ଭୁବନେଶ୍ୱର: ପ୍ରାୟାଗରାଜରେ ମହାକୁମ୍ଭ ପାଇଁ ବୁଡ଼ ପକାଇବାକୁ ଯାଉଥିବା ଭକ୍ତଙ୍କୁ ସାବଧାନ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦେଇଥିବା ତଥ୍ୟ ଅନୁସାରେ ଏହା ଅତ୍ୟନ୍ତ ପ୍ରଦୂଷିତ। ଏଥିରେ ମଳରୁ ବାହାରୁଥିବା ଜୀବାଣୁ ରହିଛନ୍ତି। ଏପରିକି ଏ ତଥ୍ୟ ପାଇବା ପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଉଦବେଗ ପ୍ରକାଶ କରିଛି। ବାରମ୍ବାର ଗଙ୍ଗାପାଣିକୁ&
Trending Photos
River Ganga:ଭୁବନେଶ୍ୱର: ପ୍ରାୟାଗରାଜରେ ମହାକୁମ୍ଭ ପାଇଁ ବୁଡ଼ ପକାଇବାକୁ ଯାଉଥିବା ଭକ୍ତଙ୍କୁ ସାବଧାନ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦେଇଥିବା ତଥ୍ୟ ଅନୁସାରେ ଏହା ଅତ୍ୟନ୍ତ ପ୍ରଦୂଷିତ। ଏଥିରେ ମଳରୁ ବାହାରୁଥିବା ଜୀବାଣୁ ରହିଛନ୍ତି। ଏପରିକି ଏ ତଥ୍ୟ ପାଇବା ପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଉଦବେଗ ପ୍ରକାଶ କରିଛି। ବାରମ୍ବାର ଗଙ୍ଗାପାଣିକୁ ବିଭିନ୍ନ ସ୍ଥାନରୁ ପରୀକ୍ଷଣ କରାଯାଇ ଏହି ତଥ୍ୟ ପ୍ରକାଶ କରିଛି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ।
ପ୍ରୟାଗରାଜଠାରେ ଥିବା ସଙ୍ଗମସ୍ଥଳରେ ବୁଡ଼ ପକାଇବାକୁ ଏବେ ସାରା ଦେଶର ଲୋକେ ଏକାଠି ହେଉଛନ୍ତି। ବିଭିନ୍ନ ସମୟରେ ପ୍ରାୟ ୫୨ କୋଟିରୁ ଅଧିକ ଲୋକ ଏହି ସ୍ଥାନରେ ବୁଡ଼ ପକାଇ ମା’ ଗଙ୍ଗା ପ୍ରତି ନିଜର ଆସ୍ଥା ପ୍ରକଟ କରିଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଏଠାରେ ନଦୀ ଜଳକୁ ପ୍ରଦୂଷଣମୁକ୍ତ କରିବା ଲାଗି ବିଭିନ୍ନ ପ୍ରକାର ପ୍ରୟାସ କରାଯାଉଛି। କିନ୍ତୁ ପାଣିରେ ଅମ୍ଳଜାନ ପରିମାଣ ମାନକ ସୀମାରେ ରହୁନାହିଁ। ପୁଣି ସମସ୍ତ ନମୁନା ନିଆଯାଇଥିବା ସ୍ଥାନର ପାଣିରେ ଫେକାଲ୍ କୋଲିଫର୍ମ ଜୀବାଣୁ ରହିଥିବା ଜଣାପଡ଼ିଛି। ଏହା ଏକ ହାନୀକାରକ ଜୀବାଣୁ ଯାହା ହଇଜା ଭଳି ମହାମାରୀ ବି ସୃଷ୍ଟି କରିପାରେ। ଏଣୁ ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।
ଇଣ୍ଡିଆ ଟୁଡେ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ଯେଉଁଦିନଗୁଡ଼ିକରେ ସର୍ବାଧିକ ଲୋକ ବୁଡ଼ ପକାଇବାକୁ ଆସୁଛନ୍ତି ସେସବୁ ଦିନରେ ଅଧିକ ପ୍ରଦୂଷଣ ଓ ଏଫ୍ସିା ଜୀବାଣୁ ଦେଖିବାକୁ ମିଳିଛି। ଯଦିଓ ପ୍ରଶାସନ ପକ୍ଷରୁ ସ୍ୱି ରେଜ୍ ଟ୍ରିଟ୍ମେିଣ୍ଟ ପ୍ଲାଣ୍ଟ ପରିଚାଳନା କରାଯାଉଛି କିନ୍ତୁ ଏହା ପାଣିକୁ ନିର୍ମଳ ରଖିବାରେ ଅସମର୍ଥ ହେଉଛି। ଉତ୍ତରପ୍ରଦ;େଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଠାରୁ ଏନେଇ ସ୍ପଷ୍ଟୀକରଣ ମଗଜାଯାଇଛି। ଆସନ୍ତା କାଲି ଏ ବାବଦରେ ଟ୍ରିବ୍ୟୁନାଲ୍ଠାଳରେ ତଥ୍ୟ ରଖିବେ ଉତ୍ତରପ୍ରଦେଶ ସରକାର।
ଡିସେମ୍ବର ୨୦୨୪ ମସିହାରୁ ପ୍ରୟାଗରାଜର ବିଭିନ୍ନ ସ୍ଥାନରେ ଗଙ୍ଗା ପାଣିକୁ ସ୍ୱଚ୍ଛ ତଥା ଜୀବାଣୁମୁକ୍ତ ରଖିବା ଲାଗି ପ୍ରୟାସ କରାଯାଉଛି। ଏପରିକି ଏଠାରେ ଅତ୍ୟଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏଠାରେ ନିୟମିତ ପାଣିର ବିଶୋଧନ ପ୍ରକ୍ରିୟା ଚାଲୁ ରଖିବାକୁ କୁହାଯାଇଛି। ବିଶେଷକରି ଗଙ୍ଗା ଓ ଯମୁନା ନଦୀକୁ ନର୍ଦ୍ଦମା ପାଣି ପ୍ରବାଶ ଉପରେ କଟକଣା ଲଗାଯାଇଥିଲା। ଟ୍ରିବ୍ୟୁନାଲ୍ ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ତାଗିଦ କରିଥିଲେ।