ ଯତ୍ନ ନେବାକୁ ପଡିପାରେ।
ट्रेन्डिंग फोटोज़