Schemes: ସରକାରଙ୍କ ସେହି ୧୬ ଯୋଜନା ଯାହା ଲୋକଙ୍କ ଭାଗ୍ୟ ବଦଳାଇଦେବ!
Advertisement
Article Detail0/zeeodisha/odisha2650771

Schemes: ସରକାରଙ୍କ ସେହି ୧୬ ଯୋଜନା ଯାହା ଲୋକଙ୍କ ଭାଗ୍ୟ ବଦଳାଇଦେବ!

Schemes: ରାଜ୍ୟବାସୀଙ୍କ ଭାଗ୍ୟ ବଦଳାଇବା ତଥା ବିଜେପି ସରକାର ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ଲାଗି ମୋହନ ମାଝିଙ୍କ ନେତୃତ୍ୱାଧୀନ ବିଜେପି ସରକାର ୧୬ଟି ନୂଆ ଯୋଜନା ଘୋଷଣା କରିଛନ୍ତି। ସୋମବାର ବିଧାନସଭାରେ ବଜେଟ୍‍ ଉପସ୍ଥାପନ କରିବା ସମୟରେ ଏହି ବିଷୟକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

Schemes: ସରକାରଙ୍କ ସେହି ୧୬ ଯୋଜନା ଯାହା ଲୋକଙ୍କ ଭାଗ୍ୟ ବଦଳାଇଦେବ!
Schemes: ରାଜ୍ୟବାସୀଙ୍କ ଭାଗ୍ୟ ବଦଳାଇବା ତଥା ବିଜେପି ସରକାର ଉପରେ ଲୋକଙ୍କ ଆସ୍ଥା ବୃଦ୍ଧି ଲାଗି ମୋହନ ମାଝିଙ୍କ ନେତୃତ୍ୱାଧୀନ ବିଜେପି ସରକାର ୧୬ଟି ନୂଆ ଯୋଜନା ଘୋଷଣା କରିଛନ୍ତି। ସୋମବାର ବିଧାନସଭାରେ ବଜେଟ୍‍ ଉପସ୍ଥାପନ କରିବା ସମୟରେ ଏହି ବିଷୟକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଯଦିଓ ଡବଲ ଇଞ୍ଜିନ୍‍ ସରକାର ପଛୁଆ ଗିଅରରେ ଚାଲୁଛି ବୋଲି କହି ଏହି ବଜେଟ୍କୁବ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି କିନ୍ତୁ ଏହି ୧୬ ଯୋଜନା ମାଧ୍ୟମରେ ମୋହନ ସରକାର ରାଜ୍ୟର ୯ ସ୍ତମ୍ଭକୁ ସୁଦୃଢ଼ କରିବାକୁ ଚାହୁଁଛନ୍ତି।
 
ଯୋଜନାଗୁଡ଼ିକ ସମ୍ବନ୍ଧରେ ଜାଣିବା ପୂର୍ବରୁ ନଜର ପକାଇବା ସେହି ୯ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଉପରେ ଯାହାକୁ ସାମାଜିକ ଓ ଆର୍ଥିକ ବିକାଶର ପ୍ରାଣ କେନ୍ଦ୍ର ଭାବେ ଗ୍ରହଣ କରିଛନ୍ତି ସରକାର। ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନରେ ଏହି ସ୍ତମ୍ଭଗୁଡ଼ିକ ବିଶେଷ ସହାୟକ ହେବ। ଏହି ସ୍ତମ୍ଭଗୁଡ଼ିକ ହେଉଛି ସମୃଦ୍ଧି, ସମାନତା, ଲୋକଙ୍କ କ୍ଷେତ୍ରରେ ନିବେଶ, ସୁସ୍ଥ ଓଡ଼ିଶା, ଆଞ୍ଚଳିକ ସାମ୍ୟ, ଓଡ଼ିଆ ଅସ୍ମିତା, ଲୋକଙ୍କ ସରକାର, ଅନ୍ନଦାତା,  ଏବଂ ଜଳବାୟୁ ଉପଯୋଗୀ ଓଡ଼ିଶା।
 
 
ଏବେ ସେହି ୧୬ ଯୋଜନା ବାବଦରେ ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ବଜେଟରେ ଏହି ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବ। ଏ-ଗୁଡ଼ିକ ହେଲା, ଅନ୍ତ୍ୟୋଦୟ ଗୃହ ଯୋଜନା, ସୁଭଦ୍ରା ସୁରକ୍ଷା, ଶ୍ରୀ ଜଗନ୍ନାଥ ଯୋଜନା, ଉତ୍ତର ଓଡ଼ିଶା ବିକାଶ ପରିଷଦ, ଓଡ଼ିଶା ପୁଷ୍ଟି, ବକୁଳ ବନ ଉନ୍ନୟନ, ଆମ ଶିମିଳିପାଳ, ମଡେଲ ମହାନଦୀ, ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ, ପ୍ରବାସୀ ଓଡ଼ିଆ ‘ ଓ-ସମ୍ପର୍କ’, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ, ସ୍ୱଚ୍ଛ ଓଡ଼ିଶା, ଆମେ ପଢ଼ିବା ଆମ ଭାଷାରେ, ଅଟଳ ବସ୍‍ ଷ୍ଟାଣ୍ଡ, ଓ ସମୃଦ୍ଧ ସହର ଯୋଜନା।
 
ଅନ୍ତୋଦୟ ଗୃହ ଯୋଜନାରେ ବାସହୀନଙ୍କୁ ବାସଗୃହ ଯୋଗାଇବା ଲକ୍ଷ୍ୟରେ ସରକାର ୭୫୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି।  ଆସନ୍ତା ତିନି ବର୍ଷରେ ଏହି ଯୋଜନା ମାଧ୍ୟମରେ ସରକାର ଗରିବ ଲୋକଙ୍କୁ କଂକ୍ରିଟ ଛାତ ଘର ପ୍ରଦାନ କରିବେ। ଅତିକମରେ ଆସନ୍ତା ତିନି ବର୍ଷରେ  ୨ଲକ୍ଷ ୨୫ ହଜାର ନୂଆ କଂକ୍ରିଟ୍‍ ଘର ପ୍ରଦାନ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି।  ଚଳିତ ବର୍ଷ ୭୫ ହଜାର ଘର ନିର୍ମାଣ ଲାଗି ୨୬୦୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ସରକାର। 
 
ସରକାରଙ୍କ ଫ୍ଲାଗସିପ୍ ଯୋଜନା ଭାବରେ ସୁଭଦ୍ରା ଯୋଜନା ଚଳିତ ଆର୍ଥିକବର୍ଷଠାରୁ ଆରମ୍ଭ କରାଯାଇଛି। ମହିଳା ସଶକ୍ତିକରଣ ପାଇଁ ଏହି ଯୋଜନା ବିଶେଷଭାବେ ସହାୟକ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ମାଧ୍ୟମରେ ପ୍ରଣୟନ ହୋଇଥିବା ଏହି ଯୋଜନାରେ ସରକାର ୧୦ ହଜାର ୧୪୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଏ ଭିତରେ ସୁଭଦ୍ରା ଯୋଜନା ମାଧ୍ୟମରେ ୯୮ ଲକ୍ଷ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ସରକାର ଏହି ଯୋଜନାକୁ ଅଧିକ ସୁଦୃଢ଼ କରିବା ଲାଗି ସୁଭଦ୍ରା ପ୍ଲସ୍‍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ସୁଭଦ୍ରା ସଖି, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଙ୍ଘ, କୁହ ସୁଭଦ୍ରା, ସୁଭଦ୍ରା ସହଯୋଗୀ, ସୁଭଦ୍ରା ସ୍କଲାର,  ସୁଯୋଗ୍ୟ ସୁଭଦ୍ରା ଭଳି ଉପ ଯୋଜନା ଆରମ୍ଭ କରିବେ। ସୁଭଦ୍ରା ସୁରକ୍ଷା ଲାଗି ସରକାର ଅଧିକ ୧୫୩ କୋଟି ଟଙ୍କା ବଜେଟ ଆବଣ୍ଟନ କରିଛନ୍ତି। ୧୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ପୁଷ୍ଟି କାର୍ଯ୍ୟକ୍ରମ ଚଳାଇବେ ସରକାର। ମହିଳା, କିଶୋରୀ ଏବଂ ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ଏହି ଯୋଜନାରେ ପ୍ରଦାନ କରାଯିବ। 
 
ତୃତୀୟ ବିଶେଷ ଯୋଜନା ରହିଛି ଶ୍ରୀ ଜଗନ୍ନାଥ ଯୋଜନା। ଏହି ଯୋଜନାରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ସ୍ୱତନ୍ତ୍ର  ଯୋଜନା କରିବେ ସରକାର। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକେ ଶ୍ରୀ ଜଗନ୍ନାଥ ଦର୍ଶନ ଲାଗି ମାଗଣାରେ ପୁରୀ ଯାତ୍ରା କରିବେ। ଏହା ସହ ସେମାନେ ମାଗଣାରେ ମହାପ୍ରସାଦ ସେବନ ମଧ୍ୟ କରିବା ଲାଗି ସରକାର ଯୋଜନା କରିଛନ୍ତି।
 
ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ସହ ସରକାର ଏହି ବର୍ଷ ସତ୍ୟବାଦୀସ୍ଥିତ ବକୁଳ ବନର ଉନ୍ନୟନ କରିବେ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ହେଉଛି ଏହି ସରକାରର ଏକ ସ୍ୱତନ୍ତ୍ର ଯୋଜନା। ଏହି ଯୋଜନା ରେ ସରକାର ଗଣ ବିବାହ ପରିଚାଳନା କରିବେ। ଗରିବ ପରିବାରଗୁଡ଼ିକ ନିଜ କନ୍ୟାକୁ ବିବାହ ଦେବାରେ ଭୋଗୁଥିବା ଅସୁବିଧା ଏହାଦ୍ୱାରା ଦୂର ହେବ ବୋଲି ଆଶା କରାଯାଇଛି। ୧୨ କୋଟି ଟଙ୍କା ଏଥିଲାଗି ଆବଣ୍ଟନ କରାଯାଇଛି। ବିବାହ ସହ ଉପହାର ଦେବା ଲାଗି ମଧ୍ୟ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି।