Advertisement
Photo Details/zeeodisha/odisha2465113
photoDetails0hindi

Wednesday Lucky Rashi: ବୁଧବାର ପ୍ରଭୁ ଗଣେଶ ଚମକାଇବେ ଏହି ୬ ରାଶିର ଭାଗ୍ୟ

Wednesday Lucky Rashi: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ବୁଧବାର ଅର୍ଥାତ ୯ ଅକ୍ଟୋବର ୨୦୨୪ କେଉଁ ୬ଟି ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବାକୁ ଯାଉଛି । 

1/6
ମେଷ ରାଶି ମେଷ ରାଶିର ବ୍ୟକ୍ତିଙ୍କୁ ବୁଧବାର କିଛି ସାହସିକ ପଦକ୍ଷେପ ନେବାକୁ ପଡ଼ିବ। ତା'ହେଲେ ହିଁ ଆପଣ ପରିସ୍ଥିତିକୁ ସମ୍ଭାଳିପାରିବେ। ବୁଧବାର ଆପଣ ଅନୁଭବ କରିବେ ଯେ କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ଠାରୁ ବିପରୀତ ହୋଇଛି । ବୁଧବାର ଖର୍ଚ୍ଚ ବୃଦ୍ଧି ହେତୁ ମାନସିକ ଚାପ ମଧ୍ୟ ରହିପାରେ। ତେଣୁ କରି ପ୍ରଭୁ ଗଣେଷଙ୍କ ଦର୍ଶନ କରିବା ସହ ଭୋଗ ଚଢାନ୍ତୁ ମନ ପ୍ରସନ୍ନ ରହିବ। 

2/6
କର୍କଟ ରାଶି କର୍କଟ ରାଶିର ବ୍ୟକ୍ତିଙ୍କୁ ଏହି ସମୟରେ ନିଜର ଆତ୍ମସଂଯମତା ବଜାୟ ରଖିବାକୁ ଚେଷ୍ଟା କରିବାକୁ ପଡିବ। ବୁଧାର କୌଣସି କଥାକୁ ନେଇ ମାନସିକ ଚାପ ବହୁତ ଅଧିକ ରହିବ ସତ କିନ୍ତୁ ଶାନ୍ତ ମନ ରେ ସବୁ କିଛି ସମାଧାନ କରିବାରେ ସକ୍ଷମ ହେବେ। ସରକାରୀ କାର୍ଯ୍ୟରୁ ଧନ ଲାଭ ହେବାର ସମ୍ଭାବନା ରହିଛି। ନୂଆ କାମ ଆରମ୍ଭ କରିବା ସମ୍ବନ୍ଧୀୟ ଯୋଜନାକୁ କିଛି ସମୟ ପାଇଁ ସ୍ଥଗିତ ରଖନ୍ତୁ। ସନ୍ଧ୍ୟାରେ ମନ୍ଦିର ଯାଇ ଦୀପ ଜାଳନ୍ତୁ ମାନସିକ ସନ୍ତୁଳନ ଓ ଅଯଥା ଟେନସନରୁ ମୁକ୍ତି ବି ମିଳିବ। 

3/6
ତୂଳା ରାଶି ବୈଷୟିକ କାରଣରୁ ତୁଳା ରାଶି ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ବୁଧବାର ଦିନଟି ଉତ୍ତମ। ମେସିନ୍ କ୍ରୟ ଓ ବିକ୍ରୟ ସମ୍ବନ୍ଧୀୟ ଚୁକ୍ତି ହୋଇପାରେ, ସମ୍ପତ୍ତି ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଦିନଟି ବହୁତ ଭଲ। ସରକାରୀ ଟିକସ ପୈଠ କରିବାରେ ଅର୍ଥ ଖର୍ଚ୍ଚ ହେବ। ଜରିମାନାରୁ ବର୍ତ୍ତିବା ପାଇଁ କାର୍ଯ୍ୟକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରନ୍ତୁ। ପାରିବାରିକ ପରିବେଶ ବହୁତ ଭଲ ରହିବ। ସାଙ୍ଗମାନଙ୍କ ସହ ପିକ୍ ନିକ୍ କିମ୍ବା ଦୂରସ୍ଥାନକୁ ଭ୍ରମଣ କରିପାରନ୍ତି।

4/6
ଧନୁ ରାଶି ଧନୁ ରାଶିର ଲୋକମାନେ ଯେଉଁମାନେ ପ୍ରଯୋଜନା କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କୁ ବର୍ତ୍ତମାନ ପାଇଁ ବହୁତ ସତର୍କତାର ସହ କାମ କରିବାକୁ ପଡିବ । କୌଣସି ଛୋଟ ଭୁଲ ବଡ଼ କ୍ଷତି କରିପାରେ। ନକାରାତ୍ମକତାକୁ ନିଜ ଉପରେ ଆଧିପତ୍ୟ କରିବାକୁ ଦିଅନ୍ତୁ ନାହିଁ। ମ୍ୟାନେଜମେଣ୍ଟ ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ଦେଖାଦେଇପାରେ। ପାରିବାରିକ ସହଯୋଗ ଧନ ସମ୍ବନ୍ଧୀୟ ମାମଲାରେ ଲାଭଦାୟକ ହେବ। ପ୍ରଭୁ ଗଣେଶଙ୍କ କୃପା ବଜାୟ ରହିବ। 

5/6
କୁମ୍ଭ ରାଶି କୁମ୍ଭ ରାଶିର କର୍ମଜୀବୀଙ୍କ ଲାଗି ଦିନଟି ଉତ୍ତମ ରହିବ। ବୁଧବାର ଆପଣ ନିଜ ମାଲିକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହେବେ। ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାରେ ସକ୍ଷମ ହେବେ। ପାରିବାରିକ ବ୍ୟବସାୟ ସହ ଜଡ଼ିତ ବ୍ୟକ୍ତିମାନେ ଆଶାନୁରୂପ ଫଳ ପାଇବେ। ରୋଜଗାର ଅଭାବରୁ ଖର୍ଚ୍ଚ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ।

6/6
ମୀନ ରାଶି ମୀନ ରାଶିର ବ୍ୟକ୍ତିମାନେ ବୁଧବାର ଭାବନାତ୍ମକ ଭାବେ ଦୁର୍ବଳ ରହିପାରନ୍ତି। କେବଳ ନକାରାତ୍ମକ ଦିଗକୁ ଦୂର କରି ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିପାରିବେ। କାର୍ଯ୍ୟରେ ଦକ୍ଷତା ହାସଲ କରିବା ପାଇଁ ଆବଶ୍ୟକ କୌଶଳ ହାସଲ କରିବାକୁ ଚେଷ୍ଟା କରିବେ। ରୋଜଗାର ପାଇଁ ଦିନଟି ଖୁବ୍ ଭଲ। ଗୋଟିଏରୁ ଅଧିକ ସମ୍ବଳ ଅର୍ଥ ପ୍ରଦାନ କରିବ। ମନ ପ୍ରସନ୍ନତା ଲାଭ କରିବ। ମନ୍ଦିର କିମ୍ବା ଧାର୍ମିକ ସ୍ଥଳ ପରିଦର୍ଶନରେ ଯାଇପାରନ୍ତି।      (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)