Surat Diamond Bourse: ଗୁଜୁରାଟ ସୁରଟରେ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ଭବନ ନିର୍ମାଣ କରାଯାଇଛି। ଏହି କୋଠାକୁ ହୀରା ବାଣିଜ୍ୟ କେନ୍ଦ୍ର ଭାବରେ ବିକଶିତ କରାଯାଇଛି ।
ସୁରଟରେ ନିର୍ମିତ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟର ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି କୋଠାଟି ଭିତରୁ ଯେତିକି ସୁନ୍ଦର, ବାହାରୁ ମଧ୍ଯ ସେତିକି ଆର୍କଷଣୀୟ ଅଟେ ।
ଏହି ବିଲ୍ଡିଂଟି ମୋଟ ୬୭ ଲକ୍ଷ ବର୍ଗ ଫୁଟରେ ନିର୍ମିତ ହୋଇଛି । ନିର୍ମାଣ ପରଠାରୁ ଏହା ସମଗ୍ର ବିଶ୍ୱରେ ଆଲୋଚନାର କେନ୍ଦ୍ର ପାଲଟିଛି ।
ଏହା ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ଠାରୁ ବିଶ୍ୱର ସର୍ବବୃହତ କାର୍ଯ୍ୟାଳୟ ହେବାର ଆଖ୍ୟା ଛଡ଼ାଇ ନେଇଛି।
ବାହାରୁ ବେଶ ଆର୍କଷଣୀୟ ଦେଖାଯାଇଥିବା ଏହି କୋଠାରେ ଅନେକ ସୁବିଧା ରହିଛି । ଡ଼ାଇମଣ୍ତ ରାଜଧାନୀ ଭାବେ ପରିଚିତ ସୁରଟରେ ଏହାକୁ 'ୱାନ ଷ୍ଟପ୍ ଡେଷ୍ଟିନେସନ୍' ଭାବରେ ପ୍ରସ୍ତୁତ କରାଯାଇଛି ।
ଗଣମାଧ୍ଯମ ଖବର ଅନୁଯାୟୀ, ଏହି ବିଲ୍ଡିଂରେ ମୋଟ ୧୫ଟି ମହଲା ରହିଛି । ନଅଟି ଆୟତାକାର ସଂରଚନା ଭାବରେ ଏହାର ନିର୍ମାଣ କରାଯାଇଛି ।
SDB ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଅଫିସ୍ ପରିସରରେ ଏକ ମନୋରଞ୍ଜନ ଏବଂ ପାର୍କିଂ କ୍ଷେତ୍ର ଅଛି ଯାହାକି ୨୦ ଲକ୍ଷ ବର୍ଗଫୁଟରୁ ଅଧିକ। ପଲିସର, କଟର ଓ ବ୍ୟବସାୟ ଶ୍ରେଣୀ ପରି ହୀରା ବ୍ୟବସାୟ ସହିତ ଜଡିତ ସମସ୍ତ ଲୋକଙ୍କ ପାଇଁ ଏହି କେନ୍ଦ୍ରରେ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇଛି।
ସୁରଟ ଡାଇମଣ୍ଡ ବୋର୍ସ ହେଉଛି ଏକ ଅଣ-ଲାଭକାରୀ ସଂସ୍ଥା ଯାହାକି, କମ୍ପାନୀ ଅଧିନିୟମ ୨୦୧୩ର ଧାରା ୮ ଅନୁଯାୟୀ ଗଠିତ । ପିଏମ ମୋଦି ନିଜ ଟ୍ବଟର ହ୍ୟାଣ୍ଡେଲରେ ଏହି ବିଲ୍ଡିଂର ଏକ ଭିଡିଓ ସେୟାର କରିଛନ୍ତି। ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଭବନର ଉଦଘାଟନ କରିବେ ।
ट्रेन्डिंग फोटोज़