Advertisement
Photo Details/zeeodisha/odisha1960888
photoDetails0hindi

Today Horoscope: ଏହିସବୁ ରାଶିରେ ରହିଛି ଘାତ ବାର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ

Horoscope Today 16th November 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୧୬ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

 

1/12

ମେଷ: ଦେହ ଓ ମନ ଭଲ ରହିବ । ମାନସିକ ଶାନ୍ତି ପୂର୍ବଭଳି ରହିବ । ବ୍ୟସ୍ତତା ମଧ୍ୟେ ଦୀନଚର୍ଯ୍ୟା କରିବେ । କୌଣସି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ଯାଇପାରେ । ଦୂରଯାତ୍ରାରେ ସଫଳ ମିଳିବ।

2/12

ବୃଷ: ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବେ । କର୍ମକ୍ଷେତ୍ର ସହଜ ସରଳ  ବୋଧଗମ୍ୟ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟାଙ୍କ ଓ ବୀମା କର୍ମଚାରୀମାନେ ବିଶେଷ ଉପକୃତ ହେବେ । ସାଙ୍ଗସାଥୀଙ୍କ ସହ ସମୟ ଭଲରେ ବିତିବ ।

 

3/12

ମିଥୁନ: ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ । ନବ ବିବାହିତ ଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିବ। 

4/12

କର୍କଟ: ଦେହ ଓ ମନ ଭଲ ରହିବ । ଯୋଜନା ଅନୁଯାୟୀ  ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ଽ ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯିବ । ଅଟକି ଥିବା ପୁରୁଣା ଟଙ୍କା ଆଜି ମିଳିବା ନେଇ ସମ୍ଭାବନା ରହିଛି। 

5/12

ସିଂହ: ସ୍ୱାସ୍ଥ୍ୟ ସମସ୍ୟା ଦୂରେଇଯିବ । କାର୍ଯ୍ୟକ୍ଷେତ୍ରରେ ଢେର ଉନ୍ନତି ଘଟିବ । ସୁଖ:ଦୁଃଖରେ ବନ୍ଧୁ ସହାୟତା ପାଇବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ମନ, ପ୍ରାଣ ଢାଳି ଦେଇପାରନ୍ତି । ଭଗବାନଙ୍କ ଆଶିଷ ରହିବ । 

6/12

କନ୍ୟା: ଆକସ୍ମିକ ଭାବେ ଧନ ପ୍ରାପ୍ତିର ସୁଯୋଗ ଅଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । ନିଜ ବଂଶର ସୁଖପାତ୍ର ହୋଇପାରନ୍ତି । କୁଳ ଉଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ଦୂରଯାତ୍ରାରୁ ଦୂରେଇ ରୁହନ୍ତୁ।

7/12

ତୁଳା: ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ। କର୍ମ ଚଞ୍ଚଳ ହେବେ । କାର୍ଯ୍ୟାଳୟରେ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସନ୍ଧ୍ୟାରେ ଦୂରଯାତ୍ରା କରନ୍ତୁ ନାହିଁ । ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ। 

8/12

ବିଛା: ଶରୀର ଅସୁସ୍ଥ ରହିବ । ଚିଡିଚିଡା ସ୍ୱଭାବର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ । ବ୍ୟବସାୟ ସ୍ୱଳ୍ପଲାଭ ଯୁକ୍ତ ହେବ । ସନ୍ତାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିବେ । ମନ ଭଲ ରହିବ ନାହିଁ। 

9/12

ଧନୁ: ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ । କଥାବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ପାଖଲୋକ ଶତ୍ରୁତା କରିବେ । ନିଆଁ ପାଣି ପ୍ରତି ସତର୍କତା ଜରୁରୀ । ଭଗବାନଙ୍କ ସେବାରେ ନିଜକୁ ସମର୍ପିତ କରିଦେବେ। 

 

10/12

ମକର: ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ବ୍ୟବସାୟରେ ଅଗ୍ରଗତି ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଦୂରଯାତ୍ରା ଫଳପ୍ରଦ ହେବ । ଚାକିରୀ କ୍ଷେତ୍ରରେ ଉନ୍ନତି ଦେଖାଦେବ । ବହୁଦିନର ସ୍ୱପ୍ନ ପୂରଣ ହେବ।

11/12

କୁମ୍ଭ: ଜଗିରଖି ଚଳିବାର ଦିନଟିଏ । କର୍ମକ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେବ । ଆୟ ମଧ୍ୟମ ଧରଣର ରହିବ । ଛାତ୍ରଛାତ୍ରୀ ଖେଳକୁଦରେ ମନ ଦେବେ । ଅପରାହ୍ଣ ପରେ ଦୂରଯାତ୍ରା ସ୍ଥଗିତ ରଖିବା ଭଲ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଭଲ।

12/12

ମୀନ: ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ।  କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବ । କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ । ଧାର କରଜ କରିପାରନ୍ତି । ଚିଡିଚିଡା ସ୍ୱଭାବର ହେବେ । ଜମିଜମା ବିବାଦରେ ଅଯଥା ଫସିପାରନ୍ତି ।